ETV Bharat / state

Naba Das Murder Mystry: ଯିଏ ସୁପାରୀ ଦେଇଛି, ସେ ଗୋପାଳକୁ ଆଶ୍ବସ୍ତି ମଧ୍ୟ ଦେଇଛି: ବିରୋଧୀ ଦଳନେତା

author img

By

Published : Mar 7, 2023, 6:30 PM IST

Updated : Mar 7, 2023, 8:16 PM IST

ଜୟ କହିଛନ୍ତି ‘‘ଗୋପାଳକୁ ଯିଏ ସୁପାରୀ ଦେଇଥିଲା ସେ ତାକୁ ଆସ୍ୟୁରାନ୍ସ ମଧ୍ୟ ଦେଇଛନ୍ତି । ପୋଲିସ କଣ ପାଇଁ ପାଗଳ କରିବାକୁ ଚାହୁଁଛି ତାହା ସ୍ପଷ୍ଟ ହୋଇଯାଇଛି । ଭାରତୀୟ ଦଣ୍ଡ ବିଧାନରେ ପାଗଳଙ୍କ ପାଇଁ କୋହଳ ଅଛି । ତେଣୁ ଦଣ୍ଡ କୋହଳ ପାଇଁ ପୋଲିସ ଯୋଜନା କରୁଛି ।’’ ହତ୍ୟାର କିଛି ସମୟ ପରେ ଜଣେ ଡାକ୍ତର କହିଲେ ଗୋପାଳ ପାଗଳ। ଏହା ମଧ୍ୟ ଏକ ଷଡଯନ୍ତ୍ର । ଡାକ୍ତର କେମିତି ଆବିର୍ଭାବ ହେଲେ? ଅଧିକ ପଢନ୍ତୁ

Naba Das Murder Mystry
Naba Das Murder Mystry

Naba Das Murder Mystry
Naba Das Murder Mystry: ଯିଏ ସୁପାରୀ ଦେଇଛି, ସେ ଗୋପାଳକୁ ଆଶ୍ବସ୍ତି ମଧ୍ୟ ଦେଇଛି: ବିରୋଧୀ ଦଳନେତା

ଭୁବନେଶ୍ବର: ଗୋପାଳକୁ ଯିଏ ସୁପାରୀ ଦେଇଥିଲା ସେ ତାକୁ ଆଶ୍ବସ୍ତି ମଧ୍ୟ ଦେଇଛନ୍ତି । ପୋଲିସ କଣ ପାଇଁ ପାଗଳ କରିବାକୁ ଚାହୁଁଛି ତାହା ସ୍ପଷ୍ଟ ହୋଇଯାଇଛି । ଭାରତୀୟ ଦଣ୍ଡ ବିଧାନରେ ପାଗଳଙ୍କ ପାଇଁ କୋହଳ ଅଛି । ତେଣୁ ଦଣ୍ଡ କୋହଳ ପାଇଁ ପୋଲିସ ଯୋଜନା କରୁଛି । ଘଟଣା ପଛରେ କିଏ ଏବଂ ହତ୍ୟାର ଉଦ୍ଦେଶ୍ୟ କଣ ପୋଲିସ ବାହାର କରିବାକୁ ଚେଷ୍ଟା କରୁନାହିଁ । ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗକୁ ନେଇ ଆଜି ପୁଣି ରାଜ୍ୟ ସରକାରଙ୍କୁ ଆକ୍ରମଣ କରି ଏହା କହିଛନ୍ତି ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର ।

ଜୟ କହିଛନ୍ତି ‘‘ଗୋପାଳକୁ ଯିଏ ସୁପାରୀ ଦେଇଥିଲା ସେ ତାକୁ ଆସ୍ୟୁରାନ୍ସ ମଧ୍ୟ ଦେଇଛନ୍ତି । ପୋଲିସ କଣ ପାଇଁ ପାଗଳ କରିବାକୁ ଚାହୁଁଛି ତାହା ସ୍ପଷ୍ଟ ହୋଇଯାଇଛି । ଭାରତୀୟ ଦଣ୍ଡ ବିଧାନରେ ପାଗଳଙ୍କ ପାଇଁ କୋହଳ ଅଛି । ତେଣୁ ଦଣ୍ଡ କୋହଳ ପାଇଁ ପୋଲିସ ଯୋଜନା କରୁଛି ।’’ ହତ୍ୟାର କିଛି ସମୟ ପରେ ଜଣେ ଡାକ୍ତର କହିଲେ ଗୋପାଳ ପାଗଳ। ଏହା ମଧ୍ୟ ଏକ ଷଡଯନ୍ତ୍ର । ଡାକ୍ତର କେମିତି ଆବିର୍ଭାବ ହେଲେ? କେଉଁ ଉଦ୍ଦେଶ୍ୟରେ ମନ୍ତବ୍ୟ ଦେଲେ? ଷଡଯନ୍ତ୍ର ଭଳି ଲାଗୁଛି । ଏହି ଷଡଯନ୍ତ୍ରକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବା କଥା । ଘଟଣାକୁ ଟୁଇଷ୍ଟ ବା ଏକ ମୋଡ଼ ଦେବା ପାଇଁ ଚେଷ୍ଟା କରାଯାଇଛି । କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ । ତତେ ବଞ୍ଚେଇ ଦିଆଯିବ ଏଭଳି ପ୍ରତିଶ୍ରୁତି ଗୋପାଳକୁ ଦେଇଛନ୍ତି ହତ୍ୟାକାଣ୍ଡର ଷଡଯନ୍ତ୍ରକାରୀ । ତେଣୁ ଓଡିଶା ସରକାର ଗୋପାଳକୁ ବଞ୍ଚାଇବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛି ।

