ETV Bharat / state

ଲିଙ୍ଗରାଜ ମନ୍ଦିରରେ ପୁଣି ନୀତିକାନ୍ତି ବିବାଦ, ଭୋଗ କରିପାରିଲେଣି ରାଜ୍ୟପାଳ !

author img

By ETV Bharat Odisha Team

Published : Oct 31, 2023, 10:35 PM IST

ପୂଜାପଣ୍ଡା ନିଯୋଗ କହିଛି ଶୁଦ୍ର ସେବାୟତଙ୍କର ନାହିଁ ପୂଜା କରିବା ଅଧିକାର । ବଡୁ ସେବାୟତ ମାନେ ପୂଜା କରି ପାରିବେ ନାହିଁ । ସେମାନେ କେମିତି ପୂଜା କଲେ ବୋଲି ପ୍ରଶ୍ନ କରିଛନ୍ତି ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା । ପ୍ରଶାସନ କହିଥିଲେ ଗାଇଡ଼ ଭଳି ଦର୍ଶନ କରାଇବେ । ଭୋଗ ଓ ସଂକଳ୍ପ କରିବା ଦାୟିତ୍ବ ବ୍ରାହ୍ମଣଙ୍କର, ନୈବେଦ୍ୟ ପୂଜାପଣ୍ଡା କରନ୍ତି । କିନ୍ତୁ ପ୍ରଶାସନର ପ୍ରୋସିଡିଂ ଆଧାରରେ ସେମାନେ ମନ୍ଦିର ବୁଲାଇ ପାରିବେ କିନ୍ତୁ ପୂଜା କରି ପାରିବେ ନାହିଁ । ଅଧିକ ପଢନ୍ତୁ

ଲିଙ୍ଗରାଜ ମନ୍ଦିରର ନୀତିକାନ୍ତି ନେଇ ପୁଣି  ବିବାଦ , ଭୋଗ କରିପାରିଲେଣି ରାଜ୍ୟପାଳ !
ଲିଙ୍ଗରାଜ ମନ୍ଦିରର ନୀତିକାନ୍ତି ନେଇ ପୁଣି ବିବାଦ , ଭୋଗ କରିପାରିଲେଣି ରାଜ୍ୟପାଳ !

ଲିଙ୍ଗରାଜ ମନ୍ଦିରର ନୀତିକାନ୍ତି ନେଇ ପୁଣି ବିବାଦ , ଭୋଗ କରିପାରିଲେଣି ରାଜ୍ୟପାଳ !

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିରର ପୂଜାନୀତି ଓ ସେବାନୀତି ନେଇ ପୁଣି ବିବାଦ । ଦର୍ଶନ ବେଳେ ଭୋଗ କରିପାରିଲେଣି ନୂଆ ରାଜ୍ୟପାଳ । ଲିଙ୍ଗରାଜ ମନ୍ଦିରର ପୂଜାନୀତି ଓ ସେବାନୀତି ନେଇ ପୁଣି ଦେଖାଦେଇଛି ବିବାଦ। ଏହି ବିବାଦକୁ ନେଇ ରାଜ୍ୟପାଳଙ୍କୁ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ଓ ପୂଜା କରାଇଛନ୍ତି ବଡୁ ନିଯୋଗ। ହେଲେ ବ୍ରାହ୍ମଣ ନିଯୋଗ ଓ ପୂଜା ପଣ୍ଡା ନିଯୋଗ ଅନୁପସ୍ଥିତ ରହିଛନ୍ତି ଏହି ସମୟରେ । ବ୍ରାହ୍ମଣ ନିଯୋଗ ଅନୁପସ୍ଥିତ ହେତୁ ଲିଙ୍ଗରାଜଙ୍କ କୋଠ ଓ ବାଳ ଭୋଗରୁ ବଞ୍ଚିତ ହୋଇଛନ୍ତି ରାଜ୍ୟପାଳ। ପ୍ରଶାସନ ଓ ସେବାୟତଙ୍କ ସମନ୍ବୟ ଅଭାବରୁ କୋଠ ଭୋଗ ରାଜ୍ୟପାଳଙ୍କୁ ଦିଆଯାଇପାରିନାହିଁ। ଫଳରେ ପୂଜା ସଠିକ ହୋଇନାହିଁ ବୋଲି କହିଛନ୍ତି ବ୍ରାହ୍ମଣ ଓ ପୂଜା ପଣ୍ଡା ନିଯୋଗ ।

