ETV Bharat / state

Cyclone Mocha: 9ରେ ଘନୀଭୂତ, 40ରୁ 60କିମି ବେଗରେ ବହିବ ପବନ

author img

By

Published : May 7, 2023, 6:54 PM IST

Updated : May 7, 2023, 7:41 PM IST

ଆସନ୍ତା 9 ତାରିଖରେ ଘନୀଭୂତ ହେବ ଅଧିକ ଘନୀଭୂତ ହେବ ଲଘୁଚାପ । ପରବର୍ତ୍ତୀ ସମୟରେ ଏହା ବାତ୍ୟାର ରୂପ ନେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ

Etv Bharat
Etv Bharat

40ରୁ 60କିମି ବେଗରେ ବହିବ ପବନ

ଭୁବନେଶ୍ବର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏହା ବାୟୁମଣ୍ଡଳର ମଧ୍ୟଭାଗ ଯାଏ ଲମ୍ବିଥିବା ବେଳେ ବର୍ତ୍ତମାନ ଏହା ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ଡାମାନ ସମୁଦ୍ର ପାଶ୍ବବର୍ତ୍ତୀ ଅଞ୍ଚଳରେ ରହିଛି । ଏହାର ପ୍ରଭାବରେ ୮ ତାରିଖ ବେଳକୁ ଏହା ଲଘୁଚାପର ରୂପ ନେବ ବା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ୯ ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ ଅବପାତର ପରିଣତ ହେବ । ପରବର୍ତ୍ତୀ ସମୟରେ ଏହା ବାତ୍ୟାର ରୂପ ନେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

ପରେ ଏହା ଦକ୍ଷିଣପୂର୍ବ ବଙ୍ଗୋପସାଗରରୁ ଉତ୍ତର ଦିଗରେ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳକୁ ଯିବ । ପରବର୍ତ୍ତୀ ସମୟରେ ସାମୁଦ୍ରିକ ଝଡ଼ର ରୂପ ବା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ ଗତିପଥ କ’ଣ ହେବ ଲଘୁଚାପ ହେଲା ପରେ ଜଣାପଡିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଓଡ଼ିଶା ଉପରେ ଏହାର ପ୍ରଭାବ ରହିବ କି ନାହିଁ ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ କହିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେପଟେ ଯେତେବେଳେ 7 ତାରିଖଠାରୁ ଏହା ଲଘୁଚାପର କ୍ଷେତ୍ର ସୃଷ୍ଟି ହେବ ସେତେବେଳେ 40ରୁ 60 କିମି ପବନ ବହିବାର ସମ୍ଭାବନା ଥିବା ବେଳେ ସମୁଦ୍ର ଅଶାନ୍ତ ରହିବ ।

ଏହା ବି ପଢନ୍ତୁ- Cyclone Mocha: ସକାଳ ସୁଦ୍ଧା ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଯେଉଁଟା କି ଦକ୍ଷିଣ, ପଶ୍ଚିମ ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ଡାମାନ ଅଞ୍ଚଳରେ ଏହାର ପ୍ରଭାବ ରହିବ । ଏହାକୁ ନେଇ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ପରେ ଏହା ଯେତେବେଳେ ଉତ୍ତର ଆଣ୍ଡାମାନ ଆଡକୁ ଗତି କରିବା ସେତେବେଳେ 8ରୁ 12ତାରିଖ ପର୍ଯ୍ୟନ୍ତ ଉତ୍ତର ଆଣ୍ଡାମାନ ଦୀପ ଓ ସାଗର ଅଞ୍ଚଳରେ ପ୍ରବଳ ବର୍ଷା ସହ ପବନର ବେଗ 50ରୁ 80କିମି ରହିବ । ଏହାକୁ ନେଇ ସମୁଦ୍ର ଆସନ୍ତା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ ଥିବା ବେଳେ ଏହି ସମୟରେ ଆଣ୍ଡାମାନକୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ କେହି ଯାତ୍ରା ବା ବୁଲାବୁଲି କରିବାକୁ ନଯିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

ଅନ୍ୟପଟେ ଆସନ୍ତା 24 ଘଣ୍ଟା ପାଇଁ ସେଭଳି କିଛି ନିର୍ଦ୍ଦିଷ୍ଟ ପାଣିପାଗର ସୂଚନା ନଥିବା ବେଳେ ରାଜ୍ୟର କିଛି ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ଏହାସହ 8ଜିଲ୍ଲା ଯେପରିକି ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ଗଜପତି, ଗଞ୍ଜାମ, କନ୍ଧମାଳ ଓ ମୟୂରଭଞ୍ଜରେ ୟେଲୋ ୱାର୍ଣ୍ଣିଂ ଜାରି କରଯାଇଛି । ମୁଖ୍ୟତଃ ରାଜ୍ୟରେ ଏବେ କାଳବୈଶାଖୀର ପ୍ରଭାବ ନଥିବା ବେଳେ ଧୀରେ ଧୀରେ ତାପମାତ୍ରା ବଢିବା ସହ ପାଗ ଶୁଖିଲା ରହିବ । ସେହିପରି ଗତ 24 ଘଣ୍ଟାରେ ବୌଦ୍ଧରେ 39.5 ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ରାଜ୍ୟରେ ଗତ 24ଘଣ୍ଟାରେ କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହୋଇଥିବା ବେଳେ ଗଜପତି ଗୋଶାଣିରେ ସର୍ବାଧିକ 36 ମିମି ବର୍ଷା ରେକର୍ଡ କରାଯାଇଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 7, 2023, 7:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.