ଏହାବି ପଢନ୍ତୁ- ଗୋପାଳର ମାନସିକ ସ୍ଥିତି ଠିକ୍ ଅଛି କହିଲେ ମେଡିକାଲ ବୋର୍ଡ, ଏବେ କ୍ରାଇମବ୍ରାଞ୍ଚ ତଦନ୍ତ କେଉଁ ଦିଗରେ ?

କ୍ରାଇମବ୍ରାଞ୍ଚର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇ ଜୟ କହିଛନ୍ତି କଟକ ମେଡିକାଲର ଏକ ଡାକ୍ତରୀ ଟିମ କହିସାରିଲାଣି ଗୋପାଳ ପାଗଳ ନୁହେଁ । କାହିଁକି ପୋଲିସ ତାକୁ ପ୍ରତିପାଦନ କରିବାକୁ ଚେଷ୍ଟା କରୁଛି ଗୋପାଳ ଜଣେ ପାଗଳ ବୋଲି। ଏହା ବହୁତ ବଡ଼ ଷଡଯନ୍ତ୍ର । ଯଦି ତାର ମାନସିକ ଅବସ୍ଥା ଠିକ ନାହିଁ ତେବେ ତାକୁ କେମିତି ମାଜିଷ୍ଟ୍ରେଟଙ୍କ ଆଗରେ ଉପସ୍ଥାପନ କରାଗଲା? ତାର ବୟାନକୁ ରେକର୍ଡ କେମିତି କରାଗଲା? ଏସବୁ ଡ୍ରାମା କରୁଛି ପୋଲିସ । ଯେମିତି ଗୋପାଳ ବାହାରିଯିବ । ଯେହେତୁ ବହୁ ବଡ଼ ବଡ଼ ଲୋକ ଏଥିରେ ସମ୍ପୃକ୍ତ ତେଣୁ ତଦନ୍ତ ଭାର ସିବିଆଇକୁ ଦିଆଯାଉ, ଓଡିଶା ପୋଲିସ ତଦନ୍ତକୁ ଦିଗହରା କରିବ ଏବଂ ଅନ୍ୟାନ୍ୟ ଘଟଣା ଭଳି ଏହାକୁ ମଧ୍ୟ ଚପାଇ ଦିଆଯିବ ବୋଲି କହିଛନ୍ତି ।

ସେହିପରି ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ମଧ୍ୟ ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗରେ ଆଜି ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ସିଧା ସଳଖ ଆଟାକ କରି ଜୁଏଲ କହିଛନ୍ତି ‘‘ନବ ଦାସ ଘଟଣାରେ ନବୀନ ପଟ୍ଟନାୟକଙ୍କ ବଡ ଆଚିଭମେଣ୍ଟ। ଯେତେ ଆଚିଭମେଣ୍ଟ ପାଇଛନ୍ତି ନବୀନ ପଟ୍ଟନାୟକ ସବୁଠାରୁ ବଡ ଆଚିଭମେଣ୍ଟ ହେଲା ନବ ଦାସକୁ ହତ୍ୟାକରିବା’’ ।