ଅଧିକ ପଢନ୍ତୁ- Raghubar Das offers prayers at Lingaraj Temple: ପ୍ରଭୁ ଲିଙ୍ଗରାଜଙ୍କ ଆଶୀର୍ବାଦ ନେଲେ ନୂଆ ରାଜ୍ୟପାଳ

ଏନେଇ ପୂଜାପଣ୍ଡା ନିଯୋଗ କହିଛି ଶୁଦ୍ର ସେବାୟତଙ୍କର ନାହିଁ ପୂଜା କରିବା ଅଧିକାର । ବଡୁ ସେବାୟତ ମାନେ ପୂଜା କରି ପାରିବେ ନାହିଁ । ସେମାନେ କେମିତି ପୂଜା କଲେ ବୋଲି ପ୍ରଶ୍ନ କରିଛନ୍ତି ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା । ପ୍ରଶାସନ କହିଥିଲେ ଗାଇଡ଼ ଭଳି ଦର୍ଶନ କରାଇବେ । ଭୋଗ ଓ ସଂକଳ୍ପ କରିବା ଦାୟିତ୍ବ ବ୍ରାହ୍ମଣଙ୍କର, ନୈବେଦ୍ୟ ପୂଜାପଣ୍ଡା କରନ୍ତି । କିନ୍ତୁ ପ୍ରଶାସନର ପ୍ରୋସିଡିଂ ଆଧାରରେ ସେମାନେ ମନ୍ଦିର ବୁଲାଇ ପାରିବେ କିନ୍ତୁ ପୂଜା କରି ପାରିବେ ନାହିଁ । ମନ୍ଦିର ବୁଲାଇବା ଓ ପୂଜା କରିବା ଭିନ୍ନ କଥା ବୋଲି କହିଛନ୍ତି ପୂଜାପଣ୍ଡା ନିଯୋଗ ସମ୍ପାଦକ । ତା ସହିତ ପ୍ରଶାସନକୁ ନେଇ ଅଭିଯୋଗ କରିଛନ୍ତି । ପ୍ରଶାସନ କଳି କରାଉଛନ୍ତି ସେମାନେ ହିଁ ସମ୍ପୂର୍ଣ୍ଣ ଦାୟୀ । ଆମକୁ ଯୋଗାଯୋଗ କରାଯାଇ ନଥିଲା କି ଏବେ ଯାଏଁ କରାଯାଇନାହିଁ । ଦର୍ଶନ କରାଇବା ଓ ପୂଜା କରିବା ସମ୍ପୂର୍ଣ୍ଣ ଭିନ୍ନ କଥା । ସେମାନେ ଫୁଲ ପାଣି ଲାଗି କରିପାରନ୍ତି କିନ୍ତୁ ଭୋଗ ଓ ସଂକଳ୍ପ ଉଚ୍ଚାରଣ କରିବା ଅଧିକାର ତାଙ୍କର ନାହିଁ । ପୂର୍ବରୁ ରାଷ୍ଟ୍ରପତି ଆସିଥିବା ବେଳେ ଏମିତି ହୋଇନଥିଲା। ମନ୍ଦିରଟା ଗୋଟାକ ଯାକ ତାଙ୍କର ବୋଲି ବଡୁ ମାନେ କହୁଛନ୍ତି । ଏଥିରେ ପ୍ରଶାସନ ସୁଯୋଗ ଦେଉଛି ଆଉ ଚୁପ ରହୁଛି । କିଛି କୋର୍ଟ ଡକ୍ୟୁମେଣ୍ଟ ନାହିଁ ଅର୍ଡର ନାହିଁ । ୧୯୧୦ ରୁ ଆମେ ପୂଜା କରିବୁ ବୋଲି କୁହାଯାଇଛି। ବଡୁ ମାନେ ଶୂଦ୍ର ସେବକ ବୋଲି ମଧ୍ୟ କୁହାଯାଇଛି କିନ୍ତୁ ଏସବୁକୁ ମାନୁନାହାଁନ୍ତି ବଡୁ ସେବକ । ଏଭଳି କହି ଅସନ୍ତୋଷ ଜାହିର କରିଛନ୍ତି ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା ।

