ETV Bharat / state

ବିଦେଶୀ ଖେଳାଳିଙ୍କ ପସନ୍ଦ ଡାଲମା ଓ ସନ୍ତୁଳା, ମନ ମୋହୁଛି ଓଡ଼ଆ ଆତିଥ୍ୟ

author img

By

Published : Jan 15, 2023, 4:42 PM IST

ପାରମ୍ପରିକ ଓଡ଼ିଆ ଖାଦ୍ୟ ପ୍ରତି ଆକୃଷ୍ଟ ହେଉଛନ୍ତି ବିଦେଶୀ ଖେଳାଳି । ବିଶେଷ କରି ଡାଲମା, ବଡ଼ିଚୁରା, ସନ୍ତୁଳା ସାଙ୍ଗକୁ ମଣ୍ଡା ଓ ଏଣ୍ଡୁରୀକୁ ପସନ୍ଦ କରିଛନ୍ତି । ଅଧିକ ପଢ଼ନ୍ତୁ

hockey world cup
ହକି ବିଶ୍ବକପ

ବିଦେଶୀ ଖେଳାଳିଙ୍କ ପସନ୍ଦ ଡ଼ାଲମା ଓ ସନ୍ତୁଳା

ଭୁବନେଶ୍ବର: ହକି ଖେଳାଳିଙ୍କ ପସନ୍ଦ ଡାଲମା, ବଡ଼ିଚୁରା ଓ ସନ୍ତୁଳା । ବର୍ତ୍ତମାନ ଓଡ଼ିଶାରେ ଚାଲିଛି ହକି ମହାକୁମ୍ଭ । ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମ୍‌ ଓ କଳିଙ୍ଗ ଷ୍ଟାଡିୟମ୍‌ରେ ପୁରୁଷ ହକି ବିଶ୍ୱକପର ଗୋଟିଏ ପରେ ଗୋଟିଏ ମ୍ୟାଚ ଚାଲିଛି । ଏହି ସମୟରେ ଓଡ଼ିଶାରେ ୧୬ଟି ଦେଶର ଖେଳାଳି ସହ ପର୍ଯ୍ୟଟକମାନେ ରହୁଛନ୍ତି । ସେମାନଙ୍କୁ ପରସା ଯାଉଥିବା ଖାଦ୍ୟରେ ଓଡ଼ିଶାର ପାରମ୍ପରିକ ଖାଦ୍ୟକୁ ବିଶେଷ ଭାବେ ପ୍ରାଧାନ୍ୟ ଦିଆଯାଉଛି ।

ଖେଳାଳି ହୁଅନ୍ତୁ ଅବା କ୍ରୀଡାପ୍ରେମୀ ଅବା ପର୍ଯ୍ୟଟକ, ସେମାନଙ୍କ ଆତିଥ୍ୟ ପାଇଁ ପୂର୍ବପରି ଏଥର ମଧ୍ୟ ବିଶେଷ ବ୍ୟବସ୍ତା କରାଯାଇଛି । ସେମାନଙ୍କ ଆତିଥ୍ୟ ପାଇଁ ସରକାର ଅନେକ କିଛି ଉଦ୍ୟମ କରୁଛନ୍ତି । ଓଡ଼ିଶା କଳା ସଂସ୍କୃତି ପାଇଁ ବିଶ୍ୱରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବାବେଳେ ଏବେ ଆତିଥ୍ୟ ପାଇଁ ପରିଚିତ ହୋଇଛି । ବିଶ୍ୱକପକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସହରକୁ ସୁନ୍ଦର ଭାବେ ସଜାଯାଇଥିବା ବେଳେ ବିଶେଷ ଭାବେ ସେମାନଙ୍କର ଖାଦ୍ୟ ପେୟ ଉପରେ ଧ୍ୟାନ ରଖାଯାଉଛି । ଖେଳାଳିମାନେ କିଭଳି ତାଙ୍କ ମନ ପସନ୍ଦର ସୁସ୍ୱାଦୁ ଖାଇବେ ଓ ସୁସ୍ଥ ଖାଧ୍ୟ ଖାଇବେ ସେନେଇ ବେଶ ଧ୍ୟାନ ଦିଆଯାଉଛି । ଭୁବନେଶ୍ୱରର ଯେଉଁ ହୋଟେଲ ଗୁଡିକରେ ଖେଳାଳି ରହୁଛନ୍ତି ସେଗୁଡ଼ିକରେ ଏନେଇ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ତେବେ ରାଜଧାନୀର ମେ ଫେୟାର ,ସ୍ୱସ୍ତି ପରିମିୟର, ହୋଟେଲ ଆଇଟିସି ୱେଲକମ, ସ୍ୟାଣ୍ଡି ଟାୱାର ଭଳି ୯ଟି ହୋଟେଲ ଖେଳାଳିଙ୍କର ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଠାରେ ଖେଳାଳିଙ୍କ ସୁରକ୍ଷା ସହ ଡାଏଟ ଖାଦ୍ୟ ପାନୀୟକୁ ନେଇ ବେଶ ଯତ୍ନବାନ ହୋଟେଲ କର୍ତ୍ତୃପକ୍ଷ ।

