ETV Bharat / state

ନୀତି ଆୟୋଗ ରିପୋର୍ଟ, ଗରିବୀ ସଂଖ୍ୟା ବଢିବା ନେଇ କଂଗ୍ରେସର ଟାର୍ଗେଟ

author img

By ETV Bharat Odisha Team

Published : Jan 16, 2024, 10:49 PM IST

Congress questioned on NITI Aayog Report : ନୀତି ଆୟୋଗର ରିପୋର୍ଟ ଅନୁସାରେ ଗତ ୯ ବର୍ଷ ମଧ୍ୟରେ କେବଳ ଓଡ଼ିଶାରେ ୧ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ କବଳରୁ ମୁକ୍ତ । କିନ୍ତୁ ଆଶାନୁରୂପକ ଦାରିଦ୍ର୍ୟ ଦୂରୀକରଣ ନହେବା ନେଇ କଂଗ୍ରେସର ଟାର୍ଗେଟ । ଅଧିକ ପଢନ୍ତୁ

ନୀତି ଆୟୋଗ ରିପୋର୍ଟ ପ୍ରକାଶ, ଗରିବ ସଂଖ୍ୟା ବଢିବା ନେଇ କଂଗ୍ରେସର ଟାର୍ଗେଟ

ଗରିବୀ ସଂଖ୍ୟା ବଢିବା ନେଇ କଂଗ୍ରେସର ଟାର୍ଗେଟ

ଭୁବନେଶ୍ବର : ସ୍ବାଧୀନତା ପର ଠାରୁ ଓଡିଶା ଦେଶରେ ଏକ ଗରିବ ରାଜ୍ୟର ପରିଚୟ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛି । କେତେବେଳେ କଳାହାଣ୍ଡିର ପିଲା ବିକ୍ରି କଥା ହେଉ କି ନଗଡା ର ଭୋକର ନଗ୍ନଚିତ୍ର ଅବା କୋରାପୁଟ ଜିଲ୍ଲାର କୋଟିଆରେ ଦରିଦ୍ରତାର ଦୁଃଖଦ ଇତିହାସ । ଏ ସବୁ ଅତୀତରେ ଦେଶରେ ଆଲୋଚନାର ବିଷୟ ପାଲଟିଛି । କିନ୍ତୁ ନିକଟରେ ପ୍ରକାଶ ପାଇଛି ନୀତି ଆୟୋଗର ରିପୋର୍ଟ । ଓଡ଼ିଶାରେ ଦାରିଦ୍ର୍ୟ ସୀମା ରେଖା ଭିତରେ ରହୁଥିବା ଜନସାଧାରଣ ଙ୍କ ବିକାଶ ହେଉଛି ବୋଲି ନୀତି ଆୟୋଗ ରିପୋର୍ଟ ରେ ଦର୍ଶା ଯାଇଛି । ଗତ ୯ ବର୍ଷ ମଧ୍ୟରେ କେବଳ ଓଡ଼ିଶାରେ ୧ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ କବଳରୁ ମୁକ୍ତ ହୋଇଛନ୍ତି । ସେହିପରି ଦେଶରେ ମଧ୍ୟ ୯ ବର୍ଷ ମଧ୍ୟ ରେ ୨୪.୮୨ କୋଟି ଲୋକ ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି ।

ଏହାକୁ ନେଇ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ , ଏହି ରିପୋର୍ଟକୁ ନେଇ ମୁଁ ଅତ୍ୟନ୍ତ ଖୁସି । କାରଣ ୧୯୭୪ ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଗରିବୀ ହଟାଓ ର ଯେଉଁ ସ୍ଲୋଗାନ ଦେଇ ଥିଲେ ତାହା ଆଜି ବାସ୍ତବତାର ରୂପ ନେଇଛି । ଏବର ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାହାକୁ କାର୍ଯ୍ୟକାରୀ କରିବାରେ ପ୍ରତିଯୋଗିତା କରୁଛନ୍ତି । ବର୍ତ୍ତମାନ ଓଡିଶାରେ ଜନସଂଖ୍ୟା ହେଉଛି 4କୋଟି 80 ଲକ୍ଷ । 1999 ମସିହାକୁ ଆଜିକା ସମୟ ସହ ଯଦି ତୁଳନା କରାଯାଏ ଆଜି ରାଜ୍ୟର ଗରିବୀ ସଂଖ୍ୟା ଅଧିକ , କାରଣ ସେ ସମୟ ରେ ଓଡିଶାର ଜନସଂଖ୍ୟା ୨କୋଟି ୯୦ଲକ୍ଷ ରୁ ଅଧିକ ଥିଲା । ତେଣୁ ରାଜ୍ୟ ଓ କେନ୍ଦ୍ର ସରକାର ଉଭୟ ଦାରିଦ୍ର୍ୟ ଦୂରୀକରଣ ରେ ବିଫଳ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ରୂପାନ୍ତିକରଣ ହିସାବ ମାଗିଲେ ଧର୍ମେନ୍ଦ୍ର, କହିଲେ ଦିନରେ ଲଣ୍ଠନ ଦେଖାଉଛନ୍ତି ସରକାର

ସେହିପରି ଗରିବ ଲୋକଙ୍କୁ ୧ ଟଙ୍କାରେ କିମ୍ବା ମାଗଣା ଚାଉଳ ଯୋଗାଇବା ଯୋଜନା କଂଗ୍ରେସ ସରକାର ଅମଳରୁ ଆରମ୍ଭ ହୋଇଥିଲା । ବିଭିନ୍ନ ଯୋଜନା ସତ୍ତ୍ବେ ଗରିବ ସୀମା ରେଖା ରେ ରହୁଥିବା ଲୋକ ଙ୍କ ସଂଖ୍ୟା କମିବା କଥା କିନ୍ତୁ ତାହା ବଢି ବଢି ଚାଲିଛି । ଓଡ଼ିଶାରେ 67 ପ୍ରତିଶତ ଲୋକଙ୍କୁ ମାଗଣା ଚାଉଳ ଦିଆଯାଉଛି । ଯଦି ତାହା ବନ୍ଦ କରିଦିଆଯାଏ ତେବେ ରାଜ୍ୟରେ ଲୋକ ଙ୍କ ଅବସ୍ଥା ସମ୍ପୂର୍ଣ୍ଣ ଶୋଚନୀୟ ହୋଇ ପଡିବ । କାଗଜ କଲମରେ ବହୁତ କଥା ହେଉଛି ହେଲେ ବାସ୍ତବତା କିନ୍ତୁ ଭିନ୍ନ ଚିତ୍ର ଦେଖାଉଛି । ଏ ସମ୍ପର୍କ ରେ ସବୁ ତଥ୍ୟ ଲୋକଙ୍କ ପାଖରେ ପହଞ୍ଚାଇବା ଦରକାର ।

ନୀତି ଆୟୋଗ ରିପୋର୍ଟ ଅନୁସାରେ , ଓଡ଼ିଶାରେ ୨୦୦୫-୦୬ ରେ ୬୩.୮୪ ପ୍ରତିଶତ ଲୋକ ବହୁମୁଖୀ ଦାରିଦ୍ର୍ୟ କବଳରେ ଥିବା ବେଳେ ତାହା ହ୍ରାସ ପାଇ ୨୦୧୫-୧୬ ସୁଦ୍ଧା ସେହି ହାର ୨୯.୩୪ ପ୍ରତିଶତ ହୋଇଥିଲା । ଏହାପରେ ୨୦୧୯-୨୧ ସୁଦ୍ଧା ଦାରିଦ୍ର୍ୟହାର ୧୫.୬୮ ପ୍ରତିଶତକୁ ହ୍ରାସ ପାଇଛି । ଗତ ୯ ବର୍ଷ ଭିତରେ ରାଜ୍ୟର ୧.୦୨ କୋଟି ଲୋକ ବହୁମୁଖୀ ଦାରିଦ୍ର୍ୟ କବଳରୁ ମୁକ୍ତି ପାଇଛନ୍ତି । ଯେଉଁ ହାରରେ ଦାରିଦ୍ର୍ୟ ହ୍ରାସ ପାଉଛି, ତାହା ବିଚାରକୁ ନେଲେ ୨୦୩୦ ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ବହୁମୁଖୀ ଦାରିଦ୍ର୍ୟମୁକ୍ତ ହେବା ଲାଗି ରହିଥିବା ସ୍ଥାୟୀ ବିକାଶ ଲକ୍ଷ୍ୟକୁ ଭାରତର ସହଜରେ ହାସଲ କରିପାରିବ ବୋଲି କୁହାଯାଇପାରିବ । ସ୍ବାସ୍ଥ୍ୟ ସେବା, ଶିକ୍ଷା, ଜୀବନ ଧାରଣ ମାନ ଆଦିରେ ହୋଇଥିବା ଉନ୍ନତି ବିଚାରକୁ ନେଇ ବହୁମୁଖୀ ଦାରିଦ୍ର୍ୟ ନିର୍ଧାରଣ କରାଯାଇଥାଏ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.