ETV Bharat / state

ରାଜ୍ୟ ସ୍ବାସ୍ଥ୍ୟ ପରିବାର ଓ କଲ୍ୟାଣ ବିଭାଗ ଆଣିଲା ୨ ଗର୍ଭ ନିରୋଧକ

author img

By ETV Bharat Odisha Team

Published : Dec 6, 2023, 7:39 PM IST

ରାଜ୍ୟସ୍ତରୀୟ ପରିବାର ନିୟୋଜନ ୨୦୩୦ ରୋଡମ୍ୟାପ ପ୍ରସ୍ତୁତ । ୨ ନୂତନ ଗର୍ଭନିରୋଧକ ଶୁଭାରମ୍ଭ ହୋଇଛି । ଆଗକୁ ପଢ଼ନ୍ତୁ

ଆରମ୍ଭ ହେଲା ବାସ୍କେଟ ଅଫ୍ ଚଏସେସ୍‌
ଆରମ୍ଭ ହେଲା ବାସ୍କେଟ ଅଫ୍ ଚଏସେସ୍‌

ଆରମ୍ଭ ହେଲା ବାସ୍କେଟ ଅଫ୍ ଚଏସେସ୍‌

ଭୁବନେଶ୍ବର: ରାଜ୍ୟସ୍ତରୀୟ ପରିବାର ନିୟୋଜନ ୨୦୩୦ ରୋଡମ୍ୟାପ ପ୍ରସ୍ତୁତ । ୨ଟି ନୂତନ ଗର୍ଭନିରୋଧକର ଶୁଭାରମ୍ଭ ହୋଇଛି । ଗୋଟିଏ ହେଲା ’ସବ୍ ଡରମାଲ ଇମ୍ପ୍ଲାଣ୍ଟ’ ଏବଂ ଅନ୍ୟଟି 'ସକ୍ୟୁଟାନିୟମ ଇଞ୍ଜେକ୍ସଟେବୁଲ କଣ୍ଟ୍ରାସେପ୍ଟିଭ୍ ଏମ୍‌ପିଏ (ଅନ୍ତରା)’। ସବ୍ ଡରମାଲ ଇମ୍ପ୍ଲାଣ୍ଟ’ ଗଞ୍ଜାମ ଏବଂ କଟକ ଜିଲ୍ଲାରେ ଓ ’ସକ୍ୟୁଟାନିୟମ ଇଞ୍ଜେକ୍ଟଟେବୁଲ କଣ୍ଟ୍ରାସେପ୍ଟିଭ୍ ଏମ୍‌ପିଏ (ଅନ୍ତରା)’ ବାଲେଶ୍ବର ଏବଂ ଗଜପତିରେ ଆରମ୍ଭ କରାଯିବ ।

ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ, ଜାତୀୟ ସ୍ଵାସ୍ଥ୍ୟ ମିଶନ ଓ ୟୁଏନ୍‌ଏଫ୍‌ପିଏର ମିଳିତ ସହଭାଗିତାରେ ଓଡ଼ିଶାରେ ପରିବାର ନିୟନ୍ତ୍ରଣ ୨୦୩୦ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି । ରାଜ୍ୟ ସ୍ତରୀୟ ନୂତନ ଗର୍ଭନିରୋଧକର ଶୁଭାରମ୍ଭ କରାଯାଇଛି । ଏହି ଆଲୋଚନାଚକ୍ରରେ ୩୦ଟି ଜିଲ୍ଲାର ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ନୋଡାଲ ଅଧିକାରୀମାନେ ଉପସ୍ଥିତ ରହି ଏହି ଯୋଜନାର କାର୍ଯ୍ୟକାରିତା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି । ପରିବାର ନିୟୋଜନ ୨୦୩୦ ମିଶନକୁ ଦୃଷ୍ଟିରେ ରଖି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ବାସ୍କେଟ ଅଫ୍ ଚଏସେସ୍‌ ନାମରେ ନୂତନ ୨ଟି ଗର୍ଭନିରୋଧକ ଆରମ୍ଭ କରାଯାଇଛି । ଗୋଟିଏ ହେଲା ’ସବ୍ ଡରମାଲ ଇମ୍ପ୍ଲାଣ୍ଟ’ ଏବଂ ଅନ୍ୟଟି 'ସକ୍ୟୁଟାନିୟମ ଇଞ୍ଜେକ୍ସଟେବୁଲ କଣ୍ଟ୍ରାସେପ୍ଟିଭ୍ ଏମ୍‌ପିଏ (ଅନ୍ତରା)’। ଗର୍ଭନିରୋଧକ ପାରମ୍ପରିକ ପ୍ରଣାଳୀ ପ୍ରତିବଦଳରେ ଏହି ନୂତନ ପ୍ରଣାଳୀ ମହିଳାମାନଙ୍କ ପାଇଁ ବେଶ ଉପଯୋଗୀ ହେବ। ଏହି ସବ୍ ଡରମାଲ ଇମ୍ପ୍ଲାଣ୍ଟ’ ଗଞ୍ଜାମ ଏବଂ କଟକ ଜିଲ୍ଲାରେ ଆରମ୍ଭ କରାଯିବାର ଯୋଜନା ରଖାଯାଇଥିବା ବେଳେ ’ସକ୍ୟୁଟାନିୟମ ଇଞ୍ଜେକ୍ଟଟେବୁଲ କଣ୍ଟ୍ରାସେପ୍ଟିଭ୍ ଏମ୍‌ପିଏ (ଅନ୍ତରା)’ ବାଲେଶ୍ବର ଏବଂ ଗଜପତିରେ ଆରମ୍ଭ କରାଯିବ ।

