ETV Bharat / state

ଆଦିବାସୀଙ୍କ ଜମି ହସ୍ତାନ୍ତର ସମ୍ପର୍କିତ କ୍ୟାବିନେଟ ନିଷ୍ପତ୍ତିରେ ରୋକ

author img

By ETV Bharat Odisha Team

Published : Nov 17, 2023, 5:01 PM IST

Cabinet Decision Withheld: ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ଉପରେ ଲାଗିଲା ରୋକ । ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରକ୍ରିୟାକୁ ନେଇ ନିଆଯାଇଥିବା କ୍ୟାବିନେଟ ନିଷ୍ପତ୍ତି ଉପରେ ରୋକ ଲାଗିଛି । ରୋକ ଲଗାଇଛନ୍ତି ରାଜ୍ୟ ସରକାର । କାହିଁକି ଲାଗିଲା ରୋକ ଅଧିକ ପଢନ୍ତୁ

ଆଦିବାସୀଙ୍କ ଜମି ହସ୍ତାନ୍ତର ସମ୍ପର୍କିତ କ୍ୟାବିନେଟ ନିଷ୍ପତ୍ତିରେ ରୋକ
ଆଦିବାସୀଙ୍କ ଜମି ହସ୍ତାନ୍ତର ସମ୍ପର୍କିତ କ୍ୟାବିନେଟ ନିଷ୍ପତ୍ତିରେ ରୋକ
ଆଦିବାସୀଙ୍କ ଜମି ହସ୍ତାନ୍ତର ସମ୍ପର୍କିତ କ୍ୟାବିନେଟ ନିଷ୍ପତ୍ତିରେ ରୋକ

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ଉପରେ ଲାଗିଲା ରୋକ । ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରକ୍ରିୟାକୁ ନେଇ ନିଆଯାଇଥିବା କ୍ୟାବିନେଟ ନିଷ୍ପତ୍ତି ଉପରେ ରୋକ ଲାଗିଛି । ରୋକ ଲଗାଇଛନ୍ତି ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି । ଗତ ନଭେମ୍ବର ୧୪ରେ ଆଦିବାସୀଙ୍କ ଜମି ହସ୍ତାନ୍ତର ନେଇ ଆଇନ ସଂଶୋଧନକୁ କ୍ୟାବିନେଟ ମୋହର ମାରିଥିଲା । କ୍ୟାବିନେଟ ନିଷ୍ପତ୍ତିକୁ ବିରୋଧ କରିଥିଲେ ବିରୋଧୀ ।

  • The proposed Amendment to
    Regulation-2 of 1956 discussed in
    the Cabinet meeting held on 14th
    November 2023, regarding transfer of Tribal lands has been withhold.

    — SUDAM MARNDI (@MarndiSudam) November 16, 2023 " class="align-text-top noRightClick twitterSection" data=" ">

କ୍ୟାବିନେଟରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ଅନୁସୂଚିତ ଜନଜାତି ମାନଙ୍କର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ରାଜ୍ୟରେ ଅନୁସୂଚିତ ଅଞ୍ଚଳରେ ରେଗୁଲେସନ-୨, ୧୯୫୬ ଆଇନ ପ୍ରଚଳନ ହୋଇଆସୁଛି । ୨୦୦୨ ମସିହାରେ ଏହି ଆଇନରେ କେତେକ ସଂଶୋଧନ ହୋଇଥିଲା । ଫଳରେ ଜଣେ ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତି ତାର ସ୍ଥାବର ସମ୍ପତ୍ତି କେବଳ ସେହି ବର୍ଗର ବ୍ୟକ୍ତିକୁ ହିଁ ହସ୍ତାନ୍ତର କରିପାରିବ । ଏହି ଆଇନ ଅନୁଯାୟୀ ଜଣେ ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତି, କେବଳ କୃଷି ଉଦ୍ଦେଶ୍ୟରେ ତାର ଜମିକୁ ଯେକୌଣସି ସର୍ବସାଧାରଣ ଅର୍ଥକାରୀ ସଂସ୍ଥାରେ ବନ୍ଧକ ରଖିପାରିବ । ଆଇନରେ ଏପରି ବ୍ୟବସ୍ଥା ଦ୍ବାରା ଅନୁସୂଚିତ ଜନଜାତି ବର୍ଗର ଶିକ୍ଷିତ ଯୁବକ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ଅସୁବିଧାକୁ ହୃଦୟଙ୍ଗମ କରି ଅନୁସୂଚିତ ଜନଜାତି ପରାମର୍ଶଦାତା ପରିଷଦର ସୁପାରିଶକୁ ଭିତ୍ତି କରି ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଏହି ଆଇନରେ କେତେକ ସଂଶୋଧନ କରିବାକୁ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଥିଲା ।

