ETV Bharat / state

Naba Das Murder Case: ନବ ଦାସ ହତ୍ୟାକାଣ୍ଡ ଘଟଣା ବିଜେଡି ମ୍ୟାଟର୍ ନୁହେଁ: ବିରୋଧୀ ଦଳ ନେତା

author img

By

Published : Feb 21, 2023, 9:36 PM IST

ଦୀପାଳିଙ୍କ ଏହି ମନ୍ତବ୍ୟକୁ ନେଇ ବର୍ଷିଛନ୍ତି ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର । ଜୟ କହିଛନ୍ତି, ‘‘ନବ ଦାସ ହତ୍ୟାକାଣ୍ଡ ଦଳୀୟ କଥା ନୁହେଁ କି ପାରିବାରିକ ବ୍ୟାପାର ନୁହେଁ । ହତ୍ୟାର ରହସ୍ୟ ଜାଣିବାର ଅଧିକାର ଓଡିଶାବାସୀଙ୍କ ରହିଛି । ଏହା ନବ ଦାସଙ୍କ ପାରିବାରିକ ଘଟଣା ନୁହେଁ କି ବିଜେଡିର ମଧ୍ୟ ମ୍ୟାଟର ନୁହେଁ ।" ଅଧିକ ପଢନ୍ତୁ

Etv Bharat
Etv Bharat

ନବ ଦାସ ହତ୍ୟାକାଣ୍ଡ ଘଟଣା ବିଜେଡି ମ୍ୟାଟର ନୁହେଁ: ବିରୋଧୀ ଦଳ ନେତା

ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ନେଇ ରାଜ୍ୟରେ ଜାରି ରହିଛି ତୁମ୍ବିତୋଫାନ । ଆଜି ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କ ସାମ୍ବାଦିକ ସମ୍ମିଳନୀ କରି ତାଙ୍କ ପିତାଙ୍କ ହତ୍ୟାକୁ ନେଇ ରାଜନୀତି ନକରିବାକୁ କହିଥିଲେ । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଉପରେ ତାଙ୍କ ପରିବାରର ବିଶ୍ବାସ ଥିବା ସହ ନ୍ୟାୟ ମିଳିବ ବୋଲି କହିଛନ୍ତି ଦୀପାଳି ।

ଦୀପାଳିଙ୍କ ଏହି ମନ୍ତବ୍ୟକୁ ନେଇ ବର୍ଷିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ଜୟ କହିଛନ୍ତି, ‘‘ନବ ଦାସ ହତ୍ୟାକାଣ୍ଡ ଦଳୀୟ କଥା ନୁହେଁ କି ପାରିବାରିକ ବ୍ୟାପାର ନୁହେଁ । ହତ୍ୟାର ରହସ୍ୟ ଜାଣିବାର ଅଧିକାର ଓଡିଶାବାସୀଙ୍କ ରହିଛି । ଏହା ନବ ଦାସଙ୍କ ପାରିବାରିକ ଘଟଣା ନୁହେଁ କି ବିଜେଡିର ମଧ୍ୟ ମ୍ୟାଟର ନୁହେଁ । ନବ ଦାସ ଖାଲି ଦୀପାଳିଙ୍କ ପିତା ନଥିଲେ ଓଡିଶାର ଜଣେ ମନ୍ତ୍ରୀ ଥିଲେ । ରାଜ୍ୟ ସରକାରଙ୍କ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା କରାଯାଇଛି । ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଷଡଯନ୍ତ୍ର କରି ହତ୍ୟା କରାଯାଇଛି । କୋଟି କୋଟି ଓଡିଶାବାସୀ ଜାଣିବା ପାଇଁ ଚାହୁଁଛନ୍ତି ହତ୍ୟାର ରହସ୍ୟ କଣ ? ତାଙ୍କୁ ରାଜନୈତିକ ନା ବ୍ୟବସାୟିକ ସ୍ୱାର୍ଥ ପାଇଁ ହତ୍ୟା କରାଯାଇଛି । ଏହା ଜାଣିବାର ଅଧିକାର ଓଡିଶାବାସୀଙ୍କ ରହିଛି ।’’

