ETV Bharat / state

ଲିଙ୍ଗରାଜଙ୍କୁ ଲାଗି ହେଲା ମକର ଭୋଗ, ବାବାଙ୍କ ଦର୍ଶନ କଲେ ଲକ୍ଷାଧିକ ଭକ୍ତ

author img

By ETV Bharat Odisha Team

Published : Jan 15, 2024, 6:21 PM IST

Makar Sankranti: ମକର ସଂକ୍ରାନ୍ତିରେ ପ୍ରଭୁ ଲିଙ୍ଗରାଜଙ୍କର ସ୍ୱତନ୍ତ୍ର ମକର ନୀତି ଅନୁଷ୍ଠିତ ହୋଇଛି । ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଲିଙ୍ଗରାଜଙ୍କ ସ୍ୱତନ୍ତ୍ର ମକର ନୀତି
ଲିଙ୍ଗରାଜଙ୍କ ସ୍ୱତନ୍ତ୍ର ମକର ନୀତି

ଲିଙ୍ଗରାଜଙ୍କ ସ୍ୱତନ୍ତ୍ର ମକର ନୀତି


ଭୁବନେଶ୍ବର: ଆଜି ପବିତ୍ର ମକର ସଂକ୍ରାନ୍ତି । ହିନ୍ଦୁ ପରମ୍ପରାର ଏହା ଏକ ବିଶେଷ ଦିନ ହୋଇଥିବାବେଳେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ମକର ସଂକ୍ରାନ୍ତି ସାଙ୍ଗକୁ ସୋମବାର ହୋଇଥିବାରୁ ଭକ୍ତଙ୍କର ବେଶ ଗହଳି ଲାଗିଥିଲା । ତେବେ ମକର ସଂକ୍ରାନ୍ତି ଦିନ ଲିଙ୍ଗରାଜଙ୍କ ପାଖରେ ମକର ଭୋଗ ଲାଗିହୁଏ । ଏଦି ଦିନ ପ୍ରଭୁଙ୍କର ସ୍ୱତନ୍ତ୍ର ନୀତିକାନ୍ତି କରାଯାଉଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ । ଭୁବନେଶ୍ୱର ସମେତ ରାଜ୍ୟ ଓ ରାଜ୍ୟ ବାହାରର ଲକ୍ଷାଧିକ ଶ୍ରଦ୍ଧାଳୁ ଏହି ପବିତ୍ର ଦିନରେ ଲିଙ୍ଗରାଜଙ୍କୁ ଦର୍ଶନ କରି କ୍ଷୀର, ଜଳ ଲାଗି ସହ ବେଲପତ୍ର ଅର୍ପଣ କରି ବାବାଙ୍କ କରୁଣା ଲାଭ କରିଛନ୍ତି ।

ପ୍ରବଳ ଭିଡ଼ ଯୋଗୁ ଭକ୍ତମାନେ ଅନେକ ସମୟ ଧରି ଲମ୍ବା ଧାଡିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା । ପବିତ୍ର ମକର ସଂକ୍ରାନ୍ତିରେ ଶିବ ଓ ସୂର୍ଯ୍ୟଙ୍କ ଦର୍ଶନ କଲେ ପୁଣ୍ୟଲାଭ ହୁଏ ବୋଲି ବିଶ୍ୱାସ ରହିଛି । ତେଣୁ ଶ୍ରଦ୍ଧାଳୁ ବାବା ଲିଙ୍ଗରାଜଙ୍କ ମନ୍ଦିର ଆସି ଦର୍ଶନ କରି ଖୁସି ବ୍ୟକ୍ତ କରିଛନ୍ତି । ସେପଟେ ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ଥ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ...ବଳଦେବଜୀଉଙ୍କୁ ଲାଗି ହେଲା ୮୪ ବ୍ୟଞ୍ଜନ ଭୋଗ, ମା' ଲକ୍ଷ୍ମୀଙ୍କ ବାପଘରୁ ଆସିଥିଲା

ଏହା ମଧ୍ୟ ପଢନ୍ତୁ...ହଟକେଶ୍ବରରେ ମକର ମେଳା ଆରମ୍ଭ, ସନ୍ତାନ ପ୍ରାପ୍ତି ଆଶାରେ ଗୁଆ ଖୋଜନ୍ତି ମହିଳା

ଏହା ମଧ୍ୟ ପଢନ୍ତୁ...ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସର ସହିତ ମକର ସଂକ୍ରାନ୍ତି ପାଳିତ


କୁହାଯାଏ, ଆଜିଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହୋଇଥାଏ ଓ ସୂର୍ଯ୍ୟଙ୍କର ତେଜ ପ୍ରଖର ହୋଇଥାଏ । ଆଉ ଦିନ ବଡ଼ ହୋଇଥାଏ । ପୁରାଣ ଅନୁଯାୟୀ, ଆଜିର ଦିନରେ ଦେବୀ ସଂକ୍ରାନ୍ତି ବକରାସୁରକୁ ବଧ କରିଥିଲେ । ବଡ଼ କଥା ହେଉଛି ଆଜି ଦିନରେ ସୂର୍ଯ୍ୟଙ୍କ ପୂଜା କରାଯାଇଥାଏ। କେବଳ ସୂର୍ଯ୍ୟ ପୂଜା ନୁହେଁ ଆଜିର ଦିନରେ ଶିବଙ୍କୁ ମଧ୍ୟ ପୂଜା କରିବାର ବିଧି ରହିଛି । ଯେଉଁଥିପାଇଁ ବହୁ ସଂଖ୍ୟାରେ ଭକ୍ତମାନେ ଆସି ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି । ପବିତ୍ର ମକର ସଂକ୍ରାନ୍ତି ଲିଙ୍ଗରାଜଙ୍କ ନିକଟରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ଖାଲି ଲିଙ୍ଗରାଜ ମନ୍ଦିର ନୁହେଁ, ମକର ସଂକ୍ରାନ୍ତି ଅବସରରେ ସମସ୍ତ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିବାବେଳେ ଭଗବାନଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି ଭକ୍ତ । ଯାହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ଥ କରାଯାଇଥିବା ଦେଖିବାକୁ ମିଳିଥିଲା ।


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.