ଅଧିକ ପଢନ୍ତୁ- Odisha Cabinet Meeting; ଗୁରୁତ୍ବପୂର୍ଣ୍ଣ ୧୨ ପ୍ରସ୍ତାବ ସହ ମେଟ୍ରୋ ରେଳ ପ୍ରକଳ୍ପକୁ ଅନୁମୋଦନ

ଯାହା ଫଳରେ ଜଣେ ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତି ଉପଜିଲ୍ଲାପାଳଙ୍କ ଠାରୁ ଲିଖିତ ଅନୁମତି କ୍ରମେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରିପାରିବେ । ଅଥବା କୃଷି, ଆବାସିକ ଗୃହ ନିର୍ମାଣ, ପିଲାମାନଙ୍କର ଉଚ୍ଚ ଶିକ୍ଷା, ଆତ୍ମନିଯୁକ୍ତି, ବ୍ୟବସାୟ କିମ୍ବା କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ନିମନ୍ତେ ସର୍ବସାଧାରଣ ଅର୍ଥକାରୀ ସଂସ୍ଥାରେ ବନ୍ଧକ ରଖି ଋଣ ଆହରଣ କରିବା ସହ ଜଣେ ଅଣ ଅନୁସୂଚିତ ଜନଜାତି ବ୍ୟକ୍ତିଙ୍କୁ ସମ୍ପତ୍ତି ହସ୍ତାନ୍ତର କରିପାରିବ । ହେଲେ ଏହି ବ୍ୟକ୍ତି ଯେପରି ଭୂମିହୀନ ବା ଗୃହଶୂନ୍ୟ ନହୁଏ, ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦିଆଯିବ ଉଚିତ । ଯଦି ଉପଜିଲ୍ଲାପାଳ ଅନୁମତି ନ ଦିଅନ୍ତି, ତାହେଲେ ସେ ବ୍ୟକ୍ତି ଛଅ ମାସ ମଧ୍ୟରେ ଜିଲ୍ଲାପାଳଙ୍କୁ ଆବେଦନ କରିପାରିବେ, ଯାହାକି ଚୁଡାନ୍ତ ନିଷ୍ପତ୍ତି ହେବ । ଏନେଇ କ୍ୟାବିନେଟ ନିଷ୍ପତ୍ତି ହେବା ପରେ ତେଜିଥିଲା ରାଜନୀତି ।

ଏନେଇ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ଯେ, ୧୪ ନଭେମ୍ବରରେ ହୋଇଥିବା କ୍ୟାବିନେଟ ବୈଠକରେ ରେଗୁଲେସନ - ୨, ୧୯୫୬ ଆଇନ ଅନ୍ତର୍ଭୁକ୍ତ ଆଦିବାସୀଙ୍କ ଜମି ହସ୍ତାନ୍ତର ସଂକ୍ରାନ୍ତୀୟ ସଂଶୋଧନ ପ୍ରସ୍ତାବକୁ ସ୍ଥଗିତ ରଖାଯାଇଛି । ମୁଖ୍ୟମନ୍ତ୍ରୀ ସବୁବେଳେ ଆଦିବାସୀଙ୍କ ବିକାଶକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଅନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.