ETV Bharat / state

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ, ୪୩୩ ପାସ୍‌

author img

By

Published : Aug 7, 2023, 2:25 PM IST

ଚଳିତ ବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ମାଟ୍ରିକ୍ ସପ୍ଲିମେଣ୍ଟାରୀରେ ୪୩୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଅଧିକ ପଢନ୍ତୁ

matric supplementary exam
matric supplementary exam

ଭୁବନେଶ୍ବର: ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ। ସପ୍ଲିମେଣ୍ଟାରୀ ପରୀକ୍ଷା ସହ ଷ୍ଟେଟ୍‌ ଓପନ ସ୍କୁଲ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହୋଇଥିଲା । ତେବେ ୧୩୧୦ ଛାତ୍ରଛାତ୍ରୀ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିବା ବେଳେ ୪୩୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେଥିମଧ୍ୟରୁ ୩୬୦ ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ଥିଲେ ।

ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ୬୭୭୮ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ୮ ହଜାର ୯ଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଦେଇଥିଲେ । ବୋର୍ଡ ୱେବ୍‌ସାଇଟ୍‌ରେ ଉଭୟ ରେଜଲ୍ଟ ଉପଲବ୍ଧ ଥିବା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସିଧା ଯୁକ୍ତ ଦୁଇରେ ନାମ ଲେଖାଇବାକୁ ସୁଯୋଗ ମିଳିବ ।

ଏହା ବି ପଢ଼ନ୍ତୁ: ଏହା ମଧ୍ୟ ପଢନ୍ତୁ- ଆଜିଠୁ ମାଟ୍ରିକ ସପ୍ଲିମେଣ୍ଟାରୀ, ୮ ତାରିଖ ଯାଏଁ ଚାଲିବ ପରୀକ୍ଷା

ପ୍ରକାଶ ଥାଉକି, ଜୁଲାଇ ୩ରୁ ଆରମ୍ଭ ହୋଇଥିଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ମାଟ୍ରିକ ପରୀକ୍ଷା ସହ ଷ୍ଟେଟ୍‌ ଓପନ୍‌ ସ୍କୁଲ ପରୀକ୍ଷା ମଧ୍ୟ ଚାଲିଥିଲା । ସାରା ରାଜ୍ୟରେ ୮୦ଟି କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଜୁଲାଇ ୩ରୁ ପରୀକ୍ଷା ଆରମ୍ଭ ହୋଇ ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ମାଟ୍ରିକରେ ୧,୩୧୦ ଛାତ୍ରଛାତ୍ରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିବା ବେଳେ ୮ ହଜାର ୯ ଶହରୁ ଅଧିକ ଛାତ୍ରଛାତ୍ରୀ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଦେଇଥିଲେ । ଚଳିତବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ମେ' ୨୬ରୁ ଫର୍ମ୍‌ ପୂରଣ କରାଯାଇ ଜୁନ୍‌ ୧ ପର୍ଯ୍ୟନ୍ତ ଚାଲିଥିଲା ।

ମାଟ୍ରିକ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରାଯାଇଛି । ଏଣିକି ଦୁଇଟି ସମ୍ମେଟିଭ୍‌ ପରୀକ୍ଷା ବଦଳରେ ବର୍ଷରେ ଗୋଟିଏ ପରୀକ୍ଷା ଦେବେ ମାଟ୍ରିକ ପରୀକ୍ଷାର୍ଥୀ । ଅର୍ଥାତ ମାଟ୍ରିକ ପରୀକ୍ଷାର୍ଥୀ ଏଥର ଗୋଟିଏ ଥରରେ ୬୦୦ ମାର୍କର ପରୀକ୍ଷା ଦେବେ । ତେବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ପୂର୍ବଭଳି ତ୍ରୟମାସିକ ପରୀକ୍ଷା ହେବ । ଏହି ପରୀକ୍ଷା ସ୍କୁଲ ସ୍ତରରେ କରାଯିବ । ଏହାର ଫଳାଫଳର ୨୦ ପ୍ରତିଶତ ମାର୍କ ବାର୍ଷିକ ପରୀକ୍ଷାରେ ଯୋଡା ହେବ । ତେବେ କୋରୋନା ପାଇଁ ପୂର୍ବରୁ ବିକଳ୍ପ ଭାବରେ ଯେଉଁ ସମ୍ମେଟିଭ ପରୀକ୍ଷାର ଆୟୋଜନ କରାଯାଉଥିଲା । ସେଥିରେ ପରିବର୍ତ୍ତନ କରାଯାଇଛି । ସେହିପରି ପ୍ରତ୍ୟେକ ବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.