ETV Bharat / state

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ କନିଷ୍ଠ ଯନ୍ତ୍ରୀ

author img

By

Published : Sep 30, 2019, 5:10 PM IST

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କନିଷ୍ଠ ଯନ୍ତ୍ରୀ । ଦୁଇ ଲକ୍ଷ ଟଙ୍କାର ଏକ ମସଜିଦ୍ ପାଇଁ 10 ପ୍ରତିଶତ ଲାଞ୍ଚ ମାଗିଥିଲେ କନିଷ୍ଠ ଯନ୍ତ୍ରୀ ଦୁର୍ଗା ପ୍ରସାଦ ଦଳାଇ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବାଣପୁର ବ୍ଲକର କନିଷ୍ଠ ଯନ୍ତ୍ରୀ । ଭୁବନେଶ୍ବର ଭିଜିଲାନ୍ସର ଏକ ସ୍ବତନ୍ତ୍ର ସ୍କ୍ବାର୍ଡ ସୋମବାର ବାଣପୁର ବ୍ଲକ କାର୍ଯ୍ୟାଳୟ ଅତର୍କିତ ଚଢାଉ କରିଥିଲା । ଚଢାଉ ବେଳେ ବ୍ଲକର କନିଷ୍ଠ ଯନ୍ତ୍ରୀ ଦୁର୍ଗା ପ୍ରସାଦ ଦଳାଇଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ସୂଚନାନୁସାରେ, 2 ଲକ୍ଷ ଟଙ୍କାର ଏକ ମସଜିଦ୍‌ କାମର ବିଲ କରାଇବା ପାଇଁ 20 ହଜାର ଟଙ୍କା ଲାଞ୍ଚ ମାଗିଥିଲେ କନିଷ୍ଠ ଯନ୍ତ୍ରୀ । ଏନେଇ ଠିକାଦାର ଜଣକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଭିଜିଲାନ୍ସ ଟିମ୍ ବ୍ଲକ କାର୍ଯ୍ୟାଳୟରେ ଚଢାଉ କରିଥିଲେ । ଏଥିସହିତ ଯନ୍ତ୍ରୀ ନେଇଥିବା ରଙ୍ଗବୋଳା ଲାଞ୍ଚ ଟଙ୍କା ତାଙ୍କ ଠାରୁ ଜବତ କରିବା ସହ ଯନ୍ତ୍ରୀଙ୍କୁ ଗିରଫ କରିଛି ଟିମ୍ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଭିଜିଲାନ୍ସ ଜାଲରେ ବାଣପୁର ବ୍ଲକ କନିଷ୍ଠ ଯନ୍ତ୍ରୀ

Body:ଖୋର୍ଦ୍ଧା : ଭୁବନେଶ୍ୱର ଭିଜିଲାନ୍ସର ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଆଜି ଅଚାନକ ବାଣପୁର ବ୍ଲକ କାର୍ଯ୍ୟାଳୟରେ ଚଢ଼ାଉ କରି କନିଷ୍ଠ ଯନ୍ତ୍ରୀ ଦୁର୍ଗା ପ୍ରଶାଦ ଦଳାଇଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । ଏକ ୨ଲକ୍ଷ ଟଙ୍କାର ମସଜିଦ କାମର ବିଲ କରେଇଦେବା ପାଇଁ ୧୦ପ୍ରତିଶତ ପିସି ଦବିକରିଥିବା ବେଳେ ଏନେଇ ଠିକାଦାର ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ଭିଜିଲାନ୍ସ ଟିମ ଚଢ଼ାଉ କରି ଯନ୍ତ୍ରୀଙ୍କ ଠାରୁ ରଙ୍ଗ ବୋଳା ଲାଞ୍ଚ ଟଙ୍କା ଜବତ କରି ଯନ୍ତ୍ରୀଙ୍କୁ ଗିରଫ କରିଛି ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.