ETV Bharat / state

ବାଇକକୁ ପିଟିଲା ମିନିଟ୍ରକ୍: ବାପା ସମେତ 2 ପୁଅ ମୃତ

author img

By

Published : Aug 28, 2019, 9:12 AM IST

Updated : Aug 28, 2019, 9:17 AM IST

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗଡଖୋର୍ଦ୍ଧାଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ବାଇକକୁ ମିନି ଟ୍ରକ ଧକ୍କା ଦେବା ଫଳରେ ବାପା ସହ 2 ପୁଅଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଵାପା ସହ ଦୁଇ ପୁଅଙ୍କ ମୃତ୍ୟୁ ହୋଇଛି । ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ ଗଡଖୋର୍ଦ୍ଧାଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ବାଇକକୁ ମିନି ଟ୍ରକ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା । ପରେ ଅନ୍ୟ ଦୁଇ ଜଣଙ୍କର ଖୋର୍ଦ୍ଧା ମେଡିକାଲରେ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ମୃତକମାନେ ହେଲେ ମଳିପଡା ଗ୍ରାମର କୃଷ୍ଣଚନ୍ଦ୍ର ପାତାଳସିଂ ( ବାପା) ଓ ପୁଅ ଦୁଇଜଣ ହେଲେ ସଞ୍ଜୟ ଏବଂ ବିକ୍ରମ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତକ ଓ ଆହତଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରିଥିବାବେଳେ, ଦୁର୍ଘଟଣାଗ୍ରସ୍ତ ଦୁଇଟି ଯାକ ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।


ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ମର୍ମନ୍ତୁଦ ସଡ଼କ ଦୁର୍ଘଟଣା:ବାପା ସହ ଚାଲିଗଲା ଦୁଇ ପୁଅଙ୍କ ଜୀବନ

Body:ଖୋର୍ଦ୍ଧା : ଗତକାଲି ବିଳମ୍ବିତ ରାତିରେ ମମନ୍ତୁଦ ଦୁର୍ଘଟଣା ଘଟି ଵାପାଙ୍କ ସମେତ ଦୁଇ ପୁଅ ମୃଢ୍ୟୁ ଘଟିଛି । ୧୬ ନମ୍ବର ଜାତୀୟ ରାଜପଥର ଗଡଖୋର୍ଦ୍ଧା ଛକ ନିକଟରେ ବାଇକକୁ ଧକାଦେଲ ମନିଟ୍ରକ୍, ଘଟଣା ସ୍ଥଳରେ ଜଣେ ମୃତ, ଅନ୍ୟ ଦୁଇଜଣ ଖୋର୍ଦ୍ଧା ମେଡିକାଲରେ ମୃତ୍ୟୁ ହୋଇଛି । । ମୃତକ ମାନେ ହେଲେ ମଳିପଡା ଗ୍ରାମର ବାପା କୃଷ୍ଣଚନ୍ଦ୍ର ପାତାଳସିଂ ଓ ପୁଅ ଦୁଇଜଣ ହେଲେ ସଂଜୟ ଏବଂ ବିକ୍ରମ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତକ ଓ ଆହତଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରିଥିବା ବେଳେ, ଦୁର୍ଘଟଣା ଗ୍ରସ୍ତ ଦୁଇଟି ଯାକ ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
Last Updated : Aug 28, 2019, 9:17 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.