ETV Bharat / state

ଖଣିରୁ ପାର୍ଟି ଫଣ୍ଡ ସଂଗ୍ରହ ପାଇଁ ଦାୟିତ୍ବ ଦିଆଯାଇଛି: ବିରୋଧୀ ଦଳନେତା

author img

By

Published : Mar 28, 2023, 7:38 AM IST

ଆଗାମୀ 2024 ନିର୍ବାଚନକୁ ଦୃଷ୍ଟିରେ ରଖି ଗତକାଲି ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ସଂଶୋଧିତ ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ 4ଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ବ ମିଳିଛି । ଏନେଇ ଟାର୍ଗେଟ କରିଛନ୍ତି ବିରୋଧି ଦଳ ନେତା ।

ଖଣିରୁ ପାର୍ଟି ଫଣ୍ଡ ସଂଗ୍ରହ ପାଇଁ ଦାୟିତ୍ବ ଦିଆଯାଇଛି: ବିରୋଧୀ ଦଳନେତା
ଖଣିରୁ ପାର୍ଟି ଫଣ୍ଡ ସଂଗ୍ରହ ପାଇଁ ଦାୟିତ୍ବ ଦିଆଯାଇଛି: ବିରୋଧୀ ଦଳନେତା

ଖଣିରୁ ପାର୍ଟି ଫଣ୍ଡ ସଂଗ୍ରହ ପାଇଁ ଦାୟିତ୍ବ ଦିଆଯାଇଛି: ବିରୋଧୀ ଦଳନେତା

ଭୁବନେଶ୍ବର: ସେ ତ ଜଣେ କ୍ରୀତଦାସ । ସେ କଣ କରିବେ । ମୋତେ ଲାଗୁନାହିଁ ତାଙ୍କୁ ସଂଗଠନ ପାଇଁ ଦାୟିତ୍ବ ଦିଆଯାଇଛି । ଯେଉଁ ଜିଲ୍ଲା ଗୁଡିକର ଦାୟିତ୍ବ ଦିଆଯାଇଛି, ସେହି ଜିଲ୍ଲା ଗୁଡିକ ହେଉଛି ଖଣି ସମ୍ପଦ ପରିପୂର୍ଣ୍ଣ ଜିଲ୍ଲା । ଖଣି ଖାଦନରୁ କିଭଳି ଦଳୀୟ ପାଣ୍ଠି ସଂଗ୍ରହ ହୋଇପାରିବ ସେଥି ପାଇଁ ତାଙ୍କୁ ଦାୟିତ୍ବ ଦିଆଯାଇଛି । ନୂଆ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଏଭଳି କହି ଶାସକ ଦଳକୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।

ଆଗାମୀ 2024 ନିର୍ବାଚନକୁ ଦୃଷ୍ଟିରେ ରଖି ଗତକାଲି ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ସଂଶୋଧିତ ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ 4ଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ବ ମିଳିଛି । କେନ୍ଦୁଝର, ସମ୍ବଲପୁର, ଅନୁଗୋଳ ଓ ଢେଙ୍କାନାଳ । ଏହି 4ଟି ଜିଲ୍ଲାରେ 3ଟି ଲୋକସଭା ଆସନ ରହିଛି । ପ୍ରଣବ ପ୍ରକାଶ ଦାସ ଏହି 4 ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକ ହେବା ପରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କଡା ସମାଲୋଚନା କରିଛନ୍ତି ।

ଏହାବି ପଢନ୍ତୁ - Ayodhya Ram Mandir: ଭଗବାନ ରାମଲାଲାଙ୍କ ପ୍ରତିମା ପାଇଁ ଓଡିଶାରୁ ଆସିଲା ପଥର

ଜୟ କହିଛନ୍ତି ‘‘ସେ ତ ଜଣେ କ୍ରୀତଦାସ । ସେ କଣ କରିବେ । ମୋତେ ଲାଗୁନାହିଁ ତାଙ୍କୁ ସଂଗଠନ ପାଇଁ ଦାୟିତ୍ବ ଦିଆଯାଇଛି । ଯେଉଁ ଜିଲ୍ଲା ଗୁଡିକର ଦାୟିତ୍ବ ଦିଆଯାଇଛି, ସେହି ଜିଲ୍ଲା ଗୁଡିକ ହେଉଛି ଖଣି ସମ୍ପଦ ପରିପୂର୍ଣ୍ଣ ଜିଲ୍ଲା । ଖଣି ଖାଦନରୁ କିଭଳି ଦଳୀୟ ପାଣ୍ଠି ସଂଗ୍ରହ ହୋଇପାରିବ ସେଥିପାଇଁ ତାଙ୍କୁ ଦାୟିତ୍ବ ଦିଆଯାଇଛି ।’’ ସେଥିପାଇଁ ବିଜେପି ଚିନ୍ତିତ ନୁହେଁ । ଖଣି ଖାଦାନ ଓ ଶିଳ୍ପରୁ କେମିତି ପଇସା ଅସୁଲ କରାଯିବ, ଆଗକୁ ନିର୍ବାଚନ ଆସୁଛି ସେଥିରେ ଖର୍ଚ୍ଚ କରାଯିବ ସେହି ଯୋଜନାରେ ତାଙ୍କୁ ଦାୟିତ୍ବ ଦିଆଯାଇଛି ।

ବିଜେଡିକୁ ଟାର୍ଗେଟ କରି ଜୟ କହିଛନ୍ତି, ସରକାର ଦୁର୍ନୀତିରେ ବୁଡି ରହିଛି । ସବୁ କ୍ଷେତ୍ରରେ ଦୁର୍ନୀତି ହୋଇଛି । ଯେତେ ଦୁର୍ନୀତି ହୋଇଛି, ଏଠି ସିବିଆଇ ଇଡି ଆସିବା କଥା । ଆଗକୁ ଆସିପାରେ ମଧ୍ୟ । ବହୁ ଚର୍ଚ୍ଚିତ ବ୍ଲାକରୋଜ ପ୍ରସଙ୍ଗ ଉଠାଇ ଜୟ କହିଛନ୍ତି, ଏହି ପ୍ରସଙ୍ଗର ମାମଲା ବନ୍ଦ ହୋଇନାହିଁ । ଆଗକୁ ଖୋଲିପାରେ ମଧ୍ୟ । ବିଜେଡି ପାଖରେ ତିନୋଟି ଶକ୍ତି ଅଛି । ଲୋକ ସମର୍ଥନ ନାହିଁ । ଅର୍ଥବଳ, ବାହୁବଳ ଓ ସରକାରୀ କଳକୁ ବ୍ୟବହାର କରି ନିର୍ବାଚନ ଜିତୁଛି । ତାକୁ କେମିତି ପ୍ରତିରୋଧ କରାଯିବ ଆମେ ଯୋଜନା କରୁଛୁ ବୋଲି ଜୟ କହିଛନ୍ତି ।

ସୂଚନା ଯୋଗ୍ୟ ଯେ 2024 ସାଧାରଣ ନିର୍ବାଚନ ପାଇଁ ଉଭୟ ବିଜେପି ଓ ବିଜେଡି ପ୍ରସ୍ତୁତି ଜୋରଦାର କରିଛନ୍ତି । ଗୋଟିଏ ପଟେ ବିଜେପିର ନୂତନ ରାଜ୍ୟ ସଭାପତି ଦାୟିତ୍ଵ ନେବା ପରେ ଚଳଚଞ୍ଚଳ ହୋଇପଡିଛି ରାଜ୍ୟ କାର୍ଯ୍ୟାଳୟ । ସବୁ ନେତୃବୃନ୍ଦ ଏକାଠି ହୋଇ ରୁଦ୍ଧଦ୍ବାର ବୈଠକ କରୁଛନ୍ତି । ଗତ ରବିବାର ବିଜେପିର ସମ୍ବର୍ଦ୍ଧନା ସଭାରେ ନେତୃବୃନ୍ଦ ମାନେ ଯେଉଁ ଭଳି ଭାବେ ଭାଷଣ ଦେଲେ ସେଥିରୁ ଅନୁମାନ କରାଯାଉଥିଲା ବିଜେପି ପୁରା ଜୋଶ ଫେରିପାଇଛି । ସେପଟେ ଗତକାଲି ବିଜେଡି ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରିଛି । ଯାହାକୁ ନେଇ ରାଜନୀତି ପୁରା ସରଗରମ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.