ସେପଟେ ବରିଷ୍ଠ ରାଜନେତା ତଥା କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର ମଧ୍ୟ ଆଜି ପୁଣି ଥରେ ନବଦାସ ହତ୍ୟାକାଣ୍ଡରେ ନୂଆ ତଥ୍ୟ ସହ ଭିନ୍ନ ଢଙ୍ଗରେ ଶାଣିତ ସମାଲୋଚନା କରିଛନ୍ତି । ନରସିଂହ କହିଛନ୍ତି ‘‘ ଗୋପାଳ ଦାସ ପାଗଳ ନଥିଲା ବୋଲି ବିଶେଷଜ୍ଞଙ୍କ ଦ୍ୱାରା ପରୀକ୍ଷା ପରେ ସ୍ପଷ୍ଟ ହୋଇସାରିଛି । କୋର୍ଟ ମଧ୍ୟ ରିପୋର୍ଟକୁ ଗ୍ରହଣ କରିଛନ୍ତି । ଯାହା ନିଜେ ଅଭିଯୁକ୍ତ ପ୍ରମାଣ କରିବା କଥା ତାହା ସରକାର କାହିଁକି ପ୍ରମାଣିତ କରିବା ପାଇଁ ଚେଷ୍ଟା କରୁଛନ୍ତି? ’’ ସନ୍ଦେହ ହେଉଛି ଦଣ୍ଡ ଦେବା ପରିବର୍ତ୍ତେ ମୁଦାଲା କୁ ସୁରକ୍ଷା ଦେବା ପାଇଁ ଉଭୟ ରାଜ୍ୟ ସରକାର ବ୍ୟଗ୍ର କ୍ରାଇମବ୍ରାଞ୍ଚ ଏଥିପାଇଁ ପ୍ରସ୍ତୁତି କରୁଛି । ଷଡଯନ୍ତ୍ର ପ୍ରମାଣିତ ହୋଇ ଗଲାଣି । ବର୍ତ୍ତମାନ ଯାହା ଜଣା ପଡୁଛି ବ୍ୟକ୍ତିଗତ ଶତ୍ରୁତା ଯୋଗୁଁ ଷଡଯନ୍ତ୍ର ହୋଇଥିଲା ଅଭିଯୁକ୍ତର ବଡ଼ ଭାଇ ହତ୍ୟା ପରେ ବ୍ରହ୍ମପୁର ପଳେଇଛି ସଙ୍ଗେ ସାଙ୍ଗେ ଅଭିଯୁକ୍ତ ସ୍ତ୍ରୀ କହୁଛି ମୋ ସ୍ୱାମୀ ପାଗଳ 8 ବର୍ଷ ତଳେ ଚିକିତ୍ସା କରିଥିବା ଡାକ୍ତର ହଠାତ ସାମ୍ନାକୁ ଆସୁଛି। ଗୋପାଳକୁ କିଏ ବ୍ୟବହାର କରିଛି ନା ନାହିଁ ସଠିକ ତଦନ୍ତ ପରେ ସତ ପଦା କୁ ଆସିବ । ମୋ ପାଖରେ ଯାହା ତଥ୍ୟ ଅଛି ଅଭିଯୁକ୍ତ ନିଜ ଝିଆରୀକୁ ନେଇ ନବ ବାବୁଙ୍କ ପାଖକୁ ଯାଉଥିଲ ଗୋପାଳ। ସେତେବେଳ କଣ ଅଘଟଣ ନ ଘଟିଥାଇ ପାରେ ବୋଲି କିଏ କହିବ? ନବ ବାବୁଙ୍କ ନା ରେ ପୂର୍ବରୁ ଅନେକ କଥା ଶୁଣିବାକୁ ମିଳିଛି। ଦେହାନ୍ତ ପରେ ଏହା କହିବା ଉଚିତ ହେବ ନାହିଁ। ଏଥିପାଇଁ ପରିବାର ଲୋକେ ଷଡଯନ୍ତ୍ର କରିଥାଇ ପାରନ୍ତି ନବଙ୍କୁ ହତ୍ୟା କରିବା ପାଇଁ । ଗୋପାଳର ଝିଆରୀକୁ ପଚାର ଉଚୁରା କଲେ ସ୍ପଷ୍ଟ ଜଣା ପଡିବ । ସେଭଳି ଚରିତ୍ରର ଲୋକ ତାଙ୍କ ଦଳରେ ଥିଲେ ଦଳ ବଦନାମ ହେବ ଦଳ ସେଇଥି ପାଇଁ ପାଗଳ ବୋଲି ପ୍ରମାଣିତ କରିବାକୁ ଦଳ ଚେଷ୍ଟା କରୁଛି । ବ୍ୟବସାୟିକ ଓ ରାଜନୈତକ ଶତ୍ରୁତା ମଧ୍ୟ ହତ୍ୟାକାଣ୍ଡର କାରଣ ହୋଇପାରେ। କଂଗ୍ରେସ ଛାଡି ବିଜେଡିକୁ ଯିବା ପରେ ତାଙ୍କ ଦଳର ପଶ୍ଚିମ ଓଡିଶାର ନେତା ଙ୍କ ଭାଉ କମି ଯାଇଥିଲା । ନବଙ୍କ ଭାଉ ବଢିଗଲା ବ୍ରଜରାଜନଗର ଉପନିର୍ବାଚନ ବେଳେ ଏଭଳି ଘଟଣା ଘଟିଛି। ଆସ ଟ୍ରାନ୍ସପୋର୍ଟରେ ନବ ବାବୁଙ୍କ ମନୋ ପୋଲିଥିଲା। ନବଙ୍କ ହତ୍ୟା ପରେ ତାଙ୍କ ସପକ୍ଷବାଦୀ ଓ ଜଣେ ପୂର୍ବତନ ମନ୍ତ୍ରୀଙ୍କ ସପକ୍ଷବାଦୀ ମଧ୍ୟରେ କାହିଁକି ଝଗଡା ହେଲା । ଏଏସଆଇ ଘରେ ଦାମୀ ଗାଡି କେଉଁଠୁ ଆସିଲା? ସନ୍ଦେହ ଉପରେ ସଠିକ ତଦନ୍ତ ହେଲେ ସତ ପଦାକୁ ଆସିବ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 7, 2023, 8:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.