ETV Bharat / state

ବିଶ୍ୱ ଏଡ଼ସ ସଚେତନତା ଦିବସ: ‘ସଚେତନା ହିଁ ସୁରକ୍ଷା ନହେଲେ ନାହିଁ ରକ୍ଷା’

author img

By ETV Bharat Odisha Team

Published : Nov 30, 2023, 9:01 PM IST

ଆସନ୍ତାକାଲି ଆନ୍ତର୍ଜାତୀୟ ଏଡ଼ସ ସଚେତନତା ଦିବସ ।" ସଚେତନା ହିଁ ସୁରକ୍ଷା ନହେଲେ ନାହିଁ ରକ୍ଷା "ଏହି ନାରା ନେଇ ବନ୍ଦେମାତରଂ ସଂଗଠନର ପକ୍ଷରୁ ଗାନ୍ଧୀମାର୍ଗରେ ମାଗଣା କଣ୍ଡୋମ ବାଣ୍ଟିଲା ।ଅଧିକ ପଢନ୍ତୁ

ବିଶ୍ୱ ଏଡ଼ସ ସଚେତନତା ଦିବସ: ଗାନ୍ଧୀମାର୍ଗରେ ମାଗଣାରେ କଣ୍ଡୋମ ବାଣ୍ଟିଲା ବନ୍ଦେମାତରମ ସଙ୍ଗଠନ
ବିଶ୍ୱ ଏଡ଼ସ ସଚେତନତା ଦିବସ: ଗାନ୍ଧୀମାର୍ଗରେ ମାଗଣାରେ କଣ୍ଡୋମ ବାଣ୍ଟିଲା ବନ୍ଦେମାତରମ ସଙ୍ଗଠନ

ବିଶ୍ୱ ଏଡ଼ସ ସଚେତନତା ଦିବସ: ଗାନ୍ଧୀମାର୍ଗରେ ମାଗଣାରେ କଣ୍ଡୋମ ବାଣ୍ଟିଲା ବନ୍ଦେମାତରମ ସଙ୍ଗଠନ

ଭୁବନେଶ୍ୱର: ଆସନ୍ତାକାଲି ବିଶ୍ଵ ପାଳିବ ଆନ୍ତର୍ଜାତୀୟ ଏଡ଼ସ ସଚେତନତା ଦିବସ । ଏହି ଦିବସରେ ଲୋକଙ୍କୁ ଏଡ଼ସ ଭଳି ଦୁରାରୋଗ କିଭଳି ନିୟନ୍ତ୍ରଣରେ ରହିବ ସେନେଇ ବୁଝାଇବା ପାଇଁ ରାଜରାସ୍ତାରେ ସଚେତନତା ବାର୍ତ୍ତା ବାଣ୍ଟିଲା ବନ୍ଦେ ମାତରମ ସଂଗଠନ ।" ସଚେତନା ହିଁ ସୁରକ୍ଷା ନହେଲେ ନାହିଁ ରକ୍ଷା "ଏହି ନାରା ନେଇ ସନଗଠନ ପକ୍ଷରୁ ଗାନ୍ଧୀମାର୍ଗରେ ମାଗଣା କଣ୍ଡୋମ ବାଣ୍ଟିଲା ସଂଗଠନ ।ଆଜି(ଗୁରୁବାର) ଲୋୟରପିଏମଜିରେ ଏଡ଼ସ ବିଷୟବସ୍ତୁ ସହ ପଥପ୍ରାନ୍ତ ନାଟକ କରି ସଂଗଠନ ଲୋକଙ୍କୁ ପ୍ଲାକାର୍ଡ଼ ଓ ଫ୍ଲେକ୍ସ ମାଧ୍ୟମରେ ସଚେତନତା କରିବା ସହ ରାଜ୍ୟ ଏଡ଼ସ ନିୟନ୍ତ୍ରଣ ସମିତି ପକ୍ଷରୁ ଯୋଗାଇ ଦିଆଯାଇଥିବା କଣ୍ଡୋମ ବାଣ୍ଟିଛି ସଂଗଠନ ।

ତେବେ ଆଗରୁ ସମାଜରେ ଅସାବଧାନତା ଓ ଅଶିକ୍ଷିତ ଯୋଗୁ ଏଡ଼ସ ବଢୁଥିବା ବେଳେ ବର୍ତ୍ତମାନ ସଚେତନତା ଅଭାବରୁ ବଢ଼ିଚାଲୁଛି ।ତେଣୁ ଯୁବ ପିଢିଙ୍କ ଭିତରେ ସୁରକ୍ଷିତ ଯୌନ ସମ୍ପର୍କର ସଚେତନତା ସୃଷ୍ଟି କରିବାର ପ୍ରୟାସକୁ ନେଇ ଏଡ଼ସ ସଚେତନତା ଦିବସର ମହତ୍ଵକୁ ପ୍ରତିପାଦିତ କରି ଦିବସର ଗୋଟିଏ ଦିନ ପୂର୍ବରୁ ଆଜି ସଂଗଠନ ଏଭଳି ନିଆରା ପ୍ରୟାସ କରିଛି । ଯେଉଁଠି ଲାଜ କି ଲୁଚେକିକି ନୁହେଁ ବରଂ ଖୋଲାଖୋଲି ଭାବେ ଏହି ବିଷୟରେ ସଚେତନ ହୋଇ, ଏହାର ନିରାକରଣ ଦିଗକୁ ଧ୍ୟାନ ଦେଇ ଯୌନ ସମ୍ପର୍କରେ ଲିପ୍ତ ହେବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛି ସଂଗଠନ । କାରଣ ଆମେ ସୁରକ୍ଷିତ ରହିଲେ ହିଁ ଏଡ଼ସ ଭଳି ଦୁରାରୋଗକୁ ଦୂରେଇ ଦେଇପାରିବା ।

ଏହା ମଧ୍ୟ ପଢନ୍ତୁ....ଘାରିଲାଣି ନିମୋନିଆ ଭୟ; ୫ ରାଜ୍ୟକୁ ଆଲର୍ଟ

ଏହା ମଧ୍ୟ ପଢନ୍ତୁ....ଚୀନର ରହସ୍ୟମୟ ରୋଗ ନେଇ 'WHO'ର ବଡ଼ ବୟାନ, କୋରୋନା ପରି ଏକ ମାରାତ୍ମକ ରୋଗ...

ଅନ୍ୟପଟେ ଦିନକୁ ଦିନ ସବୁ କ୍ଷେତ୍ରରେ ଯୁବପିଢ଼ି ମାନେ ସଚେତନ ହେଉଥିଲେ ମଧ୍ୟ ଏଡ଼ସ ଭଳି ଏକ ମାରାତ୍ମକ ରୋଗକୁ ନେଇ ସଚେତନ ହେଉନାହାନ୍ତି । ତେବେ ଏସବୁ ପଛରେ ଲୁଚି ରହିଛି ଭାରତୀୟ ପରମ୍ପରା । ଯୁବପିଢ଼ିମାନେ ନିଜ ପରମ୍ପରାକୁ ଦୃଷ୍ଟିରେ ରଖି ଯୌନ ସମ୍ପର୍କ ସମ୍ବନ୍ଧରେ ସର୍ବସମ୍ମୁଖରେ ବିଶେଷ ଭାବେ ଆଲୋଚନା କରାଯାଉ ନାହିଁ ଯଦ୍ୱରା ଅଧିକ ଲୋକ ଏହାର ସଂକ୍ରମିତ ହେଉଛନ୍ତି l ତେଣୁ ଆଜି ଲୋକଙ୍କୁ ସଚେତନ କରିବା ସହ ଓଡ଼ିଶା ସରକାରଙ୍କ ଦ୍ଵାରା ଏଡ଼ସ ନିୟନ୍ତ୍ରକ ପକ୍ଷରୁ ମାଗଣାରେ କଣ୍ଡମ ବଣ୍ଟନ କରାଯାଇଛି । ଏହାସହ ଏନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭିନ୍ନ ସଚେତନତା କରାଯାଉଥିବା ବେଳେ ୧୦୯୭ ସହାୟତା ନମ୍ବରକୁ ଫୋନ କରି ଆପଣ ଏଡ଼ସ ସମ୍ବଧୀୟ ଖବର ନେଇପାରିବେ ବୋଲି କହିଛନ୍ତି ବନ୍ଦେମାତରଂ ସଂଗଠନର ମୁଖ୍ୟ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.