ETV Bharat / state

ଏମ୍ସରେ ରାଜ୍ୟର ପ୍ରଥମ ଇଣ୍ଟରଭେନସନାଲ ରେଡିଓଲୋଜି ସମ୍ମିଳନୀ, ରୋଗୀସେବାରେ ଆସିବ ଉନ୍ନତି

author img

By

Published : Aug 2, 2023, 10:45 AM IST

Updated : Aug 2, 2023, 2:32 PM IST

ଏମ୍ସରେ ରାଜ୍ୟର ପ୍ରଥମ ଇଣ୍ଟରଭେନସନାଲ ରେଡିଓଲୋଜି ସମ୍ମିଳନୀ ଆୟୋଜିତ । ରୋଗୀ ସେବାରେ ଆସିବ ବ୍ୟାପକ ଉନ୍ନତି । ଜଟିଳ ରୋଗର ଚିକିତ୍ସାରେ ଆଇଆର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ଅଧିକ ପଢନ୍ତୁ

ଏମ୍ସରେ ରାଜ୍ୟର ପ୍ରଥମ ଇଣ୍ଟରଭେନସନାଲ ରେଡିଓଲୋଜି ସମ୍ମିଳନୀ
ଏମ୍ସରେ ରାଜ୍ୟର ପ୍ରଥମ ଇଣ୍ଟରଭେନସନାଲ ରେଡିଓଲୋଜି ସମ୍ମିଳନୀ

ଏମ୍ସରେ ରାଜ୍ୟର ପ୍ରଥମ ଇଣ୍ଟରଭେନସନାଲ ରେଡିଓଲୋଜି ସମ୍ମିଳନୀ

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ରେଡିଓ ଡାଇଗ୍ନୋସିସ୍‌ ବିଭାଗ ପକ୍ଷରୁ ରାଜ୍ୟର ପ୍ରଥମ ଇଣ୍ଟରଭେନସନାଲ ରେଡିଓଲୋଜି (ଆଇଆର) ସମ୍ମିଳନୀ ଆୟୋଜିତ ହୋଇଛି । ଏହି ଦୁଇ ଦିନିଆ ସମ୍ମିଳନୀରେ ଆଇଆର୍‌ର ବ୍ୟାପକ ବ୍ୟବହାର ଓ କାର୍ଯ୍ୟକାରିତା ଉପରେ ମାନସ ମନ୍ଥନ କରାଯାଇଛି । ଏହି ଜ୍ଞାନକୌଶଳର ସଫଳ ଉପଯୋଗ କରି ରୋଗୀ ସେବାକୁ ସୁଗମ ଏବଂ ସରଳ କରିବା ପାଇଁ ବିଶେଷଜ୍ଞମାନେ ମତବ୍ୟକ୍ତ ଦେଇଛନ୍ତି । ସମ୍ମିଳନୀରେ ବିଭିନ୍ନ ଯକୃତ କର୍କଟର ଚିକିତ୍ସା, ଯକୃତ ସିରୋସିସ୍ ଚିକିତ୍ସା, ଭେରିକୋଜ୍ ଭେନ୍‌, ଶିରା ଓ ଧମନୀଜନିତ ବିଭିନ୍ନ ଜଟିଳ ରୋଗର ଚିକିତ୍ସା ପାଇଁ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଉପରେ ଗୁରୁତ୍ୱ ଦିଆଯାଇଛି ।

