ETV Bharat / state

ଶାହଙ୍କ ମାଇକ୍ରୋ ମ୍ୟାନେଜମେଣ୍ଟକୁ ମନେ ରଖିଛୁ: ମନମୋହନ ସାମଲ

author img

By

Published : Aug 3, 2023, 9:42 PM IST

ଆସନ୍ତାକାଲି (ଶୁକ୍ରବାର) ରାତି 10ଟା 40 ମିନିଟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ଅମିତ ଶାହ । ହୋଟେଲ ମେ ଫେୟାରରେ ରାତ୍ରିଯାପନ କରିବେ। ଶନିବାର ଦିନ 11ଟା ରୁ 12ଟା ଯାଏ ଜାତୀୟ ରାଜପଥ ପ୍ରକଳ୍ପ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେବେ । 12ରୁ ସାଢ଼େ 12 ପର୍ଯ୍ୟନ୍ତ ନକ୍ସଲ ଦମନ ପଦକ୍ଷେପ ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ବୈଠକରେ ଯୋଗଦେବେ । ଅଧିକ ପଢନ୍ତୁ

ଅମିତ ଶାହଙ୍କ ମାଇକ୍ରୋ ମ୍ୟାନେଜମେଣ୍ଟକୁ ମନେ ରଖିଛୁ: ମନମୋହନ ସାମଲ
ଅମିତ ଶାହଙ୍କ ମାଇକ୍ରୋ ମ୍ୟାନେଜମେଣ୍ଟକୁ ମନେ ରଖିଛୁ: ମନମୋହନ ସାମଲ

ଅମିତ ଶାହଙ୍କ ମାଇକ୍ରୋ ମ୍ୟାନେଜମେଣ୍ଟକୁ ମନେ ରଖିଛୁ: ମନମୋହନ ସାମଲ

ଭୁବନେଶ୍ବର: ଆସନ୍ତାକାଲି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଶନିବାର ସରକାରୀ କାର୍ଯ୍ୟକ୍ରମ ସହ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ର ଗୃହମନ୍ତ୍ରୀ । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗସ୍ତ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଦଳର କର୍ମକର୍ତ୍ତାଙ୍କୁ ସେ ମାର୍ଗଦର୍ଶନ ଦେବେ। ସାଙ୍ଗଠନିକ ଏବଂ ରାଜନୈତିକ ଦୃଷ୍ଟିରୁ ଦଳର ଆଗାମୀ କାର୍ଯ୍ୟପନ୍ଥା ସ୍ଥିର ହେବ ।

ଆସନ୍ତା କାଲି (ଶୁକ୍ରବାର) ରାତି 10ଟା 40 ମିନିଟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ଅମିତ ଶାହ । ହୋଟେଲ ମେ ଫେୟାରରେ ରାତ୍ରିଯାପନ କରିବେ। ଶନିବାର ଦିନ 11ଟା ରୁ 12ଟା ଯାଏ ଜାତୀୟ ରାଜପଥ ପ୍ରକଳ୍ପ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେବେ । 12ରୁ ସାଢ଼େ 12 ପର୍ଯ୍ୟନ୍ତ ନକ୍ସଲ ଦମନ ପଦକ୍ଷେପ ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ବୈଠକରେ ଯୋଗଦେବେ । 12:30 ରୁ ଦଳୀୟ ବୈଠକ ହେବ ହୋଟେଲରେ । ପରେ 01: 20ମିନିଟରେ ବିଜେପି କାର୍ଯ୍ୟାଳୟରେ ମଧ୍ୟାହ୍ନ ଭୋଜନ କରିବେ ଅମିତ ଶାହ । ଅପରାହ୍ନ 2ଟା ରