ETV Bharat / state

ଜାହାଜ ଏମଭି ଦେବୀରୁ କୋକେନ୍ ମିଳିବା ଘଟଣା, କ୍ରିୟୁ ମେମ୍ବରଙ୍କୁ ମୁକ୍ତି ପାଇଁ ଯୁକ୍ତି ବାଢିଲେ ଓକିଲ

author img

By ETV Bharat Odisha Team

Published : Jan 18, 2024, 9:39 PM IST

MV Devi Ship Issue: ଜାହାଜରୁ ୨୨୦ କୋଟି ମୂଲ୍ୟର କୋକେନ୍ ମିଳିବା ଘଟଣା । ସ୍ବଦେଶ ଫେରିପାରନ୍ତି କ୍ରିୟୁ ମେମ୍ବର । କୁଜଙ୍ଗ କୋର୍ଟରେ ଜାହାଜ କମ୍ପାନୀର ପକ୍ଷ ରଖିଛନ୍ତି ଆଇନଜୀବୀ । ଅଧକ ପଢନ୍ତୁ

mv devi ship issue
mv devi ship issue

ପାରାଦ୍ବୀପ: ଜାହାଜରୁ ୨୨୦ କୋଟି ମୂଲ୍ୟର କୋକେନ୍ ମିଳିବା ଘଟଣା । ସ୍ବଦେଶ ଫେରିପାରନ୍ତି କ୍ରିୟୁ ମେମ୍ବର । ଗତ ନଭେମ୍ବର 29 ତାରିଖରେ କଷ୍ଟମ ବିଭାଗ ଏହି ଜାହାଜକୁ ନିଜ ହେପଜାତକୁ ଆଣିବା ସହ 21 ଜଣ କ୍ରିୟୁ ମେମ୍ବରଙ୍କୁ ଅଟକ ରଖିଥିଲା। ସୂଚନା ଅନୁସାରେ, ଜାହାଜ ଓ କ୍ରିୟୁ ମେମ୍ବରଙ୍କୁ ମୁକୁଳାଇବା ପାଇଁ ଜାହାଜ କମ୍ପାନୀ କୁଜଙ୍ଗ କୋର୍ଟରେ ୩ ଜଣ ଆଇନଜୀବୀଙ୍କୁ ନିଯୁକ୍ତ କରିଛି । ଆଜି (ଗୁରୁବାର) କୁଜଙ୍ଗ କୋର୍ଟରେ ଜାହାଜ କମ୍ପାନୀର ପକ୍ଷ ରଖିଛନ୍ତି ।

କମ୍ପାନୀ ଦ୍ୱାରା ନିଯୁକ୍ତ ଆଇନଜୀବୀଙ୍କ କହିବା ଅନୁଯାୟୀ, "ନଭେମ୍ବର 29 ତାରିଖରେ ପାରାଦ୍ୱୀପ ପୋର୍ଟର ପିଆଇସିଟି ବର୍ଥରେ ଏମଭି ଦେବୀ ଜାହାଜ ଲାଗିଥିଲା । ସେହି ଜାହାଜରୁ କୋକେନ୍ ମିଳିବା ପରେ କଷ୍ଟମ ବିଭାଗ ଜାହାଜକୁ ଜବତ କରିବା ସହ ସମସ୍ତ କ୍ରିୟୁ ମେମ୍ବରମାନଙ୍କୁ ଅଟକ ରଖିଥିଲେ । ପାରାଦ୍ୱୀପ ବନ୍ଦର ବର୍ଥରେ ଦୀର୍ଘଦିନ ଧରି ଜାହାଜଟି ରହିବା ଫଳରେ ବିଭିନ୍ନ ଦେୟ ବାବଦକୁ ନେଇ 14 କୋଟି ଟଙ୍କା ବକେୟା ହୋଇ ଯାଇଥିଲା । ଦିନକୁ ଦିନ ଆର୍ଥିକ ବୋଝ ବଢୁଥିବା ଦେଖି ଜାହାଜ କମ୍ପାନୀ ଜାହାଜ ମୁକୁଳାଇବା ପାଇଁ କୋର୍ଟରେ ଆବେଦନ କରିବା ସହିତ ବନ୍ଦର ବର୍ଥରୁ ବାହାରି ଆଙ୍କରେଜ ଏରିଆରେ ଲଙ୍ଗର ପକାଇ ରହିବାକୁ କଷ୍ଟମ ବିଭାଗକୁ ଆବେଦନ କରିଥିଲା।"

ଏହା ମଧ୍ୟ ପଢନ୍ତୁ...ଜାହାଜରୁ 200 କୋଟିର କୋକେନ ମିଳିବା ଘଟଣା, ଅଟକ କ୍ରିଉ ମେମ୍ବରଙ୍କ ଆତ୍ମହତ୍ୟା ଉଦ୍ୟମ

ଏହି ଆବେଦନ ଗ୍ରହଣ କରି, କଷ୍ଟମ ବିଭାଗ ଜାହାଜକୁ ଆଙ୍କରେଜରେ ରହିବା ପାଇଁ ଅନୁମତି ଦେଇଛନ୍ତି । ଜାହାଜରେ ଥିବା ସମସ୍ତ କ୍ରିୟୁ ମେମ୍ବରଙ୍କ ମୋବାଇଲ ଫୋନ ଜବତ ହୋଇଥିଲା । ସମୁଦ୍ର ମଧ୍ୟରେ ଜାହାଜକୁ ତଟରକ୍ଷୀ ବାହିନୀ ଓ କଷ୍ଟମ ବିଭାଗର କର୍ମଚାରୀମାନେ ଜଗି ରହିଛନ୍ତି । ଏହି ଘଟଣା ଘଟିବାର 48 ଦିନ ବିତି ଗଲାଣି । ସମୁଦ୍ର ମଧ୍ୟରେ କ୍ରିୟୁ ମେମ୍ବରମାନେ ମାସ ମାସ ଧରି ରହିବା ଫଳରେ ଅଣ ନିଶ୍ୱାସୀ ହୋଇପଡିଛନ୍ତି । 21 ଜଣ କ୍ରିୟୁ ମେମ୍ବରମାନଙ୍କ ଦୈନନ୍ଦିନ ଖାଦ୍ୟ ପାନୀୟ ଆଦି ଯୋଗାଣରେ ମଧ୍ୟ ଜାହାଜ କମ୍ପାନୀ କାଣ୍ଟଛାଣ୍ଟ କରିବା ଆରମ୍ଭ କରିଦେଲାଣି । ବିଚାର ପ୍ରକ୍ରିୟା ବିଳମ୍ବ ହେଉ ଥିବାରୁ କ୍ରିୟୁ ମେମ୍ବରମାନଙ୍କର ସମସ୍ୟା ବଢ଼ିବାରେ ଲାଗିଛି" ବୋଲି କହିଛନ୍ତି ଆଇନଜୀବୀ। ତେବେ ଜାହାଜ ମୁକୁଳାଇବା ପାଇଁ କମ୍ପାନୀ କର୍ତ୍ତୃପକ୍ଷ କୁଜଙ୍ଗ କୋର୍ଟରେ ଆବେଦନ କରିଛନ୍ତି। ଜାହାଜ କମ୍ପାନୀ ସପକ୍ଷରେ ୩ ଆଇନଜୀବୀ ସତ୍ୟାନନ୍ଦ ବିଶ୍ୱାଳ, ଆଶୁତୋଷ ମହାନ୍ତି ଓ ବିକାଶ ନାଥ ପକ୍ଷ ରଖିଛନ୍ତି।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.