ETV Bharat / state

ଗୋପରୁ ଭୁବନେଶ୍ବରକୁ ଆସୁଥିଲା ଗଞ୍ଜେଇ, ୩ ଜଣଙ୍କୁ ବାନ୍ଧିଲା ଧଉଳି ପୋଲିସ

author img

By

Published : Nov 20, 2022, 10:27 AM IST

ଦୟାନଦୀ ବନ୍ଧ ରାସ୍ତା ଦେଇ ଗୋପରୁ ଭୁବନେଶ୍ବରକୁ ଆସୁଥିଲା ଗଞ୍ଜେଇ । ୪୨ କେଜି ଗଞ୍ଜେଇ ଜବତ କଲା ଧଉଳି ଥାନା ପୋଲିସ । ଅଧିକ ପଢନ୍ତୁ

ଗୋପରୁ ଭୁବନେଶ୍ବରକୁ ଆସୁଥିଲା ଗଞ୍ଜେଇ
ଗୋପରୁ ଭୁବନେଶ୍ବରକୁ ଆସୁଥିଲା ଗଞ୍ଜେଇ

ଭୁବନେଶ୍ବର: ରାଜଧାନୀରେ ବଢୁଛି ନିଶା କାରବାର, ଗୋପରୁ ଭୁବନେଶ୍ବରକୁ ଆସୁଥିଲା ଗଞ୍ଜେଇ । ଦୟାନଦୀ ବନ୍ଧ ରାସ୍ତା ଦେଇ ଏକ ଟିଆଗୋ ଗାଡିରେ ଚାଲିଥିଲା ଗଞ୍ଜେଇ ଚୋରାଚାଲାଣ । ଏହି ସମୟରେ ମାଡି ବସିଲା କମିଶନରେଟ ପୋଲିସ । ୪୨ କେଜି ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି ଧଉଳି ଥାନା ପୋଲିସ ।

ଗୋପରୁ ଭୁବନେଶ୍ବରକୁ ଆସୁଥିଲା ଗଞ୍ଜେଇ

ମିଳିଥିବା ସୂଚନା ଅନୁଯାୟୀ, ଗୋପରୁ ଭୁବନେଶ୍ବରକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ନେଇ ଏକ ବିଶେଷ ସୁତ୍ରରୁ ଖବର ପାଇଥିଲା ଧଉଳି ଥାନା ପୋଲିସ । ଏନେଇ ଧଉଳି ଥାନାର ଏକ ସ୍ପେଶାଲ ଟିମ ନିଜ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ଏକ ଟିଆଗୋ କାର‌ ଦୟା ନଦୀ ବନ୍ଧ ଦେଇ ଦ୍ରୁତ ଗତିରେ ଭୁବନେଶ୍ବର ଯାଉଥିବା ବେଳେ ରେଡ ମାରିଥିଲା ଧଉଳି ଥାନା‌ ପୋଲିସ । ଯାଞ୍ଚ ପରେ କାର ଭିତରୁ ୪୨କେଜି ଓଜନର ଗଞ୍ଜେଇ ଭର୍ତ୍ତି ଏକ ଜରି ବ୍ୟାଗ ମିଳିଥିଲା । ଏଥି ସହ କାରରେ ଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ ।

ପଚରାଉଚୁରା ସମୟରେ ଏହି ଗଞ୍ଜେଇ ବେପାର ବହୁ ପୂର୍ବରୁ କରିଆସୁଥିବା ପୋଲିସ ସମ୍ନାରେ କହିଥିଲେ ଅଭିଯୁକ୍ତ । ରାୟଗଡା ଅଞ୍ଚଳରୁ ଆଣି ନିୟମିତ ଭାବେ ଧଉଳି ଥାନା ଅଞ୍ଚଳରେ ବିକ୍ରି କରୁଥିବା କଥା ସ୍ଵୀକାର ମଧ୍ୟ କରିଥିଲେ । ଧଉଳି ଥାନାର ସ୍ପେଶାଲ ଟିମ ସେମାନଙ୍କ ନିକଟରୁ ସମ୍ପୃକ୍ତ ୪୨କେଜି ଓଜନର ଗଞ୍ଜେଇ ସହିତ ଏକ ଟାଟା ଟିଆଗୋ କାରକୁ ଜବତ କରିଥିଲା । ଏହି ଘଟଣାକୁ ନେଇ ଧଉଳି ଥାନା ପୋଲିସ ଏକ ବେଆଇନ ଗଞ୍ଜେଇ ବିକ୍ରି ମାମଲା ରୁଜୁ କରିବା ସହିତ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ପୁରୀ ଗୋପ ଅଞ୍ଚଳର ଦିପକ କୁମାର ମଲ୍ଲିକ,ରମେଶ କୁମାର‌ ଜେନା ଓ ରାୟଗଡାର କାହ୍ନା ମହାକୁଡ ।


ଏହା ମଧ୍ୟ ପଢନ୍ତୁ-IPS ସାରା ଶର୍ମାଙ୍କ My Experiments with Community Policing ଉନ୍ମୋଚିତ

ଚଳିତ ବର୍ଷ ଏଯାବତ ମୋଟ ୪୧ଟି ବେଆଇନ ଗଞ୍ଜେଇ ବିକ୍ରି ଜନିତ ମାମଲାରେ ୮୩ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ନିକଟରୁ ମୋଟ ୧୨କ୍ବିଣ୍ଟାଲରୁ ଅଧିକ ଓଜନର ଗଞ୍ଜେଇ, ୩୨,୧୧୦ଟଙ୍କା, ୨୯ଟି ମୋବାଇଲ ଫୋନ ଏବଂ ୧୧ଟି ଦୁଇ/ଚାରି ଚକିଆ ଯାନ ଜବତ କରାଯାଇଛି । ତେବେ ମୋବାଇଲ, ଗାଡି, ସୁନା, ରୂପା ଚୋରି ତଥା ଛିନତାଇ କିମ୍ବା ନିଶା କାରବାର ବିଷୟରେ ଯେଉଁ ମାନେ ସୂଚନା ପ୍ରଦାନ କରିବାକୁ ଚାହୁଁଛନ୍ତି ଭୁବନେଶ୍ୱର ସହରାଞ୍ଚଳ ପୋଲିସ ତରଫରୁ ଏକ ହ୍ଵାଟସ୍ଆପ ନମ୍ବର ୭୦୭୭୭୯୮୧୧୧ ଜାରି କରାଯାଇଛି ।


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.