ETV Bharat / state

Range Rover Accident: ରେଞ୍ଜ ରୋଭର ନମ୍ବର ବଦଳାଇବାକୁ ନେଇ ତାତି, ପୋଲିସ କମିସନର ଅଫିସ ଘେରିଲା ଛାତ୍ର କଂଗ୍ରେସ

author img

By ETV Bharat Odisha Team

Published : Nov 6, 2023, 10:49 PM IST

ଦୁର୍ଘଟଣା ଘଟାଇଥିବା ରେଞ୍ଜ ରୋଭରକୁ ନେଇ ଜୋର ଧରିଲାଣି ରାଜନୀତି । ରେଞ୍ଜ ରୋଭର ନମ୍ବର ବଦଳାଇବାକୁ ନେଇ ରାଜନୈତିକ ମୈଦାନକୁ ଓହ୍ଲାଇଛି ଛାତ୍ର କଂଗ୍ରେସ।

range rover accident issue
ରେଞ୍ଜ ରୋଭର ଦୁର୍ଘଟଣା ନେଇ କଂଗ୍ରେସର ବିକ୍ଷୋଭ

ରେଞ୍ଜ ରୋଭର ଦୁର୍ଘଟଣା ନେଇ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ବର: ଜୋର ଧରୁଛି ପାଓ୍ବାର ହାଉସ ଛକ ଦୁର୍ଘଟଣା ତାତି। ଦୁର୍ଘଟଣା ଘଟାଇଥିବା ରେଞ୍ଜ ରୋଭରକୁ ନେଇ ଜୋର ଧରିଲାଣି ରାଜନୀତି । ରେଞ୍ଜ ରୋଭର ନମ୍ବର ବଦଳାଇବାକୁ ନେଇ ରାଜନୈତିକ ମୈଦାନକୁ ଓହ୍ଲାଇଛି ଛାତ୍ର କଂଗ୍ରେସ। "କିପରି ଦୁର୍ଘଟଣା ଘଟାଇଥିବା ରେଞ୍ଜ ରୋଭର କାରର ନମ୍ବର ଭୁଲ ଦର୍ଶାଇଥିଲା ପୋଲିସ? ପରେ ଗଣମାଧ୍ୟମରେ ଖବର ବାଜିବା ପରେ ପୁଣି ପୋଲିସ ଅଢେଇ ଘଣ୍ଟା ପରେ ସଠିକ ନମ୍ବର ଜାରି କରିଥିଲା? ଅର୍ଥାତ୍ ଏହା ପଛରେ କିଛି ଘଟଣା ପୋଲିସ ଲୁଚାଇବାକୁ ବା ଚାପିବାକୁ ଉଦ୍ୟମ କରୁଛି । ଦୁର୍ଘଟଣା ସମୟର ସିସିଟିଭିରେ ସବୁ ସତ ଲୁଚିଛି । ହେଲେ ସିସିଟିଭି ସାର୍ବଜନୀନ କରାଯାଇନଥିବାବେଳେ ଗାଡିରେ କିଏ ଥିଲେ? କାହାକୁ ଗିରଫ କରିଛି ପୋଲିସ? କାହିଁକି ପୁର୍ବତନ ମନ୍ତ୍ରୀ ତଥା ନବଦାସଙ୍କ ପୁଅ ବା ବିଧାୟିକାଙ୍କ ଭାଇ ବିଶାଲ ଦାସଙ୍କୁ ଗିରଫ କରିନି ପୋଲିସ?" ଏମିତି ପ୍ରଶ୍ନ କରିଛି ଛାତ୍ର କଂଗ୍ରେସ ।

