ETV Bharat / state

Night Curfew: ଖୋର୍ଦ୍ଧାରେ ରାତି 10ରୁ ଭୋର 5ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି

author img

By

Published : Dec 2, 2021, 12:40 PM IST

କିଛି ଦିନର ବ୍ୟବଧାନ ପରେ ଖୋର୍ଦ୍ଧା ଜିଲ୍ଲାକୁ ଫେରିଲା ନାଇଟ କର୍ଫ୍ୟୁ । ସୂଚନା ଦେଲେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର । ଅଧିକ ପଢନ୍ତୁ

Night Curfew; ଖୋର୍ଦ୍ଧାକୁ ଫେରିଲା ନାଇଟ କର୍ଫ୍ୟୁ
Night Curfew; ଖୋର୍ଦ୍ଧାକୁ ଫେରିଲା ନାଇଟ କର୍ଫ୍ୟୁ

ଖୋର୍ଦ୍ଧା : କିଛି ଦିନର ବ୍ୟବଧାନ ପରେ ପୁଣି ନୂଆ ରୂପରେ ଫେରିଛି କରୋନା ମହାମାରୀ । ଏନେଇ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ (khordha administration) । ସମ୍ଭାବ୍ୟ ତୃତୀୟ ଲହର (corona third wave )କୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାରେ ନାଇଟ କର୍ଫ୍ୟୁ (khordha night curfew) ଜାରି କଲା ଜିଲ୍ଲା ପ୍ରଶାସନ । ଖୋର୍ଦ୍ଧା, ଜଟଣୀ, ବାଣପୁର ଓ ବାଲୁଗାଁ ପୌରାଞ୍ଚଳ ଗୁଡିକରେ ରାତି 10ଟା ରୁ ଭୋର 5ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି ରହିବ ।

Night Curfew; ଖୋର୍ଦ୍ଧାକୁ ଫେରିଲା ନାଇଟ କର୍ଫ୍ୟୁ

ସେହିପରି ବିଭିନ୍ନ ସ୍ଥାନରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ନିୟମ ପାଳନକୁ କଡାକଡି କରାଯାଇଛି । ନାଇଟ କର୍ଫ୍ୟୁ ସମୟରେ ସମସ୍ତ ଜନସାଧାରଣଙ୍କୁ ଘରେ ରହିବାକୁ ନିବେଦନ କରାଯିବା ସହ କର୍ଫ୍ୟୁ ସମୟରେ ଅମାନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ତେବେ ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟରେ ରଖି ଏଭଳି ନିଷ୍ପତ୍ତି ନେଇଥିବା ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.