ETV Bharat / state

ORHDC ଜାଲିଆତି ମାମଲା: IAS ବିନୋଦ କୁମାର ସପ୍ତମଥର ପାଇଁ ଦୋଷୀ ସାବ୍ୟସ୍ତ

author img

By

Published : Mar 27, 2023, 10:01 PM IST

Updated : Mar 28, 2023, 9:59 AM IST

ORHDC ଦୁର୍ନୀତି ମାମଲାରେ ପୁଣିଥରେ ଦୋଷୀ ସାବ୍ୟସ୍ତ ହେଲେ IAS ବିନୋଦ କୁମାର । ସପ୍ତମ ଥର ପାଇଁ IAS ବିନୋଦ କୁମାରଙ୍କ ସହ ଅନ୍ୟ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କଲେ ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ । ଅଧିକ ପଢ଼ନ୍ତୁ

ORHDC ଜାଲିଆତି ମାମଲାରେ ପୁଣି ଦୋଷୀ ସାବ୍ୟସ୍ତ ହେଲେ IAS ବିନୋଦ କୁମାର
ORHDC ଜାଲିଆତି ମାମଲାରେ ପୁଣି ଦୋଷୀ ସାବ୍ୟସ୍ତ ହେଲେ IAS ବିନୋଦ କୁମାର

ଭୁବନେଶ୍ୱର: ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇଲେ ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ । ORHDC ଦୁର୍ନୀତି ମାମଲାରେ IAS ବିନୋଦ କୁମାରଙ୍କ ସହ ୫ ଜଣ ପୁଣିଥରେ ଦୋଷୀ ସାବ୍ୟସ୍ତ । ହୋମ ଲିଭସ୍‌ ହାଉସିଂ ପ୍ରାଇଭେଟ୍ ଲିମିଟେଡ ବିରୋଧରେ ହୋଇଥିବା ଜାଲିଆତି ଭିଜିଲାନ୍ସ କେସ ଆଧାରରେ ରାୟ ପ୍ରକାଶିତ । IAS ବିନୋଦ କୁମାରଙ୍କ ସହ ORHDCର ତତ୍କାଳୀନ କମ୍ପାନୀ ସେକ୍ରେଟାରି ସ୍ବସ୍ତିରଞ୍ଜନ ମହାପାତ୍ର, ଜୁନିୟର ଲୋନ ଅଫିସର ଉମେଶ ସ୍ବାଇଁ, ହୋମ ଲିଭସ ହାଉସିଂ ବିଲ୍‌ଡର ସଂସ୍ଥାର ଏମଡି ରଶ୍ମି ପଟ୍ଟନାୟକ ଓ ରତ୍ନ କୁମାର ସାହୁଙ୍କୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡ ସହ ୫୦ ହଜାର‌ ଟଙ୍କା ଜୋରିମାନା ଦଣ୍ଡ ଶୁଣାଇଛନ୍ତି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ।

୨୦୦୦ରୁ ୨୦୦୧ ମସିହାରେ ତତ୍କାଳୀନ ORHDCର ଏମଡି ଭାବେ IAS ବିନୋଦ କୁମାର କାର୍ଯ୍ୟ କରୁଥିଲେ । ସେହି ସମୟରେ ଅନେକ ବିଲ୍‌ଡରଙ୍କୁ ଗ୍ରାମ୍ୟ ଗୃହ ନିର୍ମାଣରେ ଋଣ ମଞ୍ଜୁରୀ ପାଇଁ ଉପଯୁକ୍ତ ଡକ୍ୟୁମେଣ୍ଟ ଯେପରିକି ବିଡିଏ ଆପ୍ରୁଭାଲ, ପ୍ରୋଜେକ୍ଟ ଏଷ୍ଟିମେଟ ଲେଟର, ଫାୟାର ଲାଇସେନ୍ସ ସାର୍ଟିଫିକେଟ ଆଦିକୁ ଆଧାର କରି ଲୋନ ଦିଆଯାଉଥିଲା । ହେଲେ ବିନୋଦ କୁମାରଙ୍କ ସମୟରେ ହୋମ ଲିଭସ୍‌ ଭଳି ସଂସ୍ଥା ଜାଲ ଡକ୍ୟୁମେଣ୍ଟ ଯେପରିକି ବିଡିଏ ଆପ୍ରୁଭାଲ, ପ୍ରୋଜେକ୍ଟ ଏଷ୍ଟିମେଟ ଓ ଫାୟାର ଲାଇସେନ୍ସର ଜାଲ କାଗଜର ସଠିକ ଯାଞ୍ଚ ନକରି ଅନେକ ବିଲ୍‌ଡରଙ୍କୁ ଅନୁକମ୍ପା ଦେଖାଇ ପ୍ରସ୍ତାବିତ କାଗଜ ପତ୍ରରେ ଦସ୍ତଖତ କରି ଋଣ ମଞ୍ଜୁର କରାଇଥିଲେ । ପରବର୍ତ୍ତୀ ସମୟରେ ବିଭିନ୍ନ ପର୍ଯ୍ୟାୟରେ ଲୋନ୍‌ ପାଇଥିଲା ହୋମ ଲିଭସ୍‌ ବିଲ୍‌ଡର । ତେବେ ଜାଲ କାଗଜପତ୍ରରେ ୫୦ ଲକ୍ଷ ଟଙ୍କାର ଲୋନ୍‌ ନେଇ ଯାଇଥିବା ପରେ ଜଣାପଡିଥିଲା । ଯାହାକୁ ମଞ୍ଜୁର କରିଥିଲେ IAS ବିନୋଦ କୁମାର ।

ତେବେ ଏଭଳି ଜାଲିଆତି କାରବାର ନେଇ ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଥିଲା । ଏହାର ତଦନ୍ତ ବେଳେ ଜଣାପଡିଥିଲା ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ଆଇଏଏସ୍ ବିନୋଦ କୁମାର ପରିଚାଳନା ନିର୍ଦ୍ଦେଶକ ଥିବା ସମୟରେ ମହାବାତ୍ୟା ପରେ ପରେ ବିଭିନ୍ନ ନକଲି ଫାର୍ମ ତଥା ବ୍ୟକ୍ତିଙ୍କ ପ୍ରତି ଅନୁଚିତ୍ ଅନୁଗ୍ରହ ପ୍ରଦାନ କରି ଏଭଳି ଭାବେ ୩୩ କୋଟି ୩୪ ଲକ୍ଷ ଟଙ୍କା ବେଆଇନ ଭାବେ ମଞ୍ଜୁର କରିଥିଲେ । ଯାହାଦ୍ବାରା ରାଜ୍ୟ ସରକାରଙ୍କ ବିପୁଳ ଆର୍ଥିକ କ୍ଷତି ହୋଇଥିଲା ।

ଏନେଇ ତାଙ୍କ ବିରୋଧରେ ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୭ଟି ଭିଜିଲାନ୍ସ କେସ୍‌ ଦାଖଲ କରିଥିଲେ । ସେଥିମଧ୍ୟରୁ 7ଟି କେସ୍‌ରେ ବିନୋଦ କୁମାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତେବେ ଦୁର୍ନୀତି କରିଥିବା ବ୍ୟକ୍ତିମାନେ ଯେତେ ଉଚ୍ଚ ପଦ ପଦବୀରେ ଥିଲେ ମଧ୍ୟ ରାଜ୍ୟ ସରକାର ସବୁବେଳେ ଦୁର୍ନୀତି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଆସିଛନ୍ତି । ଯାହାର‌ ଆଧାରରେ ଗତ ୨ ଫେବୃଆରୀ ୨୦୨୧ରେ ବିନୋଦ କୁମାରଙ୍କୁ ଚାକିରିରୁ ବିଦା କରିଥିଲେ ରାଜ୍ୟ ସରକାର । ତେବେ ପୂର୍ବରୁ ମେଟ୍ରୋ‌ବିଲଡର ଜାଲିଆତି ମାମଲାରେ ମଧ୍ୟ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ସହ ମେଟ୍ରୋ ବିଲଡରକୁ ମଧ୍ୟ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 28, 2023, 9:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.