ETV Bharat / state

କୋଟିଏ ପରିବାର ପାଖରେ ପହଞ୍ଚିବ ରାଜ୍ୟ ବିଜେପି: ବିଜେପି ନେତ୍ରୀ

author img

By

Published : Apr 4, 2023, 9:47 PM IST

2024 ନିର୍ବାଚନ ବୈତରଣୀ ପାର ହେବାକୁ କୋଟିଏ ପରିବାର ନିକଟରେ ପହଞ୍ଚିବାକୁ ଟାର୍ଗେଟ ରଖିଛି ବିଜେପି । ଏହାକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦିକ ଲେଖାଶ୍ରୀ ସାମନ୍ତସିଂହାର । ଅଧିକ ପଢନ୍ତୁ

କୋଟିଏ ପରିବାର ପାଖରେ ପହଞ୍ଚିବ ରାଜ୍ୟ ବିଜେପି:  ବିଜେପି ନେତ୍ରୀ
କୋଟିଏ ପରିବାର ପାଖରେ ପହଞ୍ଚିବ ରାଜ୍ୟ ବିଜେପି: ବିଜେପି ନେତ୍ରୀ

କୋଟିଏ ପରିବାର ପାଖରେ ପହଞ୍ଚିବ ରାଜ୍ୟ ବିଜେପି: ବିଜେପି ନେତ୍ରୀ

ଭୁବନେଶ୍ବର: ବିଜେପି ଟାର୍ଗେଟରେ ରାଜ୍ୟର କୋଟିଏ ପରିବାର । କୋଟିଏ ପରିବାର ପାଖରେ ପହଞ୍ଚିବ ରାଜ୍ୟ ବିଜେପି । ରାଜ୍ୟ ସରକାରଙ୍କ ଅପାରଗତା, ସ୍ଥାଣୁତାର ଗାଥା କହିବ ବିଜେପି । ଓଡିଶାରେ କଣ ଚାଲିଛି ସେ କଥା ଘରେ ଘରେ ପହଞ୍ଚାଇବ ଦଳ । ସଂଗଠନର ଶକ୍ତିବୃଦ୍ଧିକୁ ଫୋକସରେ ରଖି ବିଭିନ୍ନ କାର୍ଯ୍ୟକ୍ରମ କରିବ । ଆଜି ଏହି ସୂଚନା ଦେଇଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ।

ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ପ୍ରେସମିଟରେ ଲେଖାଶ୍ରୀ କହିଛନ୍ତି, "ବିଜେପି ଟାର୍ଗେଟରେ ରାଜ୍ୟର କୋଟିଏ ପରିବାର । କୋଟିଏ ପରିବାର ପାଖରେ ପହଞ୍ଚିବ ରାଜ୍ୟ ବିଜେପି । ରାଜ୍ୟ ସରକାରଙ୍କ ଅପାରଗତା, ସ୍ଥାଣୁତାର ଗାଥା କହିବ ବିଜେପି । ଓଡିଶାରେ କଣ ଚାଲିଛି ସେ କଥା ଘରେ ଘରେ ପହଞ୍ଚାଇବ ଦଳ । ସଂଗଠନର ଶକ୍ତିବୃଦ୍ଧିକୁ ଫୋକସରେ ରଖି ବିଭିନ୍ନ କାର୍ଯ୍ୟକ୍ରମ କରିବ ।" ଲେଖାଶ୍ରୀ ଆହୁରି କହିଛନ୍ତି, ଏଠି କ୍ୟାବିନେଟ ମନ୍ତ୍ରୀଙ୍କ ହତ୍ୟା ହେଲା । ଆଜି ଯାଏଁ ସରକାର ତାର ଟେର୍‌ ପାଇଲେ ନାହିଁ । କେବଳ ଲୁଚାଇବା ପାଇଁ କ୍ରାଇମବ୍ରାଞ୍ଚ ହାତକୁ କେସ୍‌ ଦିଆଯାଉଛି । ଏହା ଘରେଘରେ ଚର୍ଚ୍ଚା ହେଉଛି । ବିଜେପିର କାମ ହେଲା ଓଡିଶାବାସୀଙ୍କ ମନରେ ଯେଉଁ ଅସନ୍ତୋଷ ରହିଛି ଏବଂ ଓଡିଶାକୁ ବିକଶିତ ରାଜ୍ୟ କରିବାକୁ ଆଶା ଆକାଂକ୍ଷା ରହିଛି ସେଥିରେ ଆମେ ସହଯୋଗ କରିବୁ । ଓଡିଶାବାସୀ ରାଜ୍ୟ ସରକାରଙ୍କ ସହ ଲଢିବ ବିଜେପି ମାଧ୍ୟମ ହେବ ।"

ବିଜୁ ଜନତା ଦଳ ନିର୍ବାଚନ କେମିତି ଜିତେ ତାହା ସମସ୍ତଙ୍କୁ ଜଣା । ତାଙ୍କର କାର୍ଯ୍ୟକର୍ତା କେହି ନାହାଁନ୍ତି ସରକାରୀ କଳକୁ ଅପବ୍ୟବହାର କରି ନିର୍ବାଚନ ଜିତନ୍ତି । ହେଲିକପ୍ଟରରେ ବୁଲି ବୁଲି 5T ସଚିବ ସରକାରୀ କର୍ମଚାରୀଙ୍କ ସହ ବୈଠକ କରି ନିର୍ବାଚନ କେମିତି ଜିତିବ ଟାର୍ଗେଟ ରଖୁଛନ୍ତି । ଆମେ ସଂଗଠନ ଆଧାରିତ, କର୍ମକର୍ତା ଆଧାରିତ ଦଳ । ପ୍ରତି ବୁଥକୁ ମଜବୁତ କରିବା ଆମର ଫୋକସ। ଜନତା ଯାହାକୁ ଚାହିଁବେ ତାକୁ ସରକାରରେ ବସାଇବେ । କିନ୍ତୁ ସଂଗଠନକୁ ମଜବୁତ କରିବା ଜନତାଙ୍କ ସମସ୍ୟାକୁ ସମାଧାନ କରିବା ଆମ ଫୋକସ । ପ୍ରତ୍ୟେକ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବା ଆମର ପ୍ରାଥମିକତା । ସାମ୍ବାଦିକ ସମ୍ମିଳନୀରେ ଏହା କହିଛ୍ତି ଲେଖାଶ୍ରୀ ସାମନ୍ତସିଂହାର ।

ସେହିପରି ବିଜେଡିର ସୋସିଆଲ ମିଡିଆ ୱାର୍କସପ ଉପରେ ଲେଖାଶ୍ରୀ କହିଛନ୍ତି, "ବିଜୁ ଜନତା ଦଳ ସୋସିଆଲ ମିଡ଼ିଆ ୱାର୍କସପ ଦ୍ୱାରା, କେମିତି ସୋସିଆଲ ମିଡିଆରେ ମିଛ କହିହେବ, ରାଜନୈତିକ ପ୍ରତିଦ୍ବନ୍ଦିଙ୍କୁ ଅସଭ୍ୟ ଭାଷାରେ ଗାଳି ଦିଆଯିବ ଟ୍ରେନିଂ ଦିଆଯାଏ । ବିନା କାରଣରେ ପ୍ରତିଦ୍ବନ୍ଦିଙ୍କୁ ବିଲୋ ଦ ବେଲ୍ଟ ହିଟ କରିବା, ଅଶୋଭନୀୟ କଥା କହିବା, ମିଛ କହି ବଢେଇଚଢେଇ କହିବା, 23 ବର୍ଷର ମିଛ ଉପଲବ୍ଧି କହିବା ଏହା ତାଙ୍କର ଷ୍ଟ୍ରାଟେଜି । ସତ କହିବାକୁ ତାଙ୍କ ପାଖରେ ସତ ସାହସ ନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.