ଏହାବି ପଢନ୍ତୁ- Assembly Budget Session: ଆରମ୍ଭରୁ ହଟ୍ଟଗୋଳ, ଆଇନ ଶୃଙ୍ଖଳା ସ୍ଥିତି ନେଇ ଘେରିଲେ ବିରୋଧୀ


ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ‘‘ନବ ଦାସ ହତ୍ୟାକାଣ୍ଡ ନେଇ ଆମେ ରାଜନୀତି କରଣ କରୁନାହୁଁ। ପ୍ରକୃତ ହତ୍ୟାକାରୀକୁ ବାହାର କରିବାକୁ ସେ ଯଦି ଚାହିଁବେ ନାହିଁ ତେବେ ଆମର କିଛି କହିବାର ନାହିଁ । କ୍ରାଇମ ବ୍ରାଞ୍ଚର ପାଷ୍ଟ ରେକର୍ଡ ଭଲ ନାହିଁ । ନବ ଦାସ ହାତ୍ୟାକାଣ୍ଡରେ ଗୋପାଳ ଦାସ ପାଖରେ କ୍ରାଇମବ୍ରାଞ୍ଚ ତଦନ୍ତ ଘୁରି ବୁଲୁଛି । ଦ୍ଵିତୀୟ ବ୍ୟକ୍ତି କାହାକୁ ତଦନ୍ତ ପରିସରକୁ ନେଉନାହିଁ । ତେଣୁ ଭାରତୀୟ ଜନତା ପାର୍ଟିର ସନ୍ଦେହ ହେବା ସ୍ୱାଭାବିକ, ଆମେ ରାଜନୀତି କରୁନାହୁଁ । ପ୍ରକୃତ ହତ୍ୟାକାରୀ ଜାଣିବା ପାଇଁ ଓଡିଶା ବାସୀ ଦାବି କରୁଛନ୍ତି ।’’ ମୋହନ ଆହୁରି କହିଛନ୍ତି ରାଜନୀତି ହେଲା କେମିତି ? ପ୍ରକୃତ ହତ୍ୟାକାରୀକୁ ବାହାର କରିବାକୁ ଚାହିଁବେ ନାହିଁ ତେବେ ଆମର କିଛି କହିବାର ନାହିଁ । ନବ ଦାସ ସାଧାରଣ ଲୋକ ନଥିଲେ, ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଥିଲେ । ଆମର ଅଧିକାର ଅଛି ଏକଥା ଅଧିକାର ଅଛି ସତ୍ୟାସତ୍ୟ ବାହାର କରିବାକୁ, ପ୍ରକୃତ ଷଡଯନ୍ତ୍ରକାରୀଙ୍କୁ ବାହାର କରିବା ପାଇଁ । ସିବିଆଇ ତଦନ୍ତ ଆମର ଦାବି, ଆମେ କୌଣସି ରାଜନୀତି କରୁନାହୁଁ ।