ଆଇଏସ୍‌ଭିଆଇଆର (ଜାତୀୟ ଭାସ୍କୁଲାର ଏବଂ ଇଣ୍ଟରଭେନସନାଲ ରେଡିଓଲୋଜି ସୋସାଇଟି) ଏବଂ ଓରିଆ (ଓଡ଼ିଶା ରେଡିଓଲୋଜି ଏବଂ ଇମେଜିଙ୍ଗ ଆସୋସିଏସନ୍)ର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଦେଶ ବିଦେଶରୁ ବହୁ ଖ୍ୟାତିସମ୍ପନ୍ନ ବିଶେଷଜ୍ଞ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟରତ ଚିକିତ୍ସକ ଅଂଶ ଗ୍ରହଣ କରି ଏହି କ୍ଷେତ୍ରରେ ଏକ ସୁଗମ ପରିବେଶ ସୃଷ୍ଟି କରିବାକୁ ମତ ଦେଇଛନ୍ତି । ଗୁରୁତର ରୋଗର ସଫଳ ଚିକିତ୍ସା‌ କ୍ଷେତ୍ରରେ ଆଇଆର୍‌ ଉପଯୋଗ କରି ରୋଗୀର ଜୀବନରେ ଗୁଣବତ୍ତା ଆଣିବା ଦିଗରେ ଏହି ସମ୍ମିଳନୀ ବିଶେଷ ଭୂମିକା ଗ୍ରହଣ କରିବ ବୋଲି ଆଲୋଚନା କରାଯାଇଛି । ଓଡ଼ିଶାରେ ଆଇଆରକୁ ବ୍ୟାପକ ଭାବେ ପ୍ରୟୋଗ କରି ଚିକିତ୍ସା କ୍ଷେତ୍ରରେ ଅନନ୍ୟ ଧାରା ପ୍ରବର୍ତ୍ତନ କରିବା ନେଇ ପ୍ରସ୍ତାବ ରଖାଯାଇଛି । ଏହାଦ୍ବାରା ରୋଗୀ ସେବାରେ ବ୍ୟାପକ ଉନ୍ନତି ଆସିବ । ତେବେ ଏନେଇ ରାଜ୍ୟ ଡିଏମ୍‌ଇଟି ଡ. ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି ଯେ, ରାଜ୍ୟର ସରକାରୀ ମେଡିକାଲ କଲେଜ ଗୁଡ଼ିକରେ ଆଇଆର ବ୍ୟବହାର ବ୍ୟାପକ କରାଯିବା ଆବଶ୍ୟକ ।

ଏହାମଧ୍ୟ ପଢନ୍ତୁ: କିଟ୍‌ କ୍ୟାମ୍ପସରେ CPR ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‍ଘାଟନ କଲେ ରାଜ୍ୟପାଳ

ଏହାମଧ୍ୟ ପଢନ୍ତୁ : ଉଚ୍ଚଶିକ୍ଷା ଷ୍ଟାଣ୍ଡିଙ୍ଗ କମିଟି ବୈଠକ, ନୂଆ କୋର୍ସ ଖୋଲିବା ଦିଗରେ ଫୋକସ

ସୂଚନା ଅନୁଯାୟୀ, ବିଭିନ୍ନ ପ୍ରକାରର ରେଡିଓ ଡାଇଗ୍ନୋସିସ୍‌ ନିମନ୍ତେ ଜନ ସାଧାରଣଙ୍କୁ ଘରୋଇ ଡାକ୍ତରଖାନାରେ ଅଧିକ ମୂଲ୍ୟ ଦେବାକୁ ପଡିଥାଏ । ଏମିତିକି ରାଜ୍ୟ ବାହାରକୁ ବି ଯିବାକୁ ପଡିଥାଏ । ମାତ୍ର ସାମ୍ପ୍ରତିକ ବର୍ଷ ଗୁଡିକରେ ଏମ୍ସ ଭୁବନେଶ୍ୱର ରେଡିଓଲୋଜି ବିଭାଗରେ କାର୍ଯ୍ୟରତ ଦକ୍ଷ, ଯୁବ ଚିକିତ୍ସକଙ୍କ ଦ୍ବାରା ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ ସହିତ ବିଭିନ୍ନ ଜଟିଳ ରୋଗର ସରଳ ଚିକିତ୍ସା ପଦ୍ଧତି ହାତକୁ ନିଆଯାଉଛି । ଏହାଦ୍ବାରା ସାଧାରଣଲୋକଙ୍କୁ ଏମ୍ସରେ ଯଥେଷ୍ଟ ଉପକାର ମିଳୁଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 2, 2023, 2:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.