ETV Bharat / state

‘ମାଆ ମାନେ ବିଜେଡି ଛାଡିବାକୁ ଚାହୁଁଛନ୍ତି, ବାନ୍ଧି ରଖିବା ପାଇଁ ସ୍କୁଟି ଯୋଜନା’

author img

By ETV Bharat Odisha Team

Published : Oct 11, 2023, 10:04 PM IST

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ‘‘ମହିଳା ମାନେ କେତେ ଉପକୃତ ହେବେ ଓ ବ୍ୟାଙ୍କ ସେଥିପାଇଁ ଅର୍ଥ ସିଧାସଳଖ ଦେବେ କି ନାହିଁ ତାହା ପ୍ରଶ୍ନ ଘେରରେ । ଅନେକ ଯୋଜନା ରାଜ୍ୟ ସରକାରଙ୍କର ଫ୍ଲପ ହୋଇଛି । ଗୋଟେ ପରେ ଗୋଟେ ଯୋଜନା ଫେଲ ହୋଇଛି । ଓଡ଼ିଶାର ଗରିବ ଲୋକଙ୍କୁ ଲାତ ମାରିଛନ୍ତି ବିଜେଡି ସରକାର । ଆର୍ଥିକ ଉନ୍ନତି କାହାକୁ କରିବାକୁ ଦିଅନ୍ତି ନାହିଁ । ଅଧିକ ପଢନ୍ତୁ

ମା ମାନେ ବିଜେଡି ଛାଡିବାକୁ ଚାହୁଁଛନ୍ତି, ବାନ୍ଧି ରଖିବା ପାଇଁ ସ୍କୁଟି ଯୋଜନା: ମୋହନ ମାଝୀ
ମା ମାନେ ବିଜେଡି ଛାଡିବାକୁ ଚାହୁଁଛନ୍ତି, ବାନ୍ଧି ରଖିବା ପାଇଁ ସ୍କୁଟି ଯୋଜନା: ମୋହନ ମାଝୀ

ମା ମାନେ ବିଜେଡି ଛାଡିବାକୁ ଚାହୁଁଛନ୍ତି, ବାନ୍ଧି ରଖିବା ପାଇଁ ସ୍କୁଟି ଯୋଜନା: ମୋହନ ମାଝୀ

ଭୁବନେଶ୍ବର: ରାଜ୍ୟ ସରକାର ମିଶନ ଶକ୍ତି ଅଧୀନରେ ଥିବା ମହିଳା ମାନଙ୍କୁ ସ୍କୁଟି କିଣିବା ପାଇଁ ମିଶନ ଶକ୍ତି ସ୍କୁଟି ଯୋଜନାରେ ଏକ ଲକ୍ଷ ଟଙ୍କା ବିନା ଶୁଦ୍ଧରେ ଯୋଗାଇ ଦେଉଛନ୍ତି । ଯୋଜନାକୁ ଆଜି ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଯୋଜନାର ଶୁଭାରମ୍ଭ କରିଥିବା ବେଳେ ପ୍ରାୟ 2 ଲକ୍ଷ ମହିଳା ଏହାର ଲାଭ ପାଇବେ ବୋଲି ସରକାର କହିଛନ୍ତି । ଯୋଜନାକୁ ନେଇ ବିଜେପି ବର୍ଷିବା ସହିତ ବିଜେଡି ପ୍ରତି ବିମୁଖ ହେଉଥିବା ମହିଳା ମାନଙ୍କୁ ବାନ୍ଧି ରଖିବା ପାଇଁ ଯୋଜନା ଘୋଷଣା କରାଯାଇଛି ବୋଲି ବିଜେପି ଅଭିଯୋଗ କହିଛି ।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ‘‘ମହିଳା ମାନେ କେତେ ଉପକୃତ ହେବେ ଓ ବ୍ୟାଙ୍କ ସେଥିପାଇଁ ଅର୍ଥ ସିଧାସଳଖ ଦେବେ କି ନାହିଁ ତାହା ପ୍ରଶ୍ନ ଘେରରେ । ଅନେକ ଯୋଜନା ରାଜ୍ୟ ସରକାରଙ୍କର ଫ୍ଲପ ହୋଇଛି । ଗୋଟେ ପରେ ଗୋଟେ ଯୋଜନା ଫେଲ ହୋଇଛି । ଓଡ଼ିଶାର ଗରିବ ଲୋକଙ୍କୁ ଲାତ ମାରିଛନ୍ତି ବିଜେଡି ସରକାର । ଆର୍ଥିକ ଉନ୍ନତି କାହାକୁ କରିବାକୁ ଦିଅନ୍ତି ନାହିଁ । ଋଣ ଆଣି ଅନ୍ୟକୁ ଋଣ ଦେଇଆସିଛନ୍ତି SHG ଗ୍ରୁପ । ନିଜର ଭୋଟ ବ୍ୟାଙ୍କ ରଖିବା ପାଇଁ ଏ ପ୍ରୟାସ କରିଛନ୍ତି । ମାଆ ମାନେ ଯେତେ ବେଳେ ବିଜେଡି ଛାଡିବାକୁ ଚାହୁଛନ୍ତି ତାଙ୍କୁ ବାନ୍ଧି ରଖିବା ପାଇଁ ଏ ସ୍କୁଟି ଯୋଜନା । ନବୀନ ସରକାରରେ ଯୋଜନା ଆରମ୍ଭ ହୁଏ ଆଉ ଶେଷ ବି ହୋଇଯାଏ । କେବଳ ପ୍ରହସନ ଛଡା ଆଉ କିଛି ନୁହେଁ । ସ୍କୁଟି ଯୋଜନା ଏକ ଫ୍ଲପ ଯୋଜନା ।’’

ଏହାବି ପଢନ୍ତୁ- ଗତି ହିଁ ଶକ୍ତି: ସ୍କୁଟର ଯୋଜନାର ଶୁଭାରମ୍ଭ, ୨ ଲକ୍ଷ ମିଶନ ଶକ୍ତି ମହିଳା ପାଇବେ ଋଣ

ମୋହନ କହିଛନ୍ତି ବାସ୍ତବିକ ଏହି ଯୋଜନାରେ ମହିଳା ମାନେ କେତେ ଉପକୃତ ହେବେ ଏବଂ ବ୍ୟାଙ୍କ ସିଧାସଳଖ ଏମାନଙ୍କୁ ଋଣ ଦେବ କି ଏହା ପ୍ରଶ୍ନବାଚୀ । କାରଣ ଅତୀତରେ ଅନେକ ଯୋଜନା ରାଜ୍ୟ ସରକାର କରିଛନ୍ତି ସବୁ ଫ୍ଲପ ମାରିଛି । ଉଦାହରଣ ମୋ ଘର ଯୋଜନା, ଯେତେବେଳେ ବିଜୁ ପକ୍କା ଘର ଫେଲ ମାରିଲା ମୋ ଘର ଯୋଜନା ଆରମ୍ଭ କଲେ । ଋଣ ମାଧ୍ୟମରେ ହେଲେ ଏଇଟା ବି ଫେଲ ମାରିଛି। ଏମିତି କେତେ ଯୋଜନା ସରକାର କରିବେ ନିର୍ବାଚନ ଆସିଲେ।

ସୂଚନାଯୋଗ୍ୟ ଯେ, ଆଜି ମିଶନଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅଭିଭାଷଣରେ କହିଛନ୍ତି ଯେ, ମହିଳା ସଶକ୍ତିକରଣରେ ଆଜିର ଦିନ ଗୁରୁତ୍ବପୂର୍ଣ୍ଣ । ମାଆମାନେ ଭଲ କାମ କରୁଛନ୍ତି। ଓଡ଼ିଶା ପାଇଁ ମାଆମାନେ ଆଣିଛନ୍ତି ନୂଆ ଗତି, ଶକ୍ତି ଓ ପ୍ରଗତି । ଗତି ହିଁ ଶକ୍ତି, ସ୍କୁଟର ଯୋଜନା ମାଆଙ୍କ ଗତିକୁ ଶକ୍ତିଶାଳୀ କରିଛି। ୧୫ ହଜାର ମାଆ ପାଇଛନ୍ତି ସ୍କୁଟର। ଆଗକୁ ଆଉ ୨ ଲକ୍ଷ ମାଆ ସ୍କୁଟର ପାଇବେ। ମିଶନଶକ୍ତି ସ୍କୁଟର ଯୋଜନାରେ ୫୨୮ କୋଟି ଟଙ୍କାର ସୁଧ ଋଣ ଛାଡ ହେବ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.