ସେହିଭଳି କଂଗ୍ରେସର ବରିଷ୍ଠ ବିଧାୟକ ତାରା ବାହିନୀ ପତି ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ବର୍ଷିଛନ୍ତି । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ। ମନ୍ତ୍ରୀଙ୍କୁ ହତ୍ୟା କରାଯାଇଛି। ତଦନ୍ତରେ ସ୍ପଷ୍ଟ କରି ନାହାନ୍ତି ରାଜ୍ୟ ସରକାର । ରାଜ୍ୟରେ ସମ୍ପୂର୍ଣ୍ଣ ଭାବେ ଗଣତନ୍ତ୍ର ଭୁଶୁଡି ଯାଇଛି । ଆଇନ ଶୃଙ୍ଖଳା ନାହିଁ । ସୋରଡା IIC ମାମଲା ତଦନ୍ତ ହେଉନି । କୁହାଯାଉଛି, ସେ ଆତ୍ମହତ୍ୟା କରିଛନ୍ତି । ହେଲେ ତାଙ୍କୁ ଗୁଳି ମାରି ହତ୍ୟା କରାଯାଇଛି । ରାଜ୍ୟରେ ମାତ୍ର 40 ପ୍ରତିଶତ ଚାଷୀଙ୍କ ଧାନ କିଣା ହୋଇଛି । ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଦଲାଲ। ଗଣତନ୍ତ୍ର ନାହିଁ, ନିଯୁକ୍ତି ନାହିଁ, ଶିକ୍ଷକ, ଅଧ୍ୟାପକ, ଡାକ୍ତର ଅଭାବ । ଦଳିତ ଆଦିବାସୀ ଆଜି ହରଡ ଘଣାରେ ଠେଲା ଯାଇଛି । ଏ ସବୁ ପ୍ରସଙ୍ଗ ଉଠାଇବୁ । ରାଜ୍ୟ ସରକାର ଆଇନ ଶୃଙ୍ଖଳା କଥା ଅଭିଭାଷଣରେ କହିଲେନି । ଅର୍ଥାତ ସେ ଜାଣିଛନ୍ତି ଆଇନ ଶୃଙ୍ଖଳା ନାହିଁ । ଲକ୍ଷେ ଶିକ୍ଷକ ପଦ ଖାଲି । 1000 ନିଯୁକ୍ତି ଦିଆଯାଇଛି । ଗୋପାଳର ଗତକାଲି ଯେଉଁ ଫଟୋ ଦେଖାଉଛି ତାହା ପ୍ରାୟୋଜିତ। କିଏ ମାରିଛି ଦେଖା ଯାଇନି । ଗୋପାଳ ଦାସଙ୍କୁ ପାଗଳ କହିଛନ୍ତି । ତା ଘର ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ । ଏହା ପ୍ରାୟୋଜିତ ଫଟୋ ।

ଏହାବି ପଢନ୍ତୁ- ନବଦାସଙ୍କୁ କେମିତି ହତ୍ୟା କଲା ଗୋପାଳ ? ସାମ୍ନାକୁ ଆସିଲା ଗୁଳି ଚଳାଉଥିବା ଭିଡିଓ


ଅନ୍ୟପଟେ ବିରୋଧୀଙ୍କ ସମସ୍ତ ଅଭିଯୋଗର ଜବାବ ରଖିଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ପ୍ରମିଳା କହିଛନ୍ତି, ‘‘ନବ ଦାସ ହତ୍ୟାକାଣ୍ଡରେ ବିରୋଧୀ ଯେଉଁ ସିବିଆଇ ତଦନ୍ତ ଦାବି କରୁଛନ୍ତି, ସିବିଆଇ ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାରେ କଣ କଲା ? ତଦନ୍ତରେ ଏପର୍ଯ୍ୟନ୍ତ କଣ କରିଛନ୍ତି ? ବିରୋଧୀଙ୍କୁ କଟାକ୍ଷ କରି ପ୍ରମିଳା କହିଛନ୍ତି ବିରୋଧୀ ଦଳର ଡ୍ୟୁଟି ହେଉଛି ସବୁ କଥାକୁ ରାଜନୀତି କରିବା । ଜଣେ ମନ୍ତ୍ରୀ ମରିଛନ୍ତି ତାଙ୍କୁ ଏବଂ ତାଙ୍କ ପରିବାରକୁ କେମିତି ନ୍ୟାୟ ମିଳିବ ଏହା ନ ଦେଖି ଖାଲି ସିବିଆଇ, ସିବିଆଇ ହେଉଛନ୍ତି ।’’


ବିଧାନସଭା ଆରମ୍ଭରୁ ହିଁ ନବ ଦାସ ହତ୍ୟାକାଣ୍ଡ ଓ ବିପର୍ଯ୍ୟନ୍ତ ଆଇନ ଶୃଙ୍ଖଳାକୁ ନେଇ ଗୃହ ବାହାରେ ରାଜନୀତି ବେଶ ସରଗରମ ରହିଛି । ଯାହା ପୁରା ଅଧିବେଶନରେ ବଡ ପ୍ରସଙ୍ଗ ହୋଇପାରେ ।



ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.