ETV Bharat / state

Post Poll Violence: ଧାମନଗର ଉପନିର୍ବାଚନ ପରେ ହୋଇଛି ଘରପୋଡି, ଅସଦାଚରଣ ହିଂସା

author img

By

Published : Nov 29, 2022, 8:10 AM IST

ଧାମନଗର ଉପନିର୍ବାଚନ ଏବଂ ପରବର୍ତ୍ତୀ ସମୟରେ ୭ଟି ହିଂସା ଘଟଣା ଘଟିଛି । ବିଧାନସଭାରେ ସୂଚନା ଦେଲେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । ଅଧିକ ପଢନ୍ତୁ

Assembly News: ଧାମନଗର ଉପନିର୍ବାଚନରେ ୭ଟି ହିଂସାକାଣ୍ଡ ଘଟିଛି
Assembly News: ଧାମନଗର ଉପନିର୍ବାଚନରେ ୭ଟି ହିଂସାକାଣ୍ଡ ଘଟିଛି

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ଏବଂ ପରବର୍ତ୍ତୀ ସମୟରେ ସେଠାରେ ୭ଟି ହିଂସା ଘଟଣା ଘଟିଛି(Post-Poll Violence In Dhamnagar) । ଏଥିରେ ଘରପୋଡି(house burnt) ଓ ଅସଦାଚରଣ ଭଳି ଘଟଣା ରହିଛି । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ସୂଚନା ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା(Minister Tusharkanti Behera) ।

ଗୃହ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯେ, ''ଧାମନଗର ଉପନିର୍ବାଚନ ସମୟରେ ଓ ପରବର୍ତ୍ତୀ ସମୟରେ ମୋଟ ୭ଟି ନିର୍ବାଚନୀ ସମ୍ପର୍କିତ ହିଂସା ଘଟଣା ଘଟିଛି । ଏହି ମାମଲାରେ ସମ୍ପୃକ୍ତ ଆସାମୀମାନଙ୍କର ରାଜନୈତିକ ଦଳ ସହ ସମ୍ପୃକ୍ତି ଅଛି କି ନାହିଁ ତାହାର ତଦନ୍ତ ଚାଲିଛି । ତେବେ ଗୋଟିଏ ସ୍ଥାନରେ ଘରପୋଡି ଓ ଦୁଇଟି ସ୍ଥାନରେ ଅସଦାଚରଣର ଅଭିଯୋଗ ଆସିଛି । ଏହାର ତଦନ୍ତ ଜାରି ରହିଛି ।''

ଏହାମଧ୍ୟ ପଢନ୍ତୁ: Assembly News: ତାରା କହିଲେ ମୁଁ ବି ଦେଖିଛି ନାଗୁଣୀ, ନମସ୍କାର କଲେ ନାରାୟଣ

ପୋଲିସ ଏଗୁଡିକୁ ଗୁରୁତ୍ୱ ଦେଇ ଆଇପିସିର ବିଭିନ୍ନ ଧାରାରେ ମାମଲା ରୁଜୁ କରିଥିବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଜଣାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.