ETV Bharat / state

Kumar Purnima: କୁମାର ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ପୁରପଲ୍ଲୀ, ଦିନରେ ଚାନ୍ଦ ପୂଜିବେ କୁମାରୀ

author img

By ETV Bharat Odisha Team

Published : Oct 28, 2023, 9:23 AM IST

ସାରା ରାଜ୍ୟରେ ପାଳନ ହେଉଛି କୁମାର ପୂର୍ଣ୍ଣିମା । ଚନ୍ଦ୍ରଗ୍ରହଣ ଥିବା ସତ୍ତ୍ବେ କୁମାରୀମାନେ ବେଶ ଉତ୍ସାହର ସହ ପାଳନ କରୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ସାରା ରାଜ୍ୟରେ ଗଜଲକ୍ଷ୍ମୀ ପୂଜା ମଧ୍ୟ ଆରମ୍ଭ ହୋଇଯାଇଛି ।

ସାରା ରାଜ୍ୟରେ ପାଳନ ହେଉଛି କୁମାର ପୂର୍ଣ୍ଣମୀ
ସାରା ରାଜ୍ୟରେ ପାଳନ ହେଉଛି କୁମାର ପୂର୍ଣ୍ଣମୀ

କୁମାର ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ପୁରପଲ୍ଲୀ, ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା

ଖୋର୍ଦ୍ଧା: ସାରା ରାଜ୍ୟରେ ଆଜି ପାଳନ ହେଉଛି କୁମାର ପୂର୍ଣ୍ଣିମା । କୁମାରୀମାନଙ୍କ ବଡ ପର୍ବ କୁମାର ପୂର୍ଣ୍ଣିମା ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ପୁରଠୁ ପଲ୍ଲୀ । ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ଆଧାରରେ କାହିଁ କେଉଁ କାଳରୁ ପାଳନ ହୋଇଆସୁଛି ଏହି ପର୍ବ । ପ୍ରତିଟି କୁମାରୀ ପାଇଁ ଏହି ପର୍ବର ରହିଥାଏ ଏକ ବିଶେଷ ମହତ୍ତ୍ବ । ରୋଗରୁ ମୁକ୍ତ ଧନପ୍ରାପ୍ତ ଓ କାର୍ତ୍ତିକେୟଙ୍କ ଭଳି ସୁନ୍ଦର ବର ପାଇବା ବିଶ୍ବାସରେ ଓଡିଆ ଘରର ଝିଅମାନେ ଏହି ବ୍ରତ ଖୁବ ନିଷ୍ଠାର ସହ କରିଥାନ୍ତି ।

ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ କୁମାରୋତ୍ସବ ବା କୁମାର ପୂର୍ଣ୍ଣିମା ପର୍ବ ପାଳିତ ହୁଏ । ଏହିଦିନ ଧନଦାତ୍ରୀ ମା’ ଲକ୍ଷ୍ମୀଦେବୀଙ୍କର ମଧ୍ୟ ଆରଧନା କରାଯାଏ । ଯେଉଥିପାଇଁ ଏହାକୁ ଗଜଲକ୍ଷ୍ମୀ ପୂଜା ମଧ୍ୟ କୁହାଯାଏ । ଏହିପର୍ବ ପ୍ରତ୍ୟେକ ଓଡିଆ ଘରେ ଘରେ ପାଳିତ ହୁଏ ଏବଂ ଏହି ଦିନ ଓଡ଼ିଶାବାସୀ ଗଜଲକ୍ଷ୍ମୀ, ଚନ୍ଦ୍ର, ସୂର୍ଯ୍ୟ ଓ କାର୍ତ୍ତିକଙ୍କର ପୂଜା ଆରାଧନା କରି ନିଜର ସୁଖ, ସୌଭାଗ୍ୟ, ଯଶ, ଧନ ଓ କୀର୍ତ୍ତି କାମନା କରିଥାନ୍ତି ।

ଏହାମଧ୍ୟ ପଢନ୍ତୁ..Lunar eclipse: କେଉଁ ସମୟରେ କରିବେ ଚନ୍ଦ୍ର ପୂଜା ସହ ଜହ୍ନି ଓଷା ଉଦଯାପନ, ଜାଣନ୍ତୁ ପଣ୍ତିତଙ୍କ ମତ

କୁମାର ପୂର୍ଣ୍ଣମୀ ଅବସରରେ ପାଳିତ ହେଉଥିବା ଜହ୍ନି ଓଷା ବ୍ରତର ଆଜି ସମାପନ ହୋଇଥାଏ । ଭାଦ୍ରବ ପୂର୍ଣ୍ଣମୀ ଠାରୁ କୁମାର ପୂର୍ଣ୍ଣମୀ ପର୍ଯ୍ୟନ୍ତ କୁମାରୀ କନ୍ୟାମାନେ ଏକାଠି ହୋଇ ବୃନ୍ଦାବତୀଙ୍କ ଠାରେ ଜହ୍ନି ଓଷା କରନ୍ତି । ଜହ୍ନି ଫୁଲରେ କୋଠି ତିଆରି କରି, କଳସ ସ୍ଥାପନା କରି, ତୁଳସୀ ଚଉରା ମୂଳେ ପୂଜା କରିଥାନ୍ତି । ରୋଗରୁ ମୁକ୍ତ ଧନପ୍ରାପ୍ତ ଓ କାର୍ତ୍ତିକେୟଙ୍କ ଭଳି ସୁନ୍ଦର ବର ପାଇବା ପାଇଁ କୁମାରୀ ମାନେ ଏହି ବ୍ରତ କରିଥାନ୍ତି ।

ଏହାମଧ୍ୟ ପଢନ୍ତୁ..କୁମାର ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ର ଗ୍ରହଣ, ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ହେଵ ସ୍ଵତନ୍ତ୍ର ନୀତିକାନ୍ତି

ଅନ୍ୟପଟେ ଆଜି ଜହ୍ନି ଓଷାର ଶେଷ ଦିନ ହୋଇଥିବା ବେଳେ ସକାଳୁ ପ୍ରତ୍ୟେକ ଓଡିଆ ଘରର କୁମାରୀ ମାନେ ନୂତନ ବସ୍ତ୍ର ପରିଧାନ କରି ସକାଳୁ ଲିଆ(ଖଇ), ନଡ଼ିଆ, ଗୁଆ ଓ ବିଭିନ୍ନ ପ୍ରକାର ଫଳମୂଳର ଅଞ୍ଜଳି ଟେକି ଚନ୍ଦ୍ର ଓ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିବ ସହ ଉତ୍ସାହର ସହିତ ଏହି ପାଳନ କରିଥାନ୍ତି ।

ତେବେ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ବିଭିନ୍ନ ସ୍ଥାନରେ କୁମାରୀମାନେ ସକାଳେ ଆଞ୍ଜୁଳୀ ଟେକି କୁମାର ପୂର୍ଣ୍ଣମୀ ପାଳନ କରିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଆଜି ଚନ୍ଦ୍ର ଗ୍ରହଣ ପଡୁଥିବାରୁ ସ୍ୱତନ୍ତ୍ର ରୀତିନୀତିରେ ପୂଜା କରାଯାଉଥିବା ଜଣାପଡିଛି । ଅପରାହ୍ମ 4ଟା ମଧ୍ୟରେ ପୂଜା କାର୍ଯ୍ୟ ଶେଷ କରିବାକୁ ନୀତି ରହିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.