ETV Bharat / state

'ଆମ ଓଡ଼ିଶା ନବୀନ ଓଡିଶା'କୁ ବିରୋଧ, କାଲିଠୁ ୧୮ ପର୍ଯ୍ୟନ୍ତ ବିଜେପିର ରାଜ୍ୟବ୍ୟାପୀ ଆନ୍ଦୋଳନ

author img

By ETV Bharat Odisha Team

Published : Nov 13, 2023, 6:05 PM IST

Updated : Nov 13, 2023, 7:32 PM IST

ବିଜେଡିର 'ଆମ ଓଡ଼ିଶା ନବୀନ ଓଡିଶା'କୁ ବିରୋଧ । ଆସନ୍ତାକାଲି (ମଙ୍ଗଳବାର) ଠାରୁ ୧୮ ପର୍ଯ୍ୟନ୍ତ ବିଜେପିର ରାଜ୍ୟବ୍ୟାପୀ ଆନ୍ଦୋଳନ । ଅଧିକ ପଢନ୍ତୁ Protest against Ama Odisha Nabin Odisha Scheme Odisha BJP protest

Odisha BJP protest
Odisha BJP protest

କାଲିଠୁ ୧୮ ପର୍ଯ୍ୟନ୍ତ ବିଜେପିର ରାଜ୍ୟବ୍ୟାପୀ ଆନ୍ଦୋଳନ

ଭୁବନେଶ୍ବର: ବିଜେଡି ସରକାର ବିରୋଧରେ ବିଜେପିର ରାଜ୍ୟବ୍ୟାପୀ ଆନ୍ଦୋଳନ । ଆସନ୍ତାକାଲି (ମଙ୍ଗଳବାର)ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଆନ୍ଦୋଳନ । ବିଜେଡିର 'ଆମ ଓଡ଼ିଶା ନବୀନ ଓଡ଼ିଶା' ବିରୋଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବିଜେପି । ରାଜ୍ୟର ସମସ୍ତ ବ୍ଲକ, ଏନଏସି, ମ୍ୟୁନିସିପାଲଟି ଆଗରେ ବିକ୍ଷୋଭ କରିବ ବିଜେପି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ବିଜେପି ମୁଖପାତ୍ର ତେଜେଶ୍ବର ପରିଡ଼ା ।

ରାଜ୍ୟ ବିଜେପିର ଅଭିଯୋଗ ଅନୁସାରେ, ଓଡ଼ିଶାରେ ପିସି ସରକାର ଚାଲିଛି । ୫୦ ପ୍ରତିଶତ ପିସିରେ ଚାଲିଛି ବିଜେଡି ସରକାର । ଆଲିବାବା ଚାଲିଶ ଚୋର ମିଶି ଓଡ଼ିଶାକୁ ଲୁଟ କରୁଛନ୍ତି । ପଞ୍ଚାୟତ ଏବଂ ବ୍ଲକ ହେଉଛି ପିସି କାରବାରର ମୂଳ ଉତ୍ସ । ବିଜେଡି ସରକାର ଚାଲିଥିବା ଦୁର୍ନୀତିକୁ ବିରୋଧ କରି ଆସନ୍ତାକାଲିଠାରୁ ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବ୍ଲକ, NAC, ମ୍ୟୁନିସିପାଲଟି ଆଗରେ ବିଜେପି ଆନ୍ଦୋଳନ କରିବ ବୋଲି କହିଛି ।

ଏହା ବି ପଢନ୍ତୁ- ଅଭିଯୋଗ ସହ ସରିଲା ମୋ ଓଡିଶା ନବୀନ ଓଡିଶା ଗ୍ରାମୀଣ ପ୍ରକଳ୍ପ ଘୋଷଣା

ବିଜେପି ମୁଖପାତ୍ର ତେଜେଶ୍ବର ପରିଡା ଅଭିଯୋଗ କରି କହିଛନ୍ତି, "ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଡ ଧରଣର ଦୁର୍ନୀତି ହୋଇଛି । ବିଜେଡି ନେତା ଏହି ଦୁର୍ନୀତି କରୁଛନ୍ତି । ରାଜ୍ୟ ସରକାର ୨୯ ଲକ୍ଷ ଘର ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲାଞ୍ଚ ନେଇ ଅଯୋଗ୍ୟ ଲୋକଙ୍କୁ ଘର ବଣ୍ଟା ଯାଇଛି । ଏହି ଆବାସ ଯୋଜନା କେବଳ ବିଜେଡି କର୍ମୀମାନେ ପାଉଛନ୍ତି । ପ୍ରଧାନମନ୍ତ୍ରୀ ଚାହୁଁ ଥିଲେ ଜଣେ ଗରିବକୁ ଘର ଯୋଗାଇବେ ହେଲେ ରାଜ୍ୟ ସରକାର ସବୁ ଖାଇଗଲେ ।ସେହିପରି ମନରେଗାରୁ ପିସି ସଂଗ୍ରହର ଦ୍ଵିତୀୟ ଉତ୍ସ ପାଲଟିଛି । ସେଥିରେ ବିଜେଡି ନେତାଙ୍କ ସଂପୃକ୍ତି ରହିଛି । ଯାହାର ଲାଭ ଗରିବ ଲୋକ ପାଉନାହାନ୍ତି । ସବୁ କାମ ମେସିନ କରୁଛି । ଦିନ ମଜୁରିଆ କାମ ନ ପାଇ ଘରେ ବସିଛି । "

