ETV Bharat / state

DHAMNAGAR BYPOLL: ସିଇଓଙ୍କ ପ୍ରସ୍ତୁତି ଶେଷ, ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ହେବ ଗଣନା

author img

By

Published : Nov 5, 2022, 7:33 PM IST

ଧାମନଗର ଉପନିର୍ବାଚନରେ ଭୋଟ ଗଣତି ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରସ୍ତୁତି ଶେଷ ହୋଇଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଭୋଟ ଗଣନା ହେବ । ଅଧିକ ପଢନ୍ତୁ

DHAMNAGAR BYPOLL: ସିଇଓଙ୍କ ପ୍ରସ୍ତୁତି ଶେଷ, ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ହେବ ଗଣନା
DHAMNAGAR BYPOLL: ସିଇଓଙ୍କ ପ୍ରସ୍ତୁତି ଶେଷ, ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ହେବ ଗଣନା

ଭୁବନେଶ୍ବର: ରବିବାର ଭୋଟ ଗଣତି ସହ ପ୍ରକାଶ ପାଇବ ଧାମନଗର ଫଳାଫଳ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ହେବ ଗଣନା ଓ ଫଳାଫଳ ଘୋଷଣା କାର୍ଯ୍ୟ । ଏନେଇ ସୂଚନା ଦେଇଛନ୍ତି ସିଇଓ ସୁଶୀଲ କୁମାର ଲୋହାନି (Chief Electoral Officer) ।

DHAMNAGAR BYPOLL: ସିଇଓଙ୍କ ପ୍ରସ୍ତୁତି ଶେଷ, ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ହେବ ଗଣନା

ସିଇଓଙ୍କ ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ସଂସ୍କୃତି ଭବନରେ ହୋଇଛି ମତ ଗଣନା କେନ୍ଦ୍ର । ମତ ଗଣନା ସକାଳ ୮ଟାରୁ ଆରମ୍ଭ ହେବ । ପ୍ରଥମେ ପୋଷ୍ଟାଲ ବାଲାଟ ଗଣନା ହେବ । ସେହିପରି ୮.୩୦ ରୁ ଇଭିଏମ ଗଣନା ଆରମ୍ଭ ହେବ । ଇଭିଏମ ଗଣନା ଲାଗି ୧୪ଟି କାଉଟିଂ ଟେବୁଲ ବ୍ୟବସ୍ଥା ହୋଇଛି । ଆଉ ଗୋଟିଏ କାଉଟିଂ ଟେବୁଲରେ ପୋଷ୍ଟାଲ ବାଲାଟ ଗଣନା ହେବ । ୨୫୨ ବୁଥ ଥିବାରୁ ୧୮ ରାଉଣ୍ଡ ଗଣନା ହେବ । 18 ରାଉଣ୍ଡ ଗଣନା ପରେ ୫ଟି ଭିଭିପାଟର ଗଣନା ହେବ । କ୍ରସ ଭେରିଫିକେସନ କରିବା ଲାଗି ଏହା କରାଯିବ ।

ମତ ଗଣନାକୁ ତଦାରଖ କରିବା ଲାଗି ସେଣ୍ଟ୍ରାଲ ଅବଜରଭର ଉପସ୍ଥିତ ରହିବେ । ପ୍ରତ୍ୟେକ ଟେବୁଲରେ ଜଣେ ଲେଖାଏଁ କାଉଟିଂ ସୁପରଭାଇଜର, ଜଣେ ସହାୟକ ରହିବେ । ଏହା ସହ ଜଣେ ମାଇକ୍ରୋ ଅବଜରଭର ରହିବେ । ଗ୍ରାଉଣ୍ଡବାରୀ ଫଳାଫଳ ଘୋଷଣା ଲାଗି ବ୍ୟବସ୍ଥା ହୋଇଛି । ପ୍ରତ୍ୟେକ ଟେବୁଲରେ ପ୍ରାର୍ଥୀ ତାଙ୍କର ଏଜେଣ୍ଟ ଦେଇପାରିବେ । ସେହିପରି ପ୍ରାର୍ଥୀ କିମ୍ବା ତାଙ୍କ ଏଜେଣ୍ଟ କାଉଟିଙ୍ଗ ସେଣ୍ଟରରେ ଉପସ୍ଥିତ ରହିପାରିବେ ।

ଏହା ବି ପଢନ୍ତୁ- Padampur Bypoll: ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ

ଭୋଟ ଗଣତି କେନ୍ଦ୍ରରେ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭିତରେ ଅର୍ଦ୍ଧ ସୁରକ୍ଷା ବଳ, ରାଜ୍ୟ ସଶସ୍ତ୍ର ପୋଲିସ ଓ ଓଡ଼ିଶା ପୋଲିସ ନିୟୋଜିତ ହେବେ । ସାଧାରଣ ଲୋକ ମଧ୍ୟ ସିଧାସଳଖ ଫଳାଫଳ ଜାଣିପାରିବେ । www.result.eci.gov.in କୁ ଲଗଇନ କରି ରାଉଣ୍ଡ ବାରୀ ଫଳାଫଳ ଜାଣି ହେବ । ସିଇଓ ଅଫିସରେ ମଧ୍ୟ ବ୍ୟବସ୍ଥା କରାଯାଇଛି । ଗତ 3 ତାରିଖରେ ଭୋଟ ଗ୍ରହଣ ହୋଇଥିଲା ।

ଧାମନଗର ଉପନିର୍ବାଚନରେ ୬୮.୯୮ ପ୍ରତିଶତ ମତଦାନ ହୋଇଛି । ଭୋଟ ଦେବାରେ ପୁରୁଷଙ୍କ ଠାରୁ ମହିଳା ଆଗରେ ରହିଛନ୍ତି । ଧାମନଗରରେ ୨ ଲକ୍ଷ ୩୮ ହଜାର ୪୧୭ ଭୋଟରଙ୍କ ମଧ୍ୟରୁ ମୋଟ ଭୋଟ ଦାନ କରିଛନ୍ତି ୧ ଲକ୍ଷ ୬୪ ହଜାର ୪୬୫ ଜଣ ଭୋଟର । ପୁରୁଷ ୭୯ ହଜାର ୧୧ ଜଣ ଭୋଟ ଦେଇଥିବା ବେଳେ ୮୫ ହଜାର ୪୫୨ ମହିଳା ଓ ଅନ୍ୟାନ୍ୟ ୨ ଜଣ ଭୋଟ ଦାନ କରିଛନ୍ତି । ୭୪.୦୮ ପ୍ରତିଶତ ମହିଳା ଭୋଟ ଦେଇଥିବାବେଳେ ୬୪.୨୧ ପ୍ରତିଶତ ପୁରୁଷ ଭୋଟ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.