ଏନେଇ କମିସନରେଟ ପୋଲିସ କିଛି ଚାପିବାକୁ ଉଦ୍ୟମ କରୁଛି ବୋଲି ଅଭିଯୋଗ ଆଣି ପୋଲିସ କମିଶନରଙ୍କ କାର୍ଯ୍ୟାଳୟ ଘେରାଉ କରିଛି ଛାତ୍ର କଂଗ୍ରେସ। ପୋଲିସ ସେବା ଭବନ ସାମନାରେ‌ ଶତାଧିକ ଛାତ୍ର କଂଗ୍ରେସ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାସହ ତୁରନ୍ତ ସିସିଟିଭି ଫଉଟେଜ ସାର୍ବଜନୀନ ପାଇଁ ଦାବି ହୋଇଛି। ଏନେଇ‌ ବିଶାଲ ଦାସକୁ ଗିରଫ କରିବାକୁ ମଧ୍ୟ ଦାବି କରିଛି‌ ଛାତ୍ର କଂଗ୍ରେସ । ଏନେଇ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି, "ସାଧାରଣ ଲୋକ ଟିଏ ଟ୍ରାଫିକ ନିୟମ ଭାଙ୍ଗିଲେ ପୋଲିସ ତାକୁ ଗୋଡ଼ାଇ ରାସ୍ତା ଉପରେ‌ ହଇରାଣ କରୁଛି । ଚାଲାଣ କାଟୁଛି । ଗାଡ଼ିକୁ ନେଇ ପିଆର ଦେଇ କୋର୍ଟକୁ ପଠାଉଛି । ଲୋକେ ଟ୍ରାଫିକ ନିୟମ ଉଲଙ୍ଘନ ପାଇଁ କୋର୍ଟ ପର୍ଯ୍ୟନ୍ତ ଯାଉଛନ୍ତି। ଗାଡି ରିଲିଜ କରି ଆସୁଛନ୍ତି। ହେଲେ ଏଠି ରାଜଧାନୀରେ ଗାଡି ଗୁଳି ବେଗରେ ଗଡୁଥିଲା। ନିର୍ଦ୍ଧାରିତ ବେଗଠାରୁ ଦୃତ ବେଗରେ ଯାଇ ବିଭିନ୍ନ‌ ଟ୍ରାଫିକ ଛକରେ ନିୟମ ଉଲଙ୍ଘନ କରୁଥିଲା। ଏ ଗାଡିରେ କିଏ ବସିଥିଲା? କାହିଁକି ଦୁର୍ଘଟଣା ପରେ କିଛି ପୋଲିସ ଅଫିସର ଘଟଣାକୁ ଲୁଚାଇବାକୁ ପ୍ରୟାସ କରିଛନ୍ତି।"

ଏହା ବି ପଢନ୍ତୁ...Range Rover Accident: CCTV ଫୁଟେଜରେ ଲୁଚିଛି ଦୁର୍ଘଟଣାର ସତ, ୫୦ ଲକ୍ଷ କ୍ଷତିପୂରଣ ଦାବି କଲା ବିଜେପି

ସେ ଆହୁରି ମଧ୍ୟ କହିଛନ୍ତି, "ବିଜେଡି ନେତାଙ୍କ ସମ୍ପର୍କୀୟ ବୋଲି ପୋଲିସ ଚୁପ୍ ରହୁଛି । ତେଣୁ ପୋଲିସ କମିଶନରଙ୍କୁ ଭେଟି ୭୨ ଘଣ୍ଟା ସମୟ ଦେଇଛୁ । ତୁରନ୍ତ ସିସଟିଭି ଫୁଟେଜ ଜାରି ସହ ବିଶାଲ ଦାସ ସମ୍ପୃକ୍ତ ଥିଲେ ତୁରନ୍ତ ଗିରଫ ସହ ଏଥିରେ‌ ମୃତ୍ୟୁ ବରଣ କରିଥିବା ଯୁବତୀ ଲୋପାମୁଦ୍ରା ସାହୁଙ୍କ ପରିବାରକୁ କୋଟିଏ ନଚେତ ୫୦ଲକ୍ଷ କ୍ଷତିପୂରଣ ଦେବାକୁ ଦାବି ରହିଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.