ETV Bharat / state

ବଡମ୍ବା ଜଙ୍ଗଲ ବିଭାଗ ହାଜତ ମୃତ୍ୟୁ ଘଟଣା, NHRCଙ୍କ ରିପୋର୍ଟ ତଲବ

author img

By

Published : Mar 31, 2023, 4:49 PM IST

Updated : Mar 31, 2023, 6:41 PM IST

ବଡମ୍ବା ଜଙ୍ଗଲ ବିଭାଗ ହାଜତରେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା । କଟକ ଜିଲ୍ଲାପାଳ ଓ ପିସିସିଏଫଙ୍କୁ ରିପୋର୍ଟ ତଲବ କରିଛନ୍ତି ଜାତୀୟ ମାନବାଧିକାର କମିଶନ । ଅଧିକ ପଢ଼ନ୍ତୁ

died in badamba forest department custody
ବଡମ୍ବା ଜଙ୍ଗଲ ବିଭାଗ ହାଜତ ମୃତ୍ୟୁ ଘଟଣା

ବଡମ୍ବା ଜଙ୍ଗଲ ବିଭାଗ ହାଜତ ମୃତ୍ୟୁ ଘଟଣା

ଭୁବନେଶ୍ବର: ବଡମ୍ବା ଜଙ୍ଗଲ ବିଭାଗ ହାଜତ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର କମିଶନଙ୍କ ରିପୋର୍ଟ ତଲବ । କଟକ ଜିଲ୍ଲାପାଳ ଓ ପିସିସିଏଫ୍‌ଙ୍କୁ ରିପୋର୍ଟ ତଲବ କରିଛନ୍ତି ଜାତୀୟ ମାନବାଧିକାର କମିଶନ । ଚାରି ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ଘଟଣା ନେଇ ମାନବାଧିକାର କର୍ମୀ ଅଖଣ୍ଡ ମାମଲା ଦାୟର କରିଥିଲେ । ବଡମ୍ବା ଜଙ୍ଗଲ ବିଭାଗ ହାଜତରେ ଧନେଶ୍ୱର ବେହେରା ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।


ସୂଚନା ଅନୁଯାୟୀ, କଟକ ଜିଲ୍ଲାର ବାଦମ୍ବା ଥାନା ଅଧୀନରେ ଥିବା ସତାଗୋଚିଆ ଗାଁର ଧନେଶ୍ୱର ବେହେରାଙ୍କୁ ଜଙ୍ଗଲ ଅଧିକାରୀମାନେ ଅତ୍ୟଧିକ ନିର୍ଯାତନା ଦେବା ଫଳରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା । ଧନେଶ୍ଵର ହାତୀ ଶିକାର କରିବା ପାଇଁ ଆସିଥିଲେ ବୋଲି ବନ ବିଭାଗ କହିଥିଲା । ଏହି ଘଟଣାରେ ଧନେଶ୍ଵରଙ୍କ ସମେତ 2 ଜଣଙ୍କୁ ମଧ୍ୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଯେହେତୁ ଧନେଶ୍ଵରଙ୍କ ମୃତ୍ୟୁ ଘଟିଥିଲା ତେବେ ଘଟଣା ପରେ ଅନ୍ୟ ଦୁଇ ଜଣଙ୍କୁ ବନ ଅଧିକାରୀ ଛାଡି ଦେଇଥିଲେ । ଏଥିସହ ବାହାରେ କାହାକୁ କିଛି ନ କହିବାକୁ ମଧ୍ୟ ଚେତାବନୀ ଦେଇଥିଲେ ବୋଲି କୁହଯାଇଛି । ତେବେ ମାନବ ଅଧିକାର କର୍ମୀ ଅଖଣ୍ଡ ଏହି ଘଟଣାରେ NHRCକୁ 2023 ଫେବୃଆରୀ 7 ତାରିଖରେ ଅଭିଯୋଗ କରିଥିଲେ । ଯେଉଁମାନେ ଏଥିରେ ସମ୍ପୃକ୍ତ ରହିଛନ୍ତି ସେମାନଙ୍କ ବିରୋଧରେ ଦଣ୍ଡବିଧାନ ପାଇଁ ଏକ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ମନାବାଧିକର କର୍ମୀ ଅଖଣ୍ଡ। ସେ ମୃତକଙ୍କ ପରିବାରକୁ 10 ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି ।

ଏନେଇ ଅଖଣ୍ଡ କହିଛନ୍ତି, "ଏକ ସଭ୍ୟ ତଥା ଗଣତାନ୍ତ୍ରିକ ସମାଜରେ ପୋଲିସ ହେପାଜତରେ ଶାରୀରିକ ନିର୍ଯାତନା ଇତ୍ୟାଦି ଗ୍ରହଣୀୟ ନୁହେଁ । ଅନେକ ଥର, ସର୍ବୋଚ୍ଚ ନ୍ୟାୟାଳୟ ଏବଂ NHRC ବିଭିନ୍ନ ନିର୍ଯାତନାକୁ ନେଇ ଗମ୍ଭୀର ଦୃଷ୍ଟି ଦେଇଛନ୍ତି । କିନ୍ତୁ ଏହା ନିୟମିତ ଭାବେରେ ବର୍ଷବର୍ଷ ଧରି ଚାଲିଛି । ତେବେ ଏହି ଘଟଣାରେ କଟକ ଜିଲ୍ଲାପାଳ ଓ ପିସିସିଏଫ୍‌ଙ୍କୁ ରିପୋର୍ଟ ତଲବ କରିଛନ୍ତି ଜାତୀୟ ମାନବାଧିକାର କମିଶନ । ଚାରି ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।" ଏହାସହ ଧନେଶ୍ଵରଙ୍କ ପରିବାର ଲୋକଙ୍କୁ 10 ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମାନବାଧିକାର କର୍ମୀ ଅଖଣ୍ଡ ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 31, 2023, 6:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.