ସେହିପରି ଏନେଇ ବ୍ରାହ୍ମଣ ନିଯୋଗ କହିଛି ଏଠି ଅଣଓଡ଼ିଆ ଶାସନ ଚାଲିଛି। ୩ ଦିନ ମହାପ୍ରଭୁ ଉପାସରେ ରହିଲେ ଜିଲ୍ଲାପାଳ ବିବାଦ ଆସିଲେ ନାହିଁ । ହେଲେ ଆଜି ରାଜ୍ୟପାଳ ଆସିଲେ ବୋଲି ପଳେଇ ଆସିଲେ । ଆଜି ଯଦି ଲିଙ୍ଗରାଜ ମନ୍ଦିରରେ ପୂଜା ନୀତି ସଠିକ ଢଙ୍ଗରେ ହେଉନଥାଏ ସେଥିପାଇଁ ଜିଲ୍ଲାପାଳ ଓ ମନ୍ଦିର ପ୍ରଶାସନ ଦାୟୀ । କୌଣସି ସମାଧାନ କରୁଁହାନ୍ତି ବଂର ବିବାଦକୁ ବଢାଉଛନ୍ତି । ରାଜ୍ୟପାଳ ଆସିଲେ ଆମକୁ କାହାକୁ ପ୍ରଶାସନ ଜଣାଇଲା ନାହିଁ । କେବଳ ବଡୁ ନିଯୋଗକୁ କୁହାଗଲା ହେଲେ ସେ କଣ ପୂଜା କରିବେ ପୂଜା ବ୍ରାହ୍ମଣ କରିବେ ସଂକଳ୍ପ ବ୍ରହ୍ମଣ କରିବେ । ଆମେ ନଥିବାରୁ ପୂଜା ସଠିକ ଢଙ୍ଗରେ ହୋଇନାହିଁ ବୋଲି ଆଶଙ୍କା କରୁଛୁ । ସେ କେବଳ ସେବାନୀତି କରିବେ ବା ଫୁଲ ବେଲପତ୍ରୀ ଦେଇପାରିବେ ପୂଜା କରିବେ ନାହିଁ । ତେଣୁ ଯଦି ସେ କହୁଛନ୍ତି ତାହାଲେ ସେ ବ୍ରାହ୍ମଣ ବୋଲି ପ୍ରଚାର କରନ୍ତୁ । ବଡ଼ କଥା ହେଉଛି ଏଠି କେହିବି ପୂଜା କରିପାରିବେ ବା ବୁଲାଇ ପାରିବେ କୋଉଠି ଲେଖା ନାହିଁ ଯେ ବଡୁ ନିଯୋଗ ଖାଲି ଭିଭିଆଇପି ପୂଜା କରିବ ଏହା ସମ୍ପୂର୍ଣ୍ଣ ଭୁଲ । ଏଭଳି ହେଲେ କେବେ ସମାଧାନ ହେବ ନାହିଁ ବିବାଦ ବଢିବ। ଆଉ ଏଥିରେ ଘିଅ ଢାଳି ପ୍ରଶାସନ ବିବାଦକୁ ବଢାଉଥିବା ବେଳେ ଆପୋଷ ବୁଝାମଣାରେ ଏହାର ସମାଧାନ କରନ୍ତୁ ବୋଲି ଅନୁରୋଧ କରିଛନନ୍ତି ବ୍ରାହ୍ମଣ ସେବାୟତ ବିରଞ୍ଚି ନାରାୟଣ ପତି । ଏହାସହ ରାଜ୍ୟପାଳ ଆସିଲେ ପୂଜା କରି ପଳାଇଲେ ସେ କିଛି ବି ଜାଣିନାହାନ୍ତି । ସେ କେମିତି ଜାଣିବେ ମନ୍ଦିରରେ ବିବାଦ ଓ ବିଭ୍ରାଟ କଣ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.