ETV Bharat / state

Naba Das Murder Case: ବିଧାନସଭା ହୁଲସ୍ତୁଲ ହେବ କହିଲେ ବିରୋଧୀ ଦଳନେତା

author img

By

Published : Feb 4, 2023, 10:06 PM IST

ବିରୋଧୀ ଦଳ ନେତା କହିଛନ୍ତି, ‘‘ସାମ୍ବିଧାନିକ ପଦରେ ଥିବା ରାଜ୍ୟର ବିରୋଧୀ ଦଳନେତାଙ୍କୁ ଓଡିଶା ହାବିଲଦାର ସଂଘ ଉପଦେଶ ଦେବ ? ମୋତେ ସେମାନ ଉପଦେଶ ଦେବାକୁ କିଏ ? ମୁଁ ଲୋକ ପ୍ରତିନିଧି । ଜନତା ମୋର ମାଲିକ ।" ଅଧିକ ପଢନ୍ତୁ

Naba Das Murder Case
Naba Das Murder Case

ବିଧାନସଭା ହୁଲସ୍ତୁଲ ହେବ: ବିରୋଧୀ ଦଳନେତା

ଭୁବନେଶ୍ବର: ସାମ୍ବିଧାନିକ ପଦରେ ଥିବା ରାଜ୍ୟର ବିରୋଧୀ ଦଳନେତାଙ୍କୁ ଓଡିଶା ହାବିଲଦାର ସଂଘ ଉପଦେଶ ଦେବ ? ମୋତେ ସେମାନେ ଉପଦେଶ ଦେବାକୁ କିଏ ? ମୁଁ ଲୋକ ପ୍ରତିନିଧି । ଜନତା ମୋର ମାଲିକ । ସେମାନେ ଉପଦେଶ ଦେବେ । ସରକାରୀ ପୋଲିସ କର୍ମଚାରୀ ଉପଦେଶ ଦେବାକୁ କିଏ ଅଧିକାର ଦେଲା? ଏହା ବିଶୃଙ୍ଖଳା ଆଚରଣ ନୁହେଁ ତ କଣ ? ରାଜ୍ୟ ପୋଲିସ ହାବିଲଦାର ସଂଘ କରିଥିବା ଅଭିଯୋଗକୁ ନେଇ ଆଜି ଏଭଳି ଢଙ୍ଗରେ ବର୍ଷିଛନ୍ତି ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର ।

ବିରୋଧୀ ଦଳ ନେତା କହିଛନ୍ତି, ‘‘ସାମ୍ବିଧାନିକ ପଦରେ ଥିବା ରାଜ୍ୟର ବିରୋଧୀ ଦଳନେତାଙ୍କୁ ଓଡିଶା ହାବିଲଦାର ସଂଘ ଉପଦେଶ ଦେବ? ମୋତେ ସେମାନ ଉପଦେଶ ଦେବାକୁ କିଏ? ମୁଁ ଲୋକ ପ୍ରତିନିଧି । ଜନତା ମୋର ମାଲିକ । ସେମାନେ ଉପଦେଶ ଦେବେ । ସରକାରୀ ପୋଲିସ କର୍ମଚାରୀ ଉପଦେଶ ଦେବାକୁ କିଏ ଅଧିକାର ଦେଲା ? ଏହା ବିଶୃଙ୍ଖଳା ଆଚରଣ ନୁହେଁ ତ କଣ ?’’ ଜୟ କହିଛନ୍ତି ଯେତେବେଳେ ରାଜ୍ୟର ଗୃହ ରାଷ୍ଟ୍ର ମନ୍ତ୍ରୀ କହିଲେ ପୋଲିସ କମିଶନ ନେଉଛି ସେତେବେଳେ କାହିଁକି ପୋଲିସ ସଂଘ କିଛି କହିଲା ନାହିଁ । ପୋଲିସକୁ ଦଳୀୟ କାର୍ଯ୍ୟ ରେ ବ୍ୟବହାର କରାଯାଉଛି । ଯେଉଁଥି ପାଇଁ ପୋଲିସ ଏପରି ବିଶୃଙ୍ଖଳିତ ଆଚରଣ କରୁଛି ।

ଏହାବି ପଢନ୍ତୁ- ଯଦି ଜଗନ୍ନାଥ ସବୁ ଜାଣିଛନ୍ତି ଡିଜି କାହିଁକି ରହିବେ: ବିଜେପି

ସେହିପରି ଜୟ କହିଛନ୍ତି ଓଡିଶା ପୋଲିସ ଆଇମା କାହାଣୀ କହୁଛି । ପ୍ରତ୍ୟେକ ଦିନ ନୂଆ ନୂଆ କାହାଣୀ ପ୍ଲଟ କରୁଛି ପୋଲିସ । ସଂଘୀୟ ବ୍ୟବସ୍ଥାରେ ରାଜ୍ୟ ସରକାରଙ୍କ ତଦନ୍ତ ଉପରେ ପ୍ରଶ୍ନ ଉଠିଲେ ସେଠି କେନ୍ଦ୍ରୀୟ ସଂସ୍ଥା ଯାଞ୍ଚ କରିବ । ରାଜ୍ୟ ସରକାର ଓ ପୋଲିସ ଆଇମା କାହାଣୀ ଛାଡି ସିବିଆଇ କୁ ତଦନ୍ତ ଭାର ଦିଅନ୍ତୁ। ଏଇ ଘଟଣାକୁ ନେଇ ବିଜେପି ବିଧାନସଭା ହୁଲୁସ୍ତୁଲ କରିବ ବୋଲି ବିରୋଧୀ ଦଳନେତା ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.