ଏହା ମଧ୍ୟ ପଡ଼ନ୍ତୁ....ଲିଙ୍ଗ ନିରୂପଣ କରୁଥିବା ଡାକ୍ତରଙ୍କ ଉପରେ କଡା ନଜର: ଧରାପଡିଲେ ହେବ କାର୍ଯ୍ୟାନୁଷ୍ଠାନ

ଏଥିରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଡଃ ବୃନ୍ଦା ଡି ମୁଖ୍ୟଅତିଥି ଭାବେ ଯୋଗ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶାପରିବାର କଲ୍ୟାଣ ନିର୍ଦ୍ଦେଶକ ଡଃ ବିଜୟ କୁମାର ପାଣିଗ୍ରାହୀ, ଭାରତ ଓ ଭୂଟାନରେ ୟୁଏନ୍ଏଫ୍‌ପିଏ ର ପ୍ରତିନିଧ୍ଵ ଆଣ୍ଡ୍ରିଆ ଏମ୍. ଓଜନର ପ୍ରମୁଖ ଉପସ୍ଥିତ ରହିଥିଲେ । ଆଣ୍ଡ୍ରିଆ ଏମ୍. ଓଜନର ଗୁରୁତ୍ବାରୋପ କରି କହିଛନ୍ତି ଯେ, "ପରିବାର ନିୟୋଜନ ୨୦୩୦ର ରୋଡମ୍ୟାପ ଏବଂ ନୂତନ ଗର୍ଭନିରୋଧକ ଗୁଡ଼ିକର ଶୁଭାରମ୍ଭ ମହିଳାମାନଙ୍କ ପ୍ରଜନନ ସ୍ଵାସ୍ଥ୍ୟରେ ସେମାନଙ୍କ ଅଧିକାରକୁ ଅଧିକ ସଶକ୍ତ କରିବ ।"

ମିଶନ ନିର୍ଦ୍ଦେଶିକା ଡଃ ବୃନ୍ଦା ଏନେଇ କହିଛନ୍ତି, "ପରିବାର ନିୟୋଜନ ୨୦୩୦ ଏପରି ଏକ ପରିବେଶ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ଯେଉଁଠାରେ, ସମସ୍ତ ମହିଳା ଏବଂ କିଶୋରୀ ସୁସ୍ଥ ଜୀବନ ଯାପନ କରିପାରିବେ ଏବଂ ଗର୍ଭନିରୋଧ ବିଷୟରେ ତଥ୍ୟଭିକ ଏବଂ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ ।" ଅନ୍ୟପଟେ ଡଃ ବିଜୟ ପାଣିଗ୍ରାହୀ କହିଛନ୍ତି, "ଏହି ନୂତନ ଗର୍ଭନିରୋଧକ ମହିଳାଙ୍କ ପାଇଁ ଉପଲବ୍ଧ ଥିବା ପସନ୍ଦକୁ ଅଧିକ ବିସ୍ତାର କରିବା ସହ ନିଷ୍ପତ୍ତି ନେବା ହାରକୁ ବୃଦ୍ଧି କରିବ ।" ଓଡ଼ିଶାର ପରିବାର ନିୟୋଜନ ୨୦୩୦ ରୋଡ୍‌ମ୍ୟାପର ସଫଳ ରୂପାୟନ ପାଇଁ ଜିଲ୍ଲାମାନଙ୍କୁ ମାର୍ଗଦର୍ଶିକା ଦିଆଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.