ETV Bharat / state

ମୁଁ ବି ଶୁଣୁଛି ଆଗୁଆ ନିର୍ବାଚନ ହୋଇପାରେ: ବିରୋଧୀ ଦଳନେତା

author img

By

Published : Dec 12, 2022, 6:23 PM IST

Updated : Dec 12, 2022, 7:22 PM IST

ଗତ 10 ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟରେ ଆଗୁଆ ନିର୍ବାଚନ ହେବା ନେଇ ଶୁଣୁଥିବା କହିବା ପ୍ରସଙ୍ଗ । ଆଜି ଧର୍ମେନ୍ଦ୍ରଙ୍କ ବକ୍ତବ୍ୟକୁ ସମର୍ଥନ କରିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ଅଧିକ ପଢନ୍ତୁ

ମୁଁ ବି ଶୁଣୁଛି ଆଗୁଆ ନିର୍ବାଚନ ହୋଇପାରେ: ବିରୋଧୀ ଦଳନେତା
ମୁଁ ବି ଶୁଣୁଛି ଆଗୁଆ ନିର୍ବାଚନ ହୋଇପାରେ: ବିରୋଧୀ ଦଳନେତା

ମୁଁ ବି ଶୁଣୁଛି ଆଗୁଆ ନିର୍ବାଚନ ହୋଇପାରେ: ବିରୋଧୀ ଦଳନେତା

ଭୁବନେଶ୍ବର: ଗତ 10 ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟରେ ଆଗୁଆ ନିର୍ବାଚନ ହେବା ନେଇ ଶୁଣୁଥିବା କହିବା ପ୍ରସଙ୍ଗ । ଆଜି ଧର୍ମେନ୍ଦ୍ରଙ୍କ ବକ୍ତବ୍ୟକୁ ସମର୍ଥନ କରିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।

ବିରୋଧୀ ଦଳ ନେତା କହିଛନ୍ତି, "ମୁଁ ବି ଶୁଣୁଛି ଆଗୁଆ ନିର୍ବାଚନ ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି ।" ଯଦି ଏହା ହୁଏ ତେବେ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତ ଥିବା କହିଛନ୍ତି ଜୟ । ତେବେ କାହିଁକି ଆଗୁଆ ନିର୍ବାଚନର ଆବଶ୍ୟକକତା ପଡିପାରେ ପ୍ରଶ୍ନର ଉତ୍ତରରେ ବିରୋଧୀ ଦଳନେତା କହିଛନ୍ତି, ରାଜ୍ୟରେ ବିଜେପି ଶକ୍ତିବୃଦ୍ଧି କରୁଛି, ବିଜେଡିରେ ଦଳୀୟ କନ୍ଦଳ ବଢିବାରେ ଲାଗିଛି । ଏହାକୁ ପ୍ରତିହତ କରିବା ପାଇଁ ଆଗୁଆ ନିର୍ବାଚନକୁ ବିଜେଡି ସରକାର ଯାଇପାରେ ବୋଲି କହିଛନ୍ତି ଜୟ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 12, 2022, 7:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.