ETV Bharat / state

ସିଗାରେଟ ଭିତରେ ଗଞ୍ଜେଇ, ମହିଳା ଗିରଫ

author img

By

Published : Jul 19, 2023, 8:48 PM IST

ବାହାରୁ ସିଗାରେଟ ଭିତରୁ ଗଞ୍ଜେଇ । ପୁଡ଼ିଆକୁ ଦେଖିଲେ ଲାଗିବ ଏକଦମ ସିଗାରେଟ ପ୍ୟାକେଟ । ହେଲେ ଭିତରେ ଭର୍ତ୍ତି ହୋଇଛି ଗଞ୍ଜେଇ । ରାଜଧାନୀ ବିଶେଶ୍ୱର ବସ୍ତିରୁ ୫ହଜାର ଗଞ୍ଜେଇ ସିଗାରେଟ ପୁଡିଆ ଜବତ ହୋଇଛି । ଅଧିକ ପଢ଼ନ୍ତୁ

cannabis seized in Bhubaneswar
ରାଜଧାନୀରୁ ବିପୁଳ ଗଞ୍ଜେଇ ଜବତ

ରାଜଧାନୀରୁ ବିପୁଳ ଗଞ୍ଜେଇ ଜବତ

ଭୁବନେଶ୍ବର: ରାଜଧାନୀର ଏକ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟ କଡ଼ରୁ ଜବତ ହୋଇଛି ୫ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ । ସହିଦନଗର ଥାନା ବିଶେଶ୍ୱର ବସ୍ତିରୁ ଏକ ସିଗାରେଟ ପ୍ରସ୍ତୁତ ହେଉଥିବା ସ୍ଥାନରେ ଚଢ଼ାଉ ମାରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ଅବକାରୀ ଟିମ । ଜଣେ ମହିଳାଙ୍କ ନିକଟରୁ ୫ହଜାର ଗଞ୍ଜେଇ ସିଗାରେଟ ପୁଡିଆ ଜବତ ହୋଇଛି । ୨୪ କିଲୋ ଗଞ୍ଜେଇ ସହ ମହିଳାଙ୍କୁ ଗିରଫ କରିଛି ଭୁବନେଶ୍ୱର ଅବକାରୀ ଟିମ । ଅଭିଯୁକ୍ତ ମହିଳା ଜଣକ ହେଉଛନ୍ତି ରଙ୍ଗବତୀ ଦାସ ।


ବାହାରୁ ସିଗାରେଟ ଭିତରୁ ଗଞ୍ଜେଇ । ପୁଡ଼ିଆକୁ ଦେଖିଲେ ଲାଗିବ ଏକଦମ ସିଗାରେଟ ପ୍ୟାକେଟ । ହେଲେ ଭିତରେ ଭର୍ତ୍ତି ହୋଇଛି ଗଞ୍ଜେଇ । ଶ୍ରାବଣ ମାସ ଚାଲୁଥିବାରୁ କାଉଡ଼ିଆଙ୍କ ଡିମାଣ୍ଡ ଦେଖି ଏପରି ଗଞ୍ଜେଇ ସିଗାରେଟ ତିଆରି ହେଉଥିବା କୁହାଯାଇଛି । ବିଶେଷ ସୂତ୍ରରୁ ଏନେଇ ସୂଚନା ପାଇବା ପରେ ସୁପରିଟେଣ୍ଡ ଓ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ବିଶ୍ବେଶର ବସ୍ତିରେ ଅବକାରୀ ଟିମର ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ୫ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ ହୋଇଛି । ଏହି କାରବାରରେ ସମ୍ପୃକ୍ତ ଜଣେ ମହିଳାଙ୍କୁ ଗିରଫ କରଯାଇଛି । ଏନେଇ ଅବକାରୀ ଇନସ୍ପେକ୍ଟର ବିକାଶ ନାୟକ ସୂଚନା ଦେଇ କହିଛନ୍ତି, "ଯେଉଁଠି କନ୍ଧମାଳ ଓ ଫୁଲବାଣୀରୁ ଆସୁଥିବା ଗଞ୍ଜେଇକୁ ସେଠାରେ ଏପରି ସିଗାରେଟ ପ୍ୟାକ୍‌ କରାଯାଉଥିଲା । ସିଗାରେଟ ପରି ପ୍ୟାକିଂ କରାଯାଉଥିଲା ପରେ ଏହିସବୁ ପ୍ୟାକେଟ୍‌କୁ ବିଭିନ୍ନ ପାନ ଦୋକାନ ଓ ଚା' ଦୋକାନକୁ ଯୋଗା ଯାଉଥିଲା । ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳକୁ ଏହି ସିଗାରେଟ ଯାଇ ବିକ୍ରି ହେଉଥିଲା । ଆଗକୁ ବିକ୍ରି ହେଉଥିବା ପାନ ଓ ଚା' ଦୋକାନ ଉପରେ ଚଢ଼ାଉ ଜୋରଦାର କରାଯିବ ।"

ଏହା ମଧ୍ୟ ପଢ଼ନ୍ତୁ: କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
ବିଶେଷ କରି ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରୀ ଓ କର୍ପୋରେଟ ସଂସ୍ଥାର କର୍ମଚାରୀ ଏପରି ସିଗାରେଟ କିଣିବାକୁ ଆଗ୍ରହୀ ହେଉଛନ୍ତି । ଫଳରେ ସେମାନଙ୍କ ପାଖରେ ଗଞ୍ଜେଇ ପହଞ୍ଚାଇବାର ସିଗାରେଟ୍‌କୁ ମାଧ୍ୟମ ଭାବେ ବାଛି ଭଲ ଦରରେ ବିକ୍ରି ମାଲମାଲ ହେଉଛନ୍ତି ବେପାରୀ । ସିଗାରେଟ ପରି ବିକ୍ରି ହେଉଥିବା ଗଞ୍ଜେଇ ଉପରେ ପୋଲିସ କି ଅବକାରୀ ନଜର ପଡ଼ୁନି । ଏହା ବିକ୍ରି କରୁଥିବା ବ୍ୟବସାୟୀ ବି ସହଜରେ ସ୍କାନରକୁ ଆସୁନାହାନ୍ତି । ଫଳରେ କୋର୍ଡ ଓ୍ବାର୍ଡର ଗଞ୍ଜେଇ ସିଗାରେଟ ବିକ୍ରି ଅବାଧରେ ଚାଲିଛି । ତେବେ ଗତ କିଛି ଦିନ ତଳେ ଖଣ୍ଡଗିରି ଥାନା ଅଞ୍ଚଳର ଏକ ଶିକ୍ଷାନୁଷ୍ଠାନ କଡ଼ରେ ଏପରି ଗଞ୍ଜେଇ ସିଗାରେଟ ବିକ୍ରିର ଖବର ପାଇ କମିଶନରେଟ ପୋଲିସ ଚଢ଼ାଉ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା । ଉକ୍ତ ଦୋକାନକୁ ମଧ୍ୟ ଭାଙ୍ଗିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.