ହକି ଫେଡରେସନ ଓ ସରକାରଙ୍କ ପକ୍ଷରୁ ମଧ୍ୟ ନିର୍ଦ୍ଧିଷ୍ଟ ଗାଇଡଲଇନ ରହିଛି । ତେଣୁ ଟିମ୍‌ର ନିଜସ୍ୱ ଡାଏଟ ବିଶେଷଣଜ୍ଞଙ୍କ ପରାମର୍ଶ ମୁତାବକ ଖାଦ୍ୟ ପ୍ରସ୍ତୁତ କରାଯାଇ ଖେଳାଳିଙ୍କୁ ପରସା ଯାଉଛି । ଖେଳିବାକୁ ଯିବାର ୨ ଘଣ୍ଟା ପୂର୍ବରୁ ଟପ୍‌ ଅପ୍‌ ମିଲ୍‌ ଓ ଏନର୍ଜି୍‌ ବାର ଦିଆଯାଉଛି । ବିଶେଷ ଭାବେ କେତେକ ବିଦେଶୀ ଖେଳାଳି କଣ୍ଟିନେଟଲ ଫୁଡ ପସନ୍ଦ କରୁଥିବା ବେଳେ ସେମାନଙ୍କୁ ଭେଟି ଦିଆଯାଉଛି ସେମାନଙ୍କ ପସନ୍ଦ ମୁତାବକ ଖାଦ୍ୟ । ସ୍ୱସ୍ତି ଗ୍ରାଣ୍ଡରେ ସାଉଥ ଆଫ୍ରିକା ଖେଳାଳି ରହୁଥିବା ବେଳେ ସେମାନେ ମଧ୍ୟ କଣ୍ଟିନେଟଲ ଫୁଡ୍‌ ପସନ୍ଦ କରିଛନ୍ତି । ବ୍ରେକଫାଷ୍ଟରେ ଟୋଷ୍ଟ୍‌, ବିଗବିନ୍‌, ପାନକେକ୍‌, ଚିକେନ ସସେଜ୍‌ ବ୍ରାଉନ ବ୍ରେଡ ଏବଂ କେନ୍‌ ଜୁସ ପିଉଥିବା କହିଛନ୍ତି ହୋଟେଲ କର୍ତ୍ତୃପକ୍ଷ ।

ହୋଟେଲ ସ୍ୱସ୍ତିରେ କୋରିଆନ ଓ ମାଲେସିଆ ଟିମ୍‌ ରହୁଛନ୍ତି । ତେଣୁ ସେଠାରେ ମଧ୍ୟ ସେମାନଙ୍କ ପସନ୍ଦ ମୁତାବକ ଖାଇବା ଦିଆଯାଉଛି । ନାନ, ପାସ୍ତା, ନୁଡୁଲର ବି ବ୍ୟବସ୍ଥା କରାଯାଇଛି । ତେବେ ହୋଟେଲରେ ଆତିଥ୍ୟକୁ ବେଶ ପ୍ରଶଂସା କରିଛନ୍ତି ଖେଳାଳି । ଅନ୍ୟପଟେ ଓଡ଼ିଆ ଖାଦ୍ୟର ପ୍ରଚାର ପ୍ରସାର ସହ ଖେଳାଳିଙ୍କୁ ପାରମ୍ପରିକ ଖାଦ୍ୟ ପରସା ଯାଉଛି । ସେମାନଙ୍କ ସୁସ୍ଥତାକୁ ବା ଡାଏଟକୁ ନଜରରେ ରଖି ହୋଟେଲ ପକ୍ଷରୁ ଡାଲମା, ସନ୍ତୁଳା, ବଡ଼ିଚୁରା, ଆଳୁ ଭଜା, ଦହି ବାଇଗଣ ଏପରିକି ଓଡ଼ିଆଙ୍କ ପ୍ରିୟ ଖାଇବା ପଖାଳ ବି ଦିଆଯାଉଛି । ଏହାସହ ରସଗୋଲା ଓ ଛେନାପୋଡ଼ ମଧ୍ୟ ଦିଆଯାଉଛି । ସେପଟେ ମେ ଫେୟାରରେ ଆର୍ଜେଣ୍ଟିନା ଓ ନେଦରଲ୍ୟାଣ୍ଡ ଟିମ୍‌ ରହୁଥିବା ରହୁଛନ୍ତି । ସେମାନଙ୍କୁ ରସାବଳି, ଏଣ୍ଡୁରି ଓ ମଣ୍ଡା ମଧ୍ୟ ଦିଆଯାଉଥିବା କହିଛନ୍ତି ହୋଟେଲ କର୍ତ୍ତୃପକ୍ଷ । ଓଡ଼ିଆ ଖାଦ୍ୟକୁ ବେଶ ପସନ୍ଦ କରିଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ, ଓଡ଼ିଆଙ୍କ ଆତିଥ୍ୟକୁ ଗ୍ରହଣ କରି ବିଦେଶୀ ଖେଳାଳି ଖୁସି ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.