ETV Bharat / state

ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ବ ନେଲେ ନିକୁଞ୍ଜ

author img

By

Published : Mar 29, 2023, 7:35 AM IST

ବିଦାୟ ନେଇଛନ୍ତି ସୁଶୀଲ ଲୋହାନୀ । ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ବ ନେଇଛନ୍ତି ନିକୁଞ୍ଜ ବିହାରୀ ଧଳ । ଅଧିକ ପଢନ୍ତୁ

Chief Electoral Officer take charge
ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ବ ନେଲେ ନିକୁଞ୍ଜ

ଭୁବନେଶ୍ବର: ବରିଷ୍ଠ ଆଇଏଏସ ନିକୁଞ୍ଜ ବିହାରୀ ଧଳ ନୂତନ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ନୂତନ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସ୍ବାଗତ ଜଣାଇଥିଲେ । ସେହିପରି ବିଦାୟୀ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କୁ ମଧ୍ୟ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।

ବିଦାୟ ନେଲେ ସୁଶୀଲ
ବିଦାୟ ନେଲେ ସୁଶୀଲ

ନବ ନିଯୁକ୍ତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଶକ୍ତି, ଅବକାରୀ, ଓସ୍‌ଡମା ଓ ଏସଆରସି ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ସମ୍ପାଦନ କରିଛନ୍ତି । ଗତ କିଛିଦିନ ତଳେ ନିର୍ବାଚନ କମିଶନ ନିକୁଞ୍ଜ ବିହାରୀ ଧଳଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ପ୍ରଦାନ କରିଥିଲେ । ସେହିପରି ମୁଖ୍ୟ ନିର୍ବାଚନ ଅଧିକାରୀ ପଦବୀରୁ ସୁଶୀଲ ପଦ ଭାରମୁକ୍ତ ହୋଇଛନ୍ତି । ବିଦାୟୀ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।

ଏହା ବି ପଢନ୍ତୁ...Rahul Gandhi disqualification case: ରାହୁଲ ପ୍ରକରଣ, ବିରୋଧୀଙ୍କ ଆଭିମୁଖ୍ୟରେ ପଶିବେ ନାହିଁ ନବୀନ

ଏହା ବି ପଢନ୍ତୁ...ବୁଢୀ ଠାକୁରାଣୀଙ୍କ ନବଦିନାତ୍ମକ ଘଟ ଯାତ୍ରା, ସହର ପରିକ୍ରମା କରି ପୂଜା ପାଉଛନ୍ତି ମା'

ଗତ ମାର୍ଚ୍ଚ 24 ତାରିଖରେ ବରିଷ୍ଠ ଆଇଏଏସ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିଲା । ବିଦାୟୀ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କଠୁ ଦାୟିତ୍ବ ଗ୍ରହଣ କରିବା ପରେ ନୂଆ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ବ ନେଇଛନ୍ତି ନିକୁଞ୍ଜ ।

ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ସୁଶୀଲ 7ଟି ବିଧାନସଭାର ଉପନିର୍ବାଚନ ସୁରୁଖୁରୁରେ ପରିଚାଳନା କରିଛନ୍ତି । ନିର୍ବାଚନ କାର୍ଯ୍ୟରେ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ସହଯୋଗ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସଂଘମିତ୍ରା ଶତପଥୀ ଫୁଲ ତୋଡ଼ା ଦେଇ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟାଳୟର ଓଏସ୍‌ଡ଼ି ଭବାନୀ ପ୍ରସାଦ ରାୟ, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ, ବିତ୍ତ ଅଧିକାରୀ ସଞ୍ଜୟ କୁମାର ଲୁଗୁନ, ଅନୁଶାସନ ସଚିବ ଶିବପ୍ରସାଦ ନାୟକଙ୍କ ସମେତ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.