ETV Bharat / state

National Heart Transplantation Day: ନାଟକ ବୁଝାଇଲା ଅଙ୍ଗଦାନର ମହତ ଉଦ୍ଦେଶ୍ୟ

author img

By

Published : Aug 4, 2023, 1:03 PM IST

ଅଙ୍ଗଦାନ ନିମନ୍ତେ ଶପଥ ନେଲେ ଚିକିତ୍ସକ, ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ଜନସାଧାରଣ । ଖୁବ ଶୀଘ୍ର ହେବ ଯକୃତ ପ୍ରତିରୋପଣ । ଅଧିକ ପଢନ୍ତୁ

National Heart Transplantation Day
National Heart Transplantation Day

National Heart Transplantation Day

ଭୁବନେଶ୍ବର: ଅନ୍ୟର ଜୀବନ ବଞ୍ଚାଇବାକୁ ଅଙ୍ଗଦାନ । ଭଗବାନ ନ ହୋଇ ମଧ୍ୟ କାହାର ଜୀବନ ରକ୍ଷା କରିବାର ଶକ୍ତି ଆମ ଭିତରେ ରହିଛି । କେବଳ ଗୋଟିଏ ପ୍ରଚେଷ୍ଟା, ଅଙ୍ଗଦାନ କରି । ଯାହାକୁ ମୃତ୍ୟୁ ପରେ ମହତ କାର୍ଯ୍ୟ କୁହାଯାଏ । ଏହି ସନ୍ଦେଶ ନେଇ ପ୍ରତିବର୍ଷ ଅଗଷ୍ଟ 3 ତାରିଖକୁ ପାଳନ କରାଯାଏ ଭାରତୀୟ ଅଙ୍ଗଦାନ ଦିବସ । ମୃତ୍ୟୁକୁ ଆମେ ଅଟକାଇ ପାରିବା ନାହିଁ ସତ କିନ୍ତୁ କାହାର ଜୀବନ ବଞ୍ଚାଇବା ଆମ ହାତରେ ରହିଛି । ଭୁବନେଶ୍ୱର ଏମ୍ସରେ ଗୁରୁବାର ୧୩ତମ ଭାରତୀୟ ଅଙ୍ଗଦାନ ଦିବସ (ଆଇଓଡିଡି) ପାଳିତ ହୋଇଯାଇଛି । ଅଙ୍ଗଦାନ ଏବଂ ଅଙ୍ଗ ପ୍ରତିରୋପଣର ଆବଶ୍ୟକତା ଥିବା ରୋଗୀଙ୍କ ନିମନ୍ତେ ଏହି ଜୀବନ ପ୍ରଦାନକାରୀ ମହତ ଦିବସ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଏମ୍ସ ପକ୍ଷରୁ ଏକାଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-National Heart Transplantation Day: ଏହି ଦିନ ପ୍ରଥମେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା, ସଚେତନତା ଲକ୍ଷ୍ୟ

ଏମ୍ସ ଓପିଡି ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଚିକିତ୍ସକ, ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ଜନସାଧାରଣ ଅଙ୍ଗଦାନ କରିବାକୁ ଶପଥ ନେଇଛନ୍ତି । ସେହିପରି ଏମ୍ସ ନର୍ସିଂ କଲେଜ ଛାତ୍ରଛାତ୍ରୀଙ୍କ ପକ୍ଷରୁ ପ୍ରଦର୍ଶିତ ନାଟ୍ୟ ଅଭିନୟ କାର୍ଯ୍ୟକ୍ରମ ଅଙ୍ଗଦାନର ମହତ୍ତ୍ବ ବିଷୟରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏଥି ସହିତ ଆକର୍ଷଣୀୟ କଳାଚାତୁରୀ ପ୍ରଦର୍ଶନ କରି ଅଙ୍ଗଦାନ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ଥିବା ଅନ୍ଧବିଶ୍ବାସ, ଭ୍ରାନ୍ତଧାରଣା ଏବଂ ଅଜ୍ଞତାକୁ ଦୂର କରିବାରେ ସହାୟକ ହୋଇଛି ।

ଏହା ମଧ୍ୟ ପଢନ୍ତୁ-Heart Disease: ହୃଦରୋଗରୁ ବଞ୍ଚିତ ହେବାକୁ ଚାହୁଁଛନ୍ତି କି, ଜାଣନ୍ତୁ କେଉଁ ତେଲ ସ୍ୱାସ୍ଥ୍ୟ ଉପଯୋଗୀ

ଏନେଇ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ କହିଛନ୍ତି ଯେ, ଅଙ୍ଗଦାନ ଏବଂ ପ୍ରତିରୋପଣକୁ ଉତ୍ସାହିତ କରିବା ନିମନ୍ତେ ଏମ୍ସ ସଦାସର୍ବଦା ପ୍ରତିବଦ୍ଧ । ଏମ୍ସ ଭୁବନେଶ୍ୱର ଏହି କ୍ଷେତ୍ରରେ ଅନେକ କାର୍ଯ୍ୟକ୍ରମମାନ ହାତକୁ ନେଇଛି । ଏହି ଜାତୀୟ ଅନୁଷ୍ଠାନରେ ସଫଳତାର ସହିତ ବୃକକ୍ ପ୍ରତିରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି । ସୁଲଭ ମୂଲ୍ୟରେ ହେଉଥିବା କିଡନୀ ପ୍ରତିରୋପଣ ଏହି ରୋଗରେ ପୀଡ଼ିତ ରୋଗୀଙ୍କୁ ନୂତନ ଆଶା ପ୍ରଦାନ କରିଛି । ସେହିପରି ଏମ୍ସ ଭୁବନେଶ୍ୱରରେ ଶୀଘ୍ର କ୍ୟାଡେଭେରିକ୍ ଅଙ୍ଗଦାନ କାର୍ଯ୍ୟକ୍ରମ ଏବଂ ଯକୃତ ପ୍ରତିରୋପଣ ଆରମ୍ଭ ହେବାକୁ ଯାଉଛି । ଯାହାକି ରାଜ୍ୟ ତଥା ପଡ଼ୋଶୀ ରାଜ୍ୟବାସୀଙ୍କୁ ଉପକୃତ କରିବା ସହିତ ଅଙ୍ଗଦାତାଙ୍କୁ ଉତ୍ସାହିତ କରିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.