ସେ ଆହୁରି ଅଭିଯୋଗ କରି କହିଛନ୍ତି ଯେ ସେହିଭଳି ସ୍ବଚ୍ଛ ଭାରତ ମିଶନ ପାଇଁ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଓଡ଼ିଶାକୁ ଦେଇଛନ୍ତି । ହେଲେ ବିଜେଡିର ନେତା ଗୋଟେ ପାଇଖାନା ପାଇ ୨ ହଜାର ଟଙ୍କା ପିସି ନେଇ ପାଇଖାନା କରିଛନ୍ତି । ପିସି ନ ଦେଲେ ପାଇଖାନା ମଧ୍ୟ ଆଲଟ କରୁ ନାହାନ୍ତି । ଭତ୍ତା ଦେବାରେ ମଧ୍ୟ ଜାଲିଆତି ହେଉଛି । ଦଳୀୟ ଭିତ୍ତିରେ ଭତ୍ତା ବଣ୍ଟନ କରାଯାଉଛି । ବିଜେଡି ନେତାଙ୍କ ସମ୍ପର୍କୀୟଙ୍କୁ ଭତ୍ତା ଦିଆଯାଉଛି । ଯାହା ଦ୍ଵାରା ପ୍ରକୃତ ଭତ୍ତା ପାଇବା ହିତାଧିକାରୀ ପାଉ ନାହାନ୍ତି । ପଲ୍ଲୀ ସଭାକୁ ଏଡାଇ ଦେଇ ଜେଇମାନଙ୍କ ଦ୍ବାରା କୋଟି କୋଟି ଟଙ୍କା ହଡ଼ପ ହେଉଛି । କୌଣସି କାମରେ ଜନ ଭାଗିତା ରହୁନାହିଁ । ନିର୍ବାଚିତ ସରପଞ୍ଚ ସମିତି ସଭ୍ୟମାନଙ୍କରେ କୌଣସି ସ୍ଥାନ ରହୁନାହିଁ ।

ଏହା ବି ପଢନ୍ତୁ-ସରକାରୀ ଯୋଜନାରେ ଦଳୀୟ ଚିହ୍ନ ବ୍ୟବହାର, ହେବ ଆଇନଗତ ଲଢେଇ: କଂଗ୍ରେସ

ବିଜେପି ଆହୁରି ଅଭିଯୋଗ କରିଛି ଯେ ୨୦୧୯ ନିର୍ବାଚନ ପୂର୍ବରୁ 'ଆମ ଗାଁ ଆମ ବିକାଶ' ଯୋଜନାରେ ୨୦୦୦ କୋଟି ଟଙ୍କା ହରିଲୁଟ କଲେ । ନିର୍ବାଚନ ସରିବା ପରେ ଏ ଯୋଜନା ବନ୍ଦ ହେଲା । ୨୦୨୪ ନିର୍ବାଚନ ପୂର୍ବରୁ ନୂଆ ନାଟକ ଆରମ୍ଭ କଲେ ଆମ ଓଡ଼ିଶା ନବୀନ ଓଡିଶା । ପ୍ରତି ବ୍ଲକକୁ ଟଙ୍କା ଦେବେ,ଏହାର ତଦାରଖ କରିବେ ଅଧିକାରୀ । ଦଳୀୟ ପାଣ୍ଠି ସଂଗ୍ରହ ପାଇଁ ଏ ଯୋଜନା, ନିର୍ବାଚନ ସରିଲେ ଏ ଯୋଜନା ବି ବନ୍ଦ ହେବ । ରାଜ୍ୟ ସରକାରଙ୍କ ଅବହେଳା ଓ ଅପାରଗତା ପାଇଁ ବିଭିନ୍ନ ବ୍ଲକରେ ହିତାଧିକାରୀଙ୍କ ନାଁ ରାସନ କାର୍ଡରେ ନାହିଁ । ପିଡ଼ିଏସ ଚାଉଳରୁ ବଞ୍ଚିତ ହେଉଛନ୍ତି ଯୋଗ୍ୟ ହିତାଧିକାରୀ । ଯିଏ ଲାଞ୍ଚ ଦେଉଛି ତାଙ୍କର ରାସନ କାର୍ଡ କରାଯାଉଛି । ଉପରୁ ତଳ ସ୍ତରର ଅଫିସର ମାଧ୍ୟମରେ ଟଙ୍କା ହରିଲୁଟ କରୁଛନ୍ତି । ନିମ୍ନମାନର କାମ କରି କୋଟି କୋଟି ଟଙ୍କା ହରିଲୁଟ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 13, 2023, 7:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.