ETV Bharat / state

ବିଜେଡିକୁ ଫେରିଲେ କୋରାପୁଟ ବିଜେପି ବିଧାୟକ ପ୍ରାର୍ଥୀ ତ୍ରିପୁରାରୀ ଗରଡା

author img

By ETV Bharat Odisha Team

Published : Nov 23, 2023, 7:34 AM IST

ପୁଣି ବିଜେଡିରେ ସାମିଲ ହେଲେ ତ୍ରିପୁରାରୀ ଗରଡା । ରାଜଧାନୀରେ ଏକ ମିଶ୍ରଣ ପର୍ବରେ ବରିଷ୍ଠ ବିଜେଡି ନେତା ତଥା ବିଧାୟକ ଦିବ୍ୟଶଙ୍କର ମିଶ୍ର, ପୂର୍ବତନ ସାଂସଦ ତଥା କୋରାପୁଟ ବିଜେଡି ନେତା ଝିନ୍ନ ହିକକା ବିଜେଡି ସାଧାରଣ ସମ୍ପାଦକ ତଥା ସାଂସଦ ମାନସ ମଙ୍ଗରାଜ ପ୍ରମୁଖଙ୍କ ଉପସ୍ଥିତିରେ ସେ ବିଜେଡିରେ ମିଶିଛନ୍ତି । ଅଧିକ ପଢନ୍ତୁ

ବିଜେଡିକୁ ଫେରିଲେ କୋରାପୁଟ  ବିଜେପି ବିଧାୟକ ପ୍ରାର୍ଥୀ ତ୍ରିପୁରାରୀ ଗରଡା
ବିଜେଡିକୁ ଫେରିଲେ କୋରାପୁଟ ବିଜେପି ବିଧାୟକ ପ୍ରାର୍ଥୀ ତ୍ରିପୁରାରୀ ଗରଡା

ଭୁବନେଶ୍ବର: କୋରାପୁଟ ବିଧାୟକ ପ୍ରାର୍ଥୀ ତ୍ରିପୁରାରୀ ଗରଡାଙ୍କ ଘର ବାହୁଡା l ବିଜେପି ଛାଡି ପୁଣି ବିଜେଡିରେ ସାମିଲ ହେଲେ ତ୍ରିପୁରାରୀ ଗରଡା l ଜନତା ଦଳରୁ ଆରମ୍ଭ କରି ବିଜୁ ଜନତା ଦଳରେ ତ୍ରିପୁରାରି ଜଣେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ। ଗତ ୨୦୧୯ରେ ବିଜେପି ଯୋଗଦେଇ କୋରାପୁଟ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ୩୪ ହଜାରରୁ ଉର୍ଦ୍ଧ୍ୱ ଭୋଟ ପାଇଥିଲେ । ଆଜି ପୁଣି ଥରେ ନିଜ ପୁରୁଣା ଦଳକୁ ଫେରି ଆସିଛନ୍ତି ତ୍ରିପୁରାରୀ ।

ବିଜେଡିକୁ ଫେରିଲେ କୋରାପୁଟ ବିଜେପି ପ୍ରାର୍ଥୀ ତ୍ରିପୁରାରୀ ଗରଡା । ଆଜି ଶଙ୍ଖ ଭବନରେ ଦଳର ଏକ ମିଶ୍ରଣ ପର୍ବରେ ତ୍ରିପୁରାରୀ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଏନେଇ ତ୍ରିପୁରାରୀ କହିଛନ୍ତି ‘‘ ମୁଁ ବିଜେଡିରେ ଥିଲି। କିନ୍ତୁ କିଛି ଭୁଲ ବୁଝାମଣା ପାଇଁ ଦଳ ଛାଡି ବିଜେପିରେ ସାମିଲ ହୋଇଥିଲି। ହେଲେ ମୁଁ ଏବେ ଘର ବାହୁଡା ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ମୁଁ ଅନୁପ୍ରାଣିତ । ଦଳ ଯାହା ଦାୟିତ୍ବ ଦେବ ମୁଁ ନିର୍ବାହ କରିବି ।’’

ଅଧିକ ପଢନ୍ତୁ- ବିଜେଡି ମିଶ୍ରଣ ପର୍ବ; ବିଜେପି ଛାଡି ଘର ବହୁଡିଲେ ରଞ୍ଜନ ପଲାଇ

ଏହି ମିଶ୍ରଣ ପର୍ବରେ ବରିଷ୍ଠ ବିଜେଡି ନେତା ତଥା ବିଧାୟକ ଦିବ୍ୟଶଙ୍କର ମିଶ୍ର, ପୂର୍ବତନ ସାଂସଦ ତଥା କୋରାପୁଟ ବିଜେଡି ନେତା ଝିନ୍ନ ହିକକା ବିଜେଡି ସାଧାରଣ ସମ୍ପାଦକ ତଥା ସାଂସଦ ମାନସ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ । ଏନେଇ ବିଜେଡି ନେତା ମାନେ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟରେ ଆକୃଷ୍ଟ ହୋଇ ତ୍ରିପୁରାରୀ ବିଜେଡିରେ ସାମିଲ ହୋଇଛନ୍ତି । ତ୍ରିପୁରାରୀଙ୍କ ସହ ବିଜେପିର ଅନେକ କର୍ମକର୍ତ୍ତା ଓ ସମର୍ଥକ ସାମିଲ ମଧ୍ୟ ହୋଇଛନ୍ତି । ବିଜେଡି ପକ୍ଷରୁ ତ୍ରିପୁରାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସାଂସଦ ମାନସ ମଙ୍ଗରାଜ । ତ୍ରିପୁରାରୀଙ୍କ ଯୋଗଦାନ କୋରାପୁଟରେ ବିଜେଡିକୁ ଆହୁରି ମଜଭୁତ କରିବ ବୋଲି ସେ ସାଂସଦ ମାନସ ମଙ୍ଗରାଜ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ କୋରାପୁଟ ବିଜେଡିର ବହୁ ବରିଷ୍ଠ ନେତା ଦଳ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ଯାହାକୁ ନେଇ ବ୍ୟାକଫୁଟରେ ଥିବା ବିଜେଡି ଆଜି ବିଜେପି ନେତାଙ୍କୁ ଦଳକୁ ଆଣି ସାମିଲ କରିଛି । ତେବେ ଦେଖିବାର କଥା ଏହି ଦଳ ଡିଆଁ ପର୍ବ କୋରାପୁଟ ରାଜନୀତିରେ ଆଗକୁ କି ପ୍ରଭାବ ପକାଉଛି । ଆଉ କେଉଁ କେଉଁ ନେତା ଏବେ ଦଳ ଡିଆଁ ପର୍ବରେ ସାମିଲ ହେଉଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.