ETV Bharat / state

ଜଗତସିଂହପୁରରେ ଚାଷୀ ଆନ୍ଦୋଳନ, ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ଛାତ୍ର ସଂଗଠନ

author img

By

Published : Jan 21, 2023, 2:04 PM IST

ଜଗତସିଂହପୁରରେ ମଣ୍ଡି ସମସ୍ୟା ନେଇ ଆନ୍ଦୋଳନ କରିଥିବା 10 ଚାଷୀଙ୍କୁ କୋର୍ଟ ଚାଲାଣ । ଏହାକୁ ବିରୋଧ କରି ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସରକାରୀ ବାସଭବନ ଘେରାଉ କଲା ନବନିର୍ମାଣ ଯୁବ ଛାତ୍ର ସଂଗଠନ । ଅଧିକ ପଢ଼ନ୍ତୁ

Navnirman Youth Student union protest
ଯୁବ ଛାତ୍ର ସଂଗଠନ ଆନ୍ଦୋଳନ

ଜଗତସିଂହପୁରରେ ଚାଷୀ ଆନ୍ଦୋଳନ

ଭୁବନେଶ୍ବର: ଧାନକିଣା ଅବ୍ୟବସ୍ଥା ନେଇ ତାତିଲା ଛାତ୍ର ସଂଗଠନ । ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସରକାରୀ ବାସଭବନ ଘେରାଉ କଲା ନବନିର୍ମାଣ ଯୁବ ଛାତ୍ର ସଂଗଠନ । ଜଗତସିଂହପୁର ଜିଲ୍ଲାରେ ଧାନ କିଣାରେ ଅବ୍ୟବସ୍ଥା ଏବଂ ନିରୀହ ଚାଷୀଙ୍କ ବିରୋଧରେ ମିଥ୍ୟା ଆରୋପ ଲଗାଇ ଗିରଫ କରାଯାଇଥିବା ଅଭିଯୋଗ ହୋଇଛି । ଯାହାକୁ ବିରୋଧ କରି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସରକାରୀ ବାସଭବନ ଘେରାଉ କରିଛି ନବନିର୍ମାଣ ଯୁବ ଛାତ୍ର ସଂଗଠନ ।

ଏହା ମଧ୍ୟ ପଢ଼ନ୍ତୁ: Doctor Subhashree death: ମାମଲା ରବ୍ଦ ପାଇଁ ହାଇକୋର୍ଟର ଦ୍ବାରସ୍ଥ ହେଲେ ପୁରୁଷ ବନ୍ଧୁ

ଜଗତସିଂହପୁର ଜିଲ୍ଲାରେ ଧାନ କିଣାରେ ଅବ୍ୟବସ୍ଥା ହୋଇଥିବା ବେଳେ ମଣ୍ଡି ଓ ମିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ନିରୀହ ଚାଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ସେହିପରି 10 ଜଣ ଚାଷୀଙ୍କୁ ମିଥ୍ୟା ଆରୋପରେ ଗିରଫ କରିଥିବା ଅଭିଯୋଗ ହୋଇଛି । ତାକୁ ବିରୋଧ କରି ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି । ଗିରଫ ହୋଇଥିବା ଚାଷୀଙ୍କୁ ଛାଡ଼ିବା ସହ ଜଗତସିଂହପୁର ଏସପିଙ୍କୁ ନିଲମ୍ବନ ଦାବି କରିଛି ନବନିର୍ମାଣ ଯୁବଛାତ୍ର ।

ଏହା ମଧ୍ୟ ପଢ଼ନ୍ତୁ: ବର୍ଷାଙ୍କ ବିରୋଧରେ କିଏ ରଚୁଛି ଷଡ଼ଯନ୍ତ୍ର, ତଦନ୍ତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଏହା ସହିତ ଯାଜପୁରରେ କିଛିଦିନ ତଳେ ନିବନିର୍ମାଣ କୃଷକର ଏକ ରାଲି ଚାଲିଥିବା ବେଳେ ଜଣେ ସାମ୍ବାଦିକଙ୍କୁ ପୋଲିସର ନାଲି ଆଖି ସହିତ ମାଡ ମରା ଧମକକୁ ନେଇ ମଧ୍ୟ ନିନ୍ଦା କରିଛି । ସଂପୃକ୍ତ ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ମଧ୍ୟ କରାଯାଇଛି । ଛାତ୍ର ସଂଗଠନ ମନ୍ତ୍ରୀଙ୍କ ବାସ ଭବନକୁ ଧସେଇ ପଶିବାବେଳେ ପୋଲିସ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଛନ୍ତି । ପୋଲିସ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇ ଯାଇଛି ।

ସୂଚନା ଥାଉକି, ଜଗତସିଂପୁର ଜିଲ୍ଲାରେ ମଣ୍ଡି ସମସ୍ୟା, କଟନୀ ଛଟନୀ, କୃଷି ଉତ୍ପାଦିତ ଦ୍ରବ୍ୟର ସଠିକ ମୂଲ୍ୟ ନିର୍ଦ୍ଧାରଣ, ଜିଲ୍ଲାରେ ବଳକା ଧାନ ସଂଗ୍ରହ, ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ପରେ ଉପଯୁକ୍ତ କ୍ଷତିପୂରଣ ଦାବି କରି ନବ ନିର୍ମାଣ କୃଷକ ସଂଗଠନ ଓ କେତେକ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାନ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଘଟଣାରେ ଜଗତସିଂହପୁର ପୋଲିସ 14 ଜଣଙ୍କୁ ଅଟକ ରଖିଥିଲା ।

ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ଥାନାରେ ପହଞ୍ଚି ନବ ନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଚାଷୀଙ୍କ ସମସ୍ୟାର ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ । ପରେ ଜଗତସିଂହପୁର ପୋଲିସ 14 ଜଣ ଚାଷୀଙ୍କ ମଧ୍ୟରୁ 4 ଜଣଙ୍କୁ ଛାଡ଼ି ଦେଇଥିଲା । ଏହାପରେ ଅନ୍ୟ 10 ଜଣ ଚାଷୀଙ୍କୁ ଜଗତସିଂହପୁର ଉପକଣ୍ଠ ବାରଙ୍ଗ ନିକଟରେ ଥିବା ପୋଲିସ ବାରାକକୁ ନିଆଯାଇଥିଲା । ପରେ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ ହୋଇଥିବା ସୂଚନା ମିଳିଛି । ଯାହାକୁ ନେଇ ଛାତ୍ର ସଂଗଠନ ଏବଂ ଚାଷୀଙ୍କ ମଧ୍ୟରେ ତୀବ୍ର ପ୍ରକାଶ ପାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.