ETV Bharat / state

ଅସହ୍ୟ ତାତିରୁ ମିଳିବ ମୁକ୍ତି ! ୧୭ରୁ ୨୦ ମଧ୍ୟରେ ଆସିପାରେ ମୌସୁମୀ

author img

By

Published : Jun 13, 2023, 4:54 PM IST

ଅସହ୍ୟ ଖରା ସାଙ୍ଗକୁ ଗୁଳୁଗୁଳିରୁ ତ୍ରାହି ତ୍ରାହି ଡାକିଲେଣି ଲୋକେ । ସମସ୍ତଙ୍କର ଅପେକ୍ଷା, କେବେ ଆସିବ ମୌସୁମୀ ବର୍ଷା । ତେବେ ପାଣିପାଗ ବିଜ୍ଞାନୀ ଶରତ ସାହୁଙ୍କ ଆକଳନ ଅନୁସାରେ ଜୁନ ୧୭ରୁ ୨୦ ମଧ୍ୟରେ ଓଡିଶା ଛୁଇଁବ ମୌସୁମୀ ବର୍ଷା । ଅଧିକ ପଢ଼ନ୍ତୁ

ଜୁନ ୧୭ରୁ ୨୦ ମଧ୍ୟରେ ଆସିପାରେ ମୌସୁମୀ
ଜୁନ ୧୭ରୁ ୨୦ ମଧ୍ୟରେ ଆସିପାରେ ମୌସୁମୀ

ଜୁନ ୧୭ରୁ ୨୦ ମଧ୍ୟରେ ଆସିପାରେ ମୌସୁମୀ

ଭୁବନେଶ୍ବର: ଅସହ୍ୟ ଖରା ସାଙ୍ଗକୁ ଗୁଳୁଗୁଳି । ତାତିରୁ ତ୍ରାହି ତ୍ରାହି ଡାକିଲେଣି ଲୋକେ । ଆଉ ଏତିକି ବେଳେ ଗତକାଲି ରାତିରେ ସାମାନ୍ୟ ବର୍ଷା ପାଗରେ ଆଣିଛି ପରିବର୍ତ୍ତନ । ଟିକିଏ ଥଣ୍ଡା ଅନୁଭୁତ ହୋଇଛି । ଆଜି ଦିନ ତମାମ ପାଗ ଛାଇଛାଇଆ ରହିଥିଲା । ଏତେଟା ଖରାନଥିଲା । ଏବେ ଅପେକ୍ଷା ରହିଛି କେବେ ଆସିବ ମୌସୁମୀ ବର୍ଷା । ପାଣିପାଗ ବିଜ୍ଞାନୀ ଶରତ ସାହୁଙ୍କ ଆକଳନ ଅନୁସାରେ ଜୁନ ୧୭ରୁ ୨୦ ମଧ୍ୟରେ ଓଡିଶା ଛୁଇଁବ ମୌସୁମୀ ବର୍ଷା । ଯଦିଓ ସିଷ୍ଟମ ଜଟିଳ ରହିଛି, ଆରବ ସାଗରରେ ‘ବିପର୍ଯ୍ୟୟ’ ସ୍ଥଳଭାଗକୁ ଆସିଲେ ଏହା ନର୍ଥ ଗୁଜୁରାଟ- ରାଜସ୍ଥାନ ଆଡକୁ ମୁହାଁଇବ । ଏହି ସମୟରେ ବଙ୍ଗୋପସାଗରରେ ଯଦି ଠିକ ସିଷ୍ଟମ ଜାରି ରୁହେ, ତେବେ କାଳବୈଶାଖୀ ସୃଷ୍ଟି ହେବ । ଆଭ୍ୟନ୍ତରୀଣ ଓଡିଶାରେ ଏହାର ପ୍ରଭାବ ରହିବ । ଯଦି ସବୁ ଠିକ ରୁହେ, ତେବେ ଜୁନ ୧୭ରୁ ୨୦ ମଧ୍ୟରେ ମୌସୁମୀ ଓଡିଶା ଛୁଇଁବ ବୋଲି ଆକଳନ କରିଛନ୍ତି ।

ଅନ୍ୟପଟେ ଗତ ୧୦ ଦିନ ଧରି ଯେପରି ତାପମାତ୍ରା ବଢି ବଢି ଚାଲିଛି, ଏବେ ସେଥିରେ ପରିବର୍ତ୍ତନ ଆସିବାକୁ ଯାଉଛି । ଆରବ ସାଗରରେ 'ବିପର୍ଯ୍ୟୟ' ବାତ୍ୟା ଏବଂ ବଙ୍ଗୋପସାଗରରେ କ୍ଲାଉଡ ମାସର ପ୍ରଭାବରେ ତାପମାତ୍ରା ବଢି ଚାଲିଥିଲା । ଏବେ ସେଥିରେ ପରିବର୍ତ୍ତନ ଆସିବ । କାରଣ ଗୁଜରାଟ ଠାରୁ ଆଉ ମାତ୍ର ୨୫୦ରୁ ୨୮୦ କିଲୋମିଟର ଦୂରରେ ରହିଛି ବାତ୍ୟା ବିପର୍ଯ୍ୟୟ । ୧୪ ତାରିଖ ରାତି ସୁଦ୍ଧା ଏହା ଗୁଜୁରାଟ ଉପକୂଳ ଏବଂ ପାକିସ୍ତାନ ସୀମାରେ ସ୍ଥିର ରହିବ । ୧୫ ତାରିଖରେ ଏହା ଗୁଜରାଟ-ପାକିସ୍ତାନ ସୀମା ଅତିକ୍ରମ କରିବ । ଯାହାର ପ୍ରଭାବରେ ଶୁଷ୍କ ବାୟୁ ପ୍ରବାହିତ ହେବ । ଓଡିଶାରେ ପାଗ ଥଣ୍ଡା ରହିବ ବୋଲି ପାଣିପାଗ ବିଜ୍ଞାନୀ ଶରତ ଚନ୍ଦ୍ର ସାହୁ ଆକଳନ କରିଛନ୍ତି ।

ଏଥର ରଜ ସମୟରେ ମଧ୍ୟ ସାମାନ୍ୟ ଗୁଳିଗୁଳି ଅନୁଭୁତ ହେବ । ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ୪୧ରୁ ୪୨ ଡିଗ୍ରୀ ମଧ୍ୟରେ ରହିବ । ଉପକୂଳ ଓଡିଶାରେ ଏତେଟା ତାତି ଅନୁଭୁତ ହେବ ନାହିଁ । କିନ୍ତୁ ଦିନ ୧୦ଟା ବେଳକୁ ଗୁଳୁଗୁଳି ଅନୁଭୁତ ହେବ । ଏବେ ତାତିରୁ ତ୍ରାହି ପାଇବା ପାଇଁ ଲୋକେ ମୌସୁମୀ ବର୍ଷାକୁ ଅପେକ୍ଷା କରି ବସିଛନ୍ତି । ଜୁନ ୧୭ରୁ ୨୦ ମଧ୍ୟରେ ମୌସୁମୀ ଓଡିଶା ଛୁଇଁବା ପରେ ବର୍ଷା ହେବ ଓ ପାଗରେ ବଡ ପରବର୍ତ୍ତନ ହେବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.