ETV Bharat / state

ଜୁବିନଙ୍କ କଣ୍ଠରେ ଜଗନ୍ନାଥଙ୍କ ଭଜନ, ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Jan 17, 2024, 10:34 AM IST

Jubin Nautiyal Jagannath Bhajan: ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରେମରେ ବଲିଉଡ କଣ୍ଠଶିଳ୍ପୀ ଜୁବିନ ନୌଟିଆଲ । ଗାୟକ ଜଗନ୍ନାଥଙ୍କ ଏକ ଭଜନ 'ତୁମେ ଚାହିଁଲ ବୋଲି ଚକା ଆଖି' ଗାଇଛନ୍ତି । ଏହି ଗୀତ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁବିନଙ୍କ ଏହି ଗୀତକୁ ସେୟାର କରି ତାଙ୍କର ଖୁବ ପ୍ରଶଂସା କରିଛନ୍ତି ।

ଜଗନ୍ନାଥ ଭଜନ ଗାଇଲେ ବଲିଉଡ କଣ୍ଠଶିଳ୍ପୀ ଜୁବିନ ନୌଟିଆଲ, ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଜଗନ୍ନାଥ ଭଜନ ଗାଇଲେ ବଲିଉଡ କଣ୍ଠଶିଳ୍ପୀ ଜୁବିନ ନୌଟିଆଲ

ଭୁବନେଶ୍ବର: ଆଜି ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକର୍ପଣ ହେବ । ମନ୍ତ୍ର ଧ୍ବନି, ଏବଂ ବେଦପାଠରେ କମ୍ପୁଛି ଶ୍ରୀକ୍ଷେତ୍ର ପରିବେଶ । ତେବେ ଏହି ମହାସମାରୋହକୁ ନେଇ କେବଳ ଓଡ଼ିଶା ନୁହଁ ପୁରା ଦେଶ ଜଗନ୍ନାଥମୟ ହୋଇଥିବା ବେଳେ ସମସ୍ତେ ଏହାକୁ ଚାହିଁ ରହିଛନ୍ତି । ଏହି ଅବସରରେ ବଲିଉଡ କଣ୍ଠଶିଳ୍ପୀ ଜୁବିନ ନୌଟିଆଲ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏକ ଓଡ଼ିଆ ଭଜନ ‘ଜୟ ଜଗନ୍ନାଥ ସ୍ଵାମୀ, ନୟନ ପଥ ଗାମୀ, ଭବ ତୁମେ’ ଗାଇଛନ୍ତି । ଯାହା ବର୍ତ୍ତମାନ ରିଲିଜ ହୋଇଥିବା ବେଳେ ସୋସିଆଲ ମିଡିଆରେ ଖୁବ ଟ୍ରେଣ୍ଡ କରୁଛି । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାୟକଙ୍କ ଏହି ଗୀତକୁ ସେୟାର କରିବା ସହ ତାଙ୍କର ଖୁବ ପ୍ରଶଂସା କରିଛନ୍ତି ।

  • ଜୟ ଜଗନ୍ନାଥ ସ୍ୱାମୀ, ନୟନ ପଥଗାମୀ, ଭବ ତୁମେ

    ଭାବ ଓ ଭକ୍ତିରେ ପୂରି ଉଠୁଛି ସାରା ଶ୍ରୀକ୍ଷେତ୍ର। ଏସବୁ ସମ୍ଭବ ହୋଇଛି ତାଙ୍କରି ଇଚ୍ଛାରେ। ଭବ୍ୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନେଇ ଲୋକପ୍ରିୟ ଗାୟକ @JubinNautiyal ଙ୍କ କଣ୍ଠରେ ଭକ୍ତିର ଏ ସଙ୍ଗୀତ ପ୍ରତିଟି ଓଡ଼ିଆଙ୍କ ଭାବାବେଗକୁ ଯୋଡୁଛି। #ParikramaPrakalpapic.twitter.com/xapFjveOwo

    — Naveen Patnaik (@Naveen_Odisha) January 16, 2024 " class="align-text-top noRightClick twitterSection" data=" ">

ମୁଖ୍ୟମନ୍ତ୍ରୀ ଏକ୍ସରେ ଜୁବିନଙ୍କ ଏହି ଗୀତକୁ ସେୟାର କରିଛନ୍ତି । ପ୍ରଭୁ ଜଗନ୍ନାଥଙ୍କ ପାଇଁ ଏତେ ସୁନ୍ଦର ଭଜନ ଗାଇଥିବାରୁ ସିଏମ ଜୁବିନଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି । ଏହି ଗୀତକୁ ସେୟାର କରି ସିଏମ୍ ଲେଖିଛନ୍ତି, ଭାବ ଓ ଭକ୍ତିରେ ପୂରି ଉଠୁଛି ସାରା ଶ୍ରୀକ୍ଷେତ୍ର । ଏସବୁ ସମ୍ଭବ ହେଉଛି ତାଙ୍କରି ଇଚ୍ଛାରେ । ଭବ୍ୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନେଇ ଲୋକପ୍ରିୟ ଗାୟକ ଜୁବିନ ନୌଟିଆଲଙ୍କ କଣ୍ଠରେ ଭକ୍ତିର ଏ ସଙ୍ଗୀତ ପ୍ରତିଟି ଓଡ଼ିଆଙ୍କ ଭାବାବେଗକୁ ଯୋଡୁଛି । ତେବେ ଏହି ଗୀତକୁ ପ୍ରାୟ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ଦେଖିସାରିଥିବା ବେଳେ ସୋସିଆଲ ମିଡିଆରେ ଏହି ଗୀତ ଶ୍ରୀମନ୍ଦିର ଖୁସି..., ଓଡ଼ିଶା ଖୁସି..., ନାଁରେ ଭଜନ ଟ୍ରେଣ୍ଡ କରୁଛି । ଏଥିସହ ସମସ୍ତେ ଗାୟକଙ୍କ ଭଜନକୁ ପସନ୍ଦ କରିବା ସହ ଖୁବ ପ୍ରଶଂସା କରିଛନ୍ତି ।

ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ବିଷୟରେ ଏହି ଗୀତ ମାଧ୍ୟମରେ ଖୁବ ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି । ମନ୍ଦିରର ପରିକ୍ରମା ଠାରୁ ଆରମ୍ଭ କରି ମେଘନାଦ ପାଚେରୀ ଯାଏଁ, ବାଇଶି ପାହାଚ ଏବଂ ଭକ୍ତଙ୍କ ମିଳୁଥବା ଦିବ୍ୟ ଅନୁଭୂତିକୁ ନେଇ ଏଥିରେ ଉଲ୍ଲେଖ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସମେତ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଏହି ଗୀତକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଗୀତକୁ ସଙ୍ଗୀତକାର ପ୍ରେମ ଆନନ୍ଦ ରଚନା କରିଥିବାବେଳେ ଏହାର ଲିରିକ୍ସ ଦେଇଛନ୍ତି ଲୋକପ୍ରିୟ ଗୀତିକାର ବାପୁ ଗୌସ୍ବାମୀ । ତେବେ ପ୍ରଥମ ଥର ପାଇଁ ଜୁବିନ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଓଡ଼ିଆ ଭଜନ ଗାଇଥିବା ବେଳେ ୬ ମିନିଟ ୩୨ ସେକେଣ୍ଡର ଏହି ଭଜନ ସମସ୍ତଙ୍କୁ ବେଶ ମୁଗ୍ଧ କରିଛି ।

ଏହା ମଧ୍ୟ ପଢନ୍ତୁ: ଜଗନ୍ନାଥମୟ ସାରା ଶ୍ରୀକ୍ଷେତ୍ର: ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.