ETV Bharat / state

ଇଡକୋ ଚିଫ ଜେନେରାଲ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଖୋଜା ଚାଲିଛି ସରୋଜ କାନ୍ତି ମହାନ୍ତିଙ୍କ ସମ୍ପତି

author img

By ETV Bharat Odisha Team

Published : Dec 26, 2023, 5:44 PM IST

IDCO Chief General Manager Under Vigilance Scanner: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରୁଥିବା ଅଭିଯୋଗରେ ଭିଜିଲାନ୍ସର ରେଡ । ଇଡକୋ ଚିଫ ଜେନେରାଲ ମ୍ୟାନେଜର ସରୋଜ କାନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସର ଛାନଭିନ ଆରମ୍ଭ । ଅଧିକ ପଢ଼ନ୍ତୁ

IDCO Chief General Manager in vigilance net
IDCO Chief General Manager in vigilance net

ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରୁଥିବା ଅଭିଯୋଗରେ ଭିଜିଲାନ୍ସର ରେଡ । ଇଡକୋ ଚିଫ ଜେନେରାଲ ମ୍ୟାନେଜର ସରୋଜ କାନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସର ଛାନଭିନ ଆରମ୍ଭ । ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଚାଲିଛି ରେଡ । ଖୋଜା ଚାଲିଛି ଆୟଠାରୁ ଅଧିକ ଟଙ୍କାରେ ସଞ୍ଚିଥିବା ସମ୍ପତ୍ତିର ତାଲିକା । ଏନେଇ ଭୁବନେଶ୍ୱର ସମେତ କଟକ ଓ ଯାଜପୁର ଭଳି ୭ ଟି ସ୍ଥାନରେ ଏକ କାଳୀନ ଜାରି ରହିଛି ମାରାଥନ ରେଡ ।

ସୂଚନା ମୁତାବକ, ଓଡ଼ିଶା ପ୍ରଶାସନିକ ସେବାର ଅଧିକାରୀ ସରୋଜ କାନ୍ତ ମହାନ୍ତି କିଛି ଦିନ ଧରି ଭିଜିଲାନ୍ସ ରାଡାରରେ ରହିଥିଲେ । ଭିଜିଲାନ୍ସ ପକ୍ଷରୁ ଏନେଇ ପ୍ରାରମ୍ଭିକ ସୂଚନା ପାଇ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରୁଥିବା ଅଭିଯୋଗ ଆଧାରରେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଅନୁମତି କ୍ରମେ ରେଡ କରିଛି । ସେପଟେ ୧୦ ଡିଏସପିଙ୍କ ସହ ୬ ଇନସ୍ପେକ୍ଟର ଓ ୨୫ଜଣିଆ ଜଣିଆ ଟିମ୍ ଏନେଇ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି । ସରୋଜଙ୍କ ସରକାରୀ ବାସଭବନ ସମେତ ସରକାରୀ କାର୍ଯ୍ୟାଳୟ ଇଡକୋ ଟାଓ୍ବାରରେ ଏକ ଟିମ୍ ସହ ଚନ୍ଦ୍ରଶେଖରପୁର ଠାରେ ଥିବା ଅମ୍ରିତା ଆଳୟମରେ ଏକ ୩ ବିଏଚକେ ଫ୍ଲାଟ୍ ଏବଂ ବାରଙ୍ଗ କଟକରେ ଥିବା ମେଟ୍ରୋ ଗ୍ରୀନର ଏକ ୩ ବିଏଚକେ ଫ୍ଲାଟ୍‌ରେ ରୋଡ ଜାରି ରଖିଛି ବିଜିଲାନ୍ସ ।

ଏହା ମଧ୍ୟ ପଢ଼ନ୍ତୁ......ଭିଜିଲାନ୍ସ ଜାଲରେ ମୁଖ୍ୟ ଯୋଗାଣ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଚଢାଉ

ଏହା ମଧ୍ୟ ପଢ଼ନ୍ତୁ.....ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ଚାକିରି କରାଇ ଦେବାକୁ ନେଉଥିଲେ ଲାଞ୍ଚ

ସେହିପରି ଯାଜପୁର ଧର୍ମଶାଳା ବ୍ରହ୍ମବରଡା ଠାରେ ଥିବା ସରୋଜଙ୍କ ପୈତୃକ ଘରରେ ମଧ୍ୟ ରେଡ ଜାରି ରହିଛି । ଏହାସହ କଟକ ନୟାବଜାରରେ ଥିବା ତିନି ମହଲା ଘର ସହ ଜୟପୁର ଜାରକାରେ ଥିବା ଏକ ଘର ଏବଂ ନୟାପଲ୍ଲୀରେ ଥିବା ସମ୍ପର୍କୀୟଙ୍କ ଘରେ ରେଡ ଜାରି ରଖିଛନ୍ତି ଭିଜିଲାନ୍ସ ଅଧିକାରୀ । ନଗଦ କ୍ୟାସ ସମେତ ଗହଣା, ଘର, ଜମି ସହ ଇନସୁରାନସ୍ ଓ ବ୍ୟାଙ୍କ କାଗଜ ପତ୍ର ଜବତ କରାଯାଇଛି । ଏନେଇ ଫାଇନାନ୍ସିଆଲ ଏକ୍ସପର୍ଟ ଜରିଆରେ ଅର୍ଥନୈତିକ କାରବାର ନେଇ ଯାଞ୍ଚ ଚାଲିଛି । ତେବେ ସେ କେତେ ପରିମାଣର ସମ୍ପତି ଠୁଳ କରିଛନ୍ତି ଏବଂ ତାଙ୍କ ସ୍ଥାବର ଓ ଅସ୍ଥାବରର ସମ୍ପତିର ତାଲିକା କେତେ ସେ ନେଇ ହିସାବ ନିକାଶ ଚାଲିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.