ETV Bharat / state

Jharsuguda ByPoll: ସରିଲା ପ୍ରଚାର, ଭୋଟିଂ ପାଇଁ ପ୍ରସ୍ତୁତି ଶେଷ

author img

By

Published : May 8, 2023, 10:44 PM IST

ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ, ଘରୁ ଭୋଟ ଦେବା ପାଇଁ ସିନିଅର ସିଟିଜେନ ଓ ଭିନ୍ନକ୍ଷମ ଭୋଟର ଆବେଦନ କରିଥିଲେ । ଘରୁ ଭୋଟିଂ ପାଇଁ ୩୩୦ ଜଣ ଆବେଦନ କରିଥିଲେ । ବର୍ତ୍ତମାନ ସୁଦ୍ଧା ୩୨୧ ଜଣ ଭୋଟ ଦେଇଛନ୍ତି । ସମସ୍ତଙ୍କୁ ଅଭିନନ୍ଦନ ପତ୍ର ଦେବା ସହ ସେଲ୍ଫି ନେଇଛନ୍ତି ଝାରସୁଗୁଡା ଜିଲ୍ଲାପାଳ । ଆବେଦକଙ୍କ ଭିତରେ ୩ ଜଣଙ୍କ ଦେହାନ୍ତ ହୋଇଛି । ଅଧିକ ପଢନ୍ତୁ

ସରିଲା ପ୍ରଚାର, ଭୋଟିଂ ପାଇଁ ପ୍ରସ୍ତୁତି ଶେଷ
ସରିଲା ପ୍ରଚାର, ଭୋଟିଂ ପାଇଁ ପ୍ରସ୍ତୁତି ଶେଷ

ସରିଲା ପ୍ରଚାର, ଭୋଟିଂ ପାଇଁ ପ୍ରସ୍ତୁତି ଶେଷ

ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନକୁ ନେଇ ସଂଧ୍ୟା ୬ଟାରୁ ସାଇଲେନ୍ସ ପିରିଅଡ ଆରମ୍ଭ ହୋଇଯାଇଛି । ପ୍ରଚାର ଓ ତାରକା ପ୍ରଚାରକଙ୍କ ପ୍ରଚାର ଉପରେ ରୋକ ଲାଗିଛି । ଜିଲ୍ଲାରେ କୌଣସି ଷ୍ଟାର କ୍ୟାମ୍ପନର ଏବଂ ରାଜନୈତିକ ବ୍ୟକ୍ତି ସେଠି ରହିପାରିବେ ନାହିଁ । ଏହାକୁ ନଜର ରଖିବା ଲାଗି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଝାରସୁଗୁଡା ନିର୍ବାଚନୀକୁ ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନୀ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ବହୁ ମାତ୍ରାରେ ମତଦାନ କରିବା ପାଇଁ ଭୋଟରଙ୍କୁ ନିବେଦନ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ, ଘରୁ ଭୋଟ ଦେବା ପାଇଁ ସିନିଅର ସିଟିଜେନ ଓ ଭିନ୍ନକ୍ଷମ ଭୋଟର ଆବେଦନ କରିଥିଲେ । ଘରୁ ଭୋଟିଂ ପାଇଁ ୩୩୦ ଜଣ ଆବେଦନ କରିଥିଲେ । ବର୍ତ୍ତମାନ ସୁଦ୍ଧା ୩୨୧ ଜଣ ଭୋଟ ଦେଇଛନ୍ତି । ସମସ୍ତଙ୍କୁ ଅଭିନନ୍ଦନ ପତ୍ର ଦେବା ସହ ସେଲ୍ଫି ନେଇଛନ୍ତି ଝାରସୁଗୁଡା ଜିଲ୍ଲାପାଳ । ଆବେଦକଙ୍କ ଭିତରେ ୩ ଜଣଙ୍କ ଦେହାନ୍ତ ହୋଇଛି । ଅନ୍ୟ ୬ ଜଣ ଘରେ ଉପସ୍ଥିତ ନଥିଲେ । ଝାରସୁଗୁଡା ନିର୍ବାଚନ ମଣ୍ଡଳୀର ପିଡବ୍ଲୁଡି ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ୧୧୮ ଟି ଅଟୋ ରିକ୍ସା ବ୍ୟବସ୍ଥା କରିଛନ୍ତି ଜିଲ୍ଲାପାଳ । ପିଡବ୍ଲୁଡି ଭୋଟରଙ୍କୁ ବୁଥକୁ ନେବା ପାଇଁ ଏହା ବ୍ୟବହାରରେ ଆସିବ ।

ଏହାବି ପଢନ୍ତୁ- Karnataka Poll: 135ରୁ ଅଧିକ ଆସନ ଜିତିବ ବିଜେପି: ବିଏସ ୟେଦିରୁପ୍ପା

ମୋଟ ୨୫୩ ବୁଥ ମଧ୍ୟରୁ ୧୪୪ ଟିକୁ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି । ଏଠାରେ ସିଏପିଏଫ ଏବଂ ଓଡିଶା ପୋଲିସଙ୍କୁ ନିୟୋଜିତ କରାଯାଇଛି । ନିର୍ବାଚନ ମଣ୍ଡଳୀରେ ୨୬ଟି ପିଙ୍କ ବୁଥ କରାଯାଇଛି ।ଯେଉଁଠି ମହିଳା ଭୋଟର ନିଜର ମତ ସାବ୍ୟସ୍ତ କରିପାରିବେ । ଝାରସୁଗୁଡା ସହରରେ ୨୦ ଟି ଓ ଅନ୍ୟ ୩ ବ୍ଲକରେ ୨ ଟି ଲେଖାଏଁ ପିଙ୍କ ବୁଥ ହୋଇଛି । ନିର୍ବାଚନ ପ୍ରକ୍ରିୟାରେ ସମୁଦାୟ ୧୦୧୨ ପୁଲିଂ ପର୍ସନାଲଙ୍କୁ ନିୟୋଜିତ କରାଯାଇଛି । ପ୍ରତି ବୁଥରେ ୪ ଜଣ ପୁଲିଂ ପର୍ସନାଲ ରହିବେ । ଏତଦବ୍ୟତୀତ ଆଡିସନାଲ ୯୬ ରିଜର୍ଭ ପୁଲିଂ ପର୍ସନାଲଙ୍କୁ ମଧ୍ୟ ରଖାଯାଇଛି । ୬୯ ବୁଥରେ ମାଇକ୍ରୋ ଅବଜରଭରଙ୍କୁ ନିୟୋଜିତ କରାଯାଇଛି ।

ଭୋଟରମାନେ ନିଜର ପରିଚୟ ପତ୍ର ନେଇ ଭୋଟ କେନ୍ଦ୍ରକୁ ଆସିବାକୁ ଅନୁରୋଧ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ସବୁ ବୁଥରେ ପୁରୁଷ ଏବଂ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଟଏଲେଟ ଏବଂ ପିଇବା ପାଣି ବ୍ୟବସ୍ଥା କରାଯାଇଛି । ୧୦୦ ପ୍ରତିଶତ ବୁଥରେ ୱେବ କାଷ୍ଟିଂ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ସକାଳ ୭ଟାରୁ ପୁଲିଂ ଆରମ୍ଭ ହେବ । ପୁଲିଂର ଦେଢଘଣ୍ଟା ପୂର୍ବରୁ ମକ ପୋଲ କରାଯିବ । ତେବେ ଶାନ୍ତିଶ୍ରୁଙ୍ଖଳାର ସହ କରାଯିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ୧୭୧ ଟି ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ବିଭିନ୍ନ ଥାନାରେ ଡିପୋଜିଟ କରାଯାଇଛି । ୧୦୮ ଟି NBW ଏବଂ ୧୩ ଲକ୍ଷ ୨୪ ହଜାର ଟଙ୍କାର ବିଭିନ୍ନ ଜିନିଷ ସିଜ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୧୨ ଟି ଅଭିଯୋଗ ଆସିଥିବା ବେଳେ ୯ ଟି ମଡେଲ କୋର୍ଡ ଅଫ କଣ୍ଡର୍ଟ ଅଭିଯୋଗ ଆସିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.