ETV Bharat / state

ଲଗାଣ ବର୍ଷାରେ ଫସଲ କ୍ଷତି, ଇନପୁଟ ସବସିଡ ଦାବିରେ ଆମରଣ ଅନଶନ

author img

By

Published : Dec 16, 2020, 8:31 PM IST

ଲଗାଣ ବର୍ଷାରେ ବେଗୁନିଆର କ୍ଷତିଗ୍ରସ୍ତ ଫସଲର ଇନପୁଟ ସବସିଡି ଦାବିରେ ଚାଷୀଙ୍କ ଆମରଣ ଅନଶନ । ଅଧିକ ପଢନ୍ତୁ...

ଲଗାଣ ବର୍ଷାରେ କ୍ଷତି ହୋଇଥିବା ଫସଲର ଇନପୁଟ ସବସିଡ ଦାବିରେ ଆମରଣ ଅନଶନ
ଲଗାଣ ବର୍ଷାରେ କ୍ଷତି ହୋଇଥିବା ଫସଲର ଇନପୁଟ ସବସିଡ ଦାବିରେ ଆମରଣ ଅନଶନ

ଖୋର୍ଦ୍ଧା: ଗତବର୍ଷ ଅକ୍ଟୋବର ମାସରେ ହୋଇଥିବା ଲଗାଣ ବର୍ଷାରେ ବେଗୁନିଆର ଖରିଫ ଧାନ ଫସଲ ନଷ୍ଟ ହୋଇଛି । ସରକାର ମଧ୍ୟ ଫସଲ କ୍ଷତି ବାବଦ ଇନପୁଟ ସବସିଡ ଚାଷୀଙ୍କୁ ପ୍ରଦାନ କରିଥିଲେ । କିନ୍ତୁ କୁଞ୍ଜୁରୀ ଗ୍ରାମ ପଞ୍ଚାୟତର ଚାଷୀ ଜୟକୃଷ୍ଣ ସାହୁଙ୍କର ଫସଲ କ୍ଷତି ସତ୍ତ୍ବେ ତହସିଲ କର୍ମଚାରୀଙ୍କ ଟାଳଟୁଳ ନୀତି କାରଣରୁ ଏପର୍ଯ୍ୟନ୍ତ ତାଙ୍କୁ ଇନପୁଟ ସବସିଡ ମିଳିନାହିଁ ।

ଲଗାଣ ବର୍ଷାରେ କ୍ଷତି ହୋଇଥିବା ଫସଲର ଇନପୁଟ ସବସିଡ ଦାବିରେ ଆମରଣ ଅନଶନ

ଏ ସମ୍ପର୍କରେ ବାରମ୍ବାର ତହସିଲଦାରଙ୍କୁ ଗୁହାରି କରି ନିରାଶ ହେବାପରେ ଆଜି ବେଗୁନିଆ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି । ଘଟଣା ସମ୍ପର୍କରେ ବେଗୁନିଆ ତହସିଲଦାର ତାଙ୍କୁ ମିଳିବାକୁ ଥିବା ଅର୍ଥ ତୁରନ୍ତ ପ୍ରଦାନ କରାଯିବା ନେଇ ପ୍ରତିଶ୍ରୁତି ଦେବାପରେ ଜୟକୃଷ୍ଣ ତାଙ୍କ ଅନଶନ ପ୍ରତ୍ୟାହୃତ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.