ETV Bharat / state

ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ନେଇ ଖୋର୍ଦ୍ଧା ଚିକିତ୍ସାଳୟ ପ୍ରସ୍ତୁତ

author img

By

Published : Aug 27, 2021, 11:30 AM IST

ସମ୍ଭାବ୍ୟ ତୃତୀୟ ଲହର ନେଇ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ବ୍ୟାପକ ପ୍ରସ୍ତୁତି । ଆଇସିୟୁ ବେଡ୍ ସହ ଅକ୍ସିମିଟରର ବନ୍ଦୋବସ୍ତ କରାଯାଇଥିବା ସୂଚନା । ଅଧିକ ପଢନ୍ତୁ...

ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ଖୋର୍ଦ୍ଧା ଚିକିତ୍ସାଳୟ ପ୍ରସ୍ତୁତ
ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ଖୋର୍ଦ୍ଧା ଚିକିତ୍ସାଳୟ ପ୍ରସ୍ତୁତ

ଖୋର୍ଦ୍ଧା: କୋରୋନା ଦ୍ବିତୀୟ ଲହର ନ ଯାଉଣୁ ତୃତୀୟ ଲହରର ପ୍ରଭାବ ଦେଖିବାକୁ ମିଳିଲାଣି । ଏହାର ପ୍ରଭାବରେ ୧୮ ବର୍ଷରୁ କମ ବୟସ୍କ ଅଧିକ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି । ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ଖୋର୍ଦ୍ଧା ଚିକିତ୍ସାଳୟ ପ୍ରସ୍ତୁତ

କୋରୋନାର ଗ୍ରାଫ ପ୍ରତିଦିନ ଖସୁଥିବାବେଳେ ଜନ୍ମରୁ 18 ବର୍ଷ ବୟସ୍କ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବଢୁଛି । ଏହା ତୃତୀୟ ଲହର ଆସିବାର ସମ୍ଭାବନାକୁ ଦର୍ଶାଉଛି ବୋଲି ବିଶେଷଜ୍ଞ ମତ ରଖିଛନ୍ତି । ତୃତୀୟ ଲହରରେ ଶିଶୁମାନେ ଅଧିକ ସଂଖ୍ୟାରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି । ଖୋର୍ଦ୍ଧା ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ କୋରୋନାର ତୃତୀୟ ଲହରର ମୁକାବିଲା ପାଇଁ ୬ ଟି ଆଇସିୟୁ ବେଡ଼, ୪ ଟି ଆଇସୋଲେସନ ୱାର୍ଡ ପ୍ରସ୍ତୁତ ରହିଛି । ପ୍ରତ୍ୟେକ ବେଡ଼ରେ ଅକ୍ସିଜେନ, ଅକ୍ସିମିଟର ବ୍ୟବସ୍ଥା କରାଯାଇଥିବା ଅତିରିକ୍ତ ଜିଲ୍ଲା ଅଧିକାରୀ ଡାକ୍ତର ବିଭୁ ପ୍ରସାଦ ମିଶ୍ର କହିଛନ୍ତି ।

ଚିକିତ୍ସା ପାଇଁ ଆବଶ୍ୟକ ସରଞ୍ଜାମ, ପିପିଇ କିଟ, ଫେସ ମାସ୍କ, ଗ୍ଲୋବ୍ସ, ସାନିଟାଇଜର, ଥର୍ମୋମିଟର, ସବୁକିଛି ପ୍ରସ୍ତୁତ ରଖାଯାଇଛି । ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ଖୋର୍ଦ୍ଧା ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟର ପ୍ରସ୍ତୁତି ସମ୍ପର୍କରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ବିଭୁ ପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି । ଏଥିପାଇଁ ଅଭିଜ୍ଞ ଡାକ୍ତର, ନର୍ସଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଇଛି । ଯେପରି କୌଣସି ଶିଶୁମାନଙ୍କ ଚିକିତ୍ସାରେ ଅବହେଳା କରାଯିବ ନାହିଁ । ସେଥିପ୍ରତି ଦୃଷ୍ଟି ଦିଆଯାଉଥିବା ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ କହିଛନ୍ତି ।



ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.