ETV Bharat / state

କୋରୋନା କଟକଣାରେ ଚାଲିବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

author img

By

Published : Sep 13, 2020, 9:16 PM IST

କୋରୋନା କଟକଣା ଯୋଗୁଁ କୌଣସି ବିଦ୍ୟାଳୟ ଖୋଲି ନଥିବା ବେଳେ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଚଳିତ ବର୍ଷର ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ଜିଲ୍ଲାର ମୋଟ ୧୦ଟି କେନ୍ଦ୍ରରେ ପରୀକ୍ଷା ପରିଚାଳନା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋରୋନା କଟକଣାରେ ଚାଲିବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା
କୋରୋନା କଟକଣାରେ ଚାଲିବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ଖୋର୍ଦ୍ଧା: କୋରୋନା କଟକଣା ଯୋଗୁଁ କୌଣସି ବିଦ୍ୟାଳୟ ଖୋଲି ନଥିବା ବେଳେ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଚଳିତ ବର୍ଷର ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ଖୋର୍ଦ୍ଧା ଜିଲ୍ଲାରେ ନିୟମିତ ପରୀକ୍ଷାର୍ଥୀ ଭାବେ ୭୯୪ ଜଣ ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ମାଧ୍ୟମରେ ୫୬୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଛନ୍ତି । ଜିଲ୍ଲାର ମୋଟ ୧୦ଟି କେନ୍ଦ୍ରରେ ପରୀକ୍ଷା ପରିଚାଳନା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ସେହିପରି ପରୀକ୍ଷାର୍ଥୀମନେ ସାମାଜିକ ଦୁରତା, ମାସ୍କ ଗ୍ଲୋବସ ପିନ୍ଧିବା ପ୍ରତି ସମ୍ପୂର୍ଣ୍ଣ ଦୃଷ୍ଟି ଦେବାକୁ କେନ୍ଦ୍ର ସୁପରିଟେଣ୍ଡାଣ୍ଟ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର ହେବ ସେହି ବିଦ୍ୟାଳୟର କଣ୍ଟିଜେନେସି ଫଣ୍ଡରୁ ଥରମୋମିଟର କିଣାଯିବ । ଯାହାକି ପରିକ୍ଷାର୍ଥୀମାନେ କେନ୍ଦ୍ରକୁ ଗଲାବେଳେ ସ୍କ୍ରିନିଂ କରାଯିବ । ଆସନ୍ତା ୧୪ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ପ୍ରତେକ ଦିନ ଦିବା ୧୦ ଟାରୁ ୧୨ ତା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ ।

ଖୋର୍ଦ୍ଧା ଜିଲ୍ଳା ଶିକ୍ଷାଧିକାରୀଙ୍କ ନେତୃତ୍ୱରେ ଗୋଟିଏ ଫ୍ଲାୟିଙ୍ଗ ସ୍କ୍ୱାର୍ଡ ଟିମ ଗଠନ କରାଯାଇଛି । ଅନ୍ୟ ପକ୍ଷରେ କୋଭିଡ ନିୟମ ପାଳନ ଏବଂ ପରୀକ୍ଷା କେନ୍ଦ୍ର ସୁପରିଚାଳନା ପାଇଁ ଜିଲ୍ଲା ପାଳଙ୍କ ନିର୍ଦେଶ କ୍ରମେ ପ୍ରଶାସନିକ ଅଧିକାରୀ ମାନଙ୍କୁ ନେଇ ଆଉ ଗୋଟେ ଟିମ ଗଠନ କରାଯାଇଛି । ପରୀକ୍ଷାର୍ଥୀ, ଅଭିଭାବକ ଏବଂ ପରୀକ୍ଷା କେନ୍ଦ୍ର ଦାଇତ୍ୱରେ ଥିବା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ନେଇ ଚଳିତ ବର୍ଷ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଶାନ୍ତି ଶୃଙ୍ଖଳାରେ ସମ୍ପନ୍ନ ପାଇଁ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ବନ୍ଦନା ମହାପାତ୍ର ସହଯୋଗ କାମନା କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.