ETV Bharat / state

ଇ-ଶ୍ରମ କାର୍ଡ ପାଇଁ ଲୋକଙ୍କୁ ଲୁଟୁଛନ୍ତି ଜନସେବା କେନ୍ଦ୍ର

author img

By

Published : Sep 23, 2021, 10:22 PM IST

ବେଗୁନିଆ ଅଞ୍ଚଳରେ ଥିବା ସମସ୍ତ ସହଜ ଜନସେବା କେନ୍ଦ୍ରମାନଙ୍କରେ ଶ୍ରମକାର୍ଡ କରିବା ପାଇଁ ସକାଳୁ ସକାଳୁ ଲମ୍ବା ଲାଇନ ଦେଖିବାକୁ ମିଳୁଥିବାବେଳେ ଏହାର ସୁଯୋଗ ନେଇ କିଛି ଅସାଧୁ ସିଏସି କର୍ମଚାରୀ ଏଥିପାଇଁ ମୋଟା ଅଙ୍କର ଅର୍ଥ ଆଦାୟ କରୁଥିବା ଅଭିଯୋଗ ହେଉଛି । ଅଧିକ ପଢନ୍ତୁ...

ଇ-ଶ୍ରମ କାର୍ଡ ପାଇଁ ଲୋକଙ୍କୁ ଲୁଟୁଛନ୍ତି ଜନସେବା କେନ୍ଦ୍ର
ଇ-ଶ୍ରମ କାର୍ଡ ପାଇଁ ଲୋକଙ୍କୁ ଲୁଟୁଛନ୍ତି ଜନସେବା କେନ୍ଦ୍ର

ଖୋର୍ଦ୍ଧା: କେନ୍ଦ୍ର ସରକାର ବିଭିନ୍ନ ଅଣସଂଗଠିତ ଶ୍ରମିକମାନଙ୍କ ପାଇଁ ଇ-ଶ୍ରମ ନାମରେ କାର୍ଡ ପ୍ରଚଳନ କରିଛନ୍ତି । ଯେଉଁଥିରେ କି ବିଭିନ୍ନ କାଟାଗୋରିରେ ଲୋକମାନଙ୍କର ତଥ୍ୟ ରଖୁଛନ୍ତି କେନ୍ଦ୍ର ସରକାର । ଏହି କ୍ରମରେ ବିଭିନ୍ନ କାଟାଗୋରିରେ ଲୋକଙ୍କୁ ତାଲିକାଭୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଇ-ଶ୍ରମ କାର୍ଡ କରିଥିବାବେଳେ ଏଥିପାଇଁ ସହଜ ଜନସେବା କେନ୍ଦ୍ରରେ ବିନା ଦେୟରେ ପଞ୍ଜିକରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଇ-ଶ୍ରମ କାର୍ଡ ପାଇଁ ଲୋକଙ୍କୁ ଲୁଟୁଛନ୍ତି ଜନସେବା କେନ୍ଦ୍ର

ଏଥିସହ ଭାରତର ନାଗରିକମାନେ କେଉଁ କେଉଁ ଶ୍ରମରେ ନିୟୋଜିତ ଅଛନ୍ତି, ତାହାର ଏକ ଡାଟାବେସ ପ୍ରସ୍ତୁତ କରୁଛନ୍ତି । ଏଥିପାଇଁ ଜନସେବା କେନ୍ଦ୍ରଗୁଡିକୁ ପ୍ରତି ଶ୍ରମ କାର୍ଡ ପିଛା ୧୬ଟଙ୍କା ପାଇବା ପାଇଁ ବ୍ୟବସ୍ଥା କରିଛନ୍ତି କେନ୍ଦ୍ର ସରକାର । କିନ୍ତୁ ବେଗୁନିଆ ଅଞ୍ଚଳରେ ଥିବା ସମସ୍ତ ସହଜ ଜନସେବା କେନ୍ଦ୍ରମାନଙ୍କରେ ଏହି ଶ୍ରମକାର୍ଡ କରିବା ପାଇଁ ସକାଳୁ ସକାଳୁ ଲମ୍ବା ଲାଇନ ଦେଖିବାକୁ ମିଳୁଥିବା ବେଳେ ଏହାର ସୁଯୋଗ ନେଇ କିଛି ଅସାଧୁ ସିଏସି କର୍ମଚାରୀ ଏଥିପାଇଁ ମୋଟା ଅଙ୍କର ଅର୍ଥ ଆଦାୟ କରୁଥିବା ଅଭିଯୋଗ ହେଉଛି ।

ପଞ୍ଜିକରଣ ସଂପୂର୍ଣ୍ଣ ଦେୟମୁକ୍ତ ଥିବାବେଳେ ସିଏସି କର୍ମଚାରୀଙ୍କ ଏଭଳି ଲାଭଖୋର ମନୋବୃତ୍ତି ପାଇଁ ଲୋକେ ଶୋଷଣର ଶିକାର ହେଉଛନ୍ତି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି । ସେପଟେ ଏହି ଘଟଣାରେ କୌଣସି ଅଭିଯୋଗ ଆସିନାହିଁ , ଆସିଲେ ଏହାର ତଦନ୍ତ କରାଯିବ ବୋଲି ବେଗୁନିଆ ଅତିରିକ୍ତ ତହସିଲଦାର ସନାତନ ଆଚାର୍ଯ୍ୟ କହିଛନ୍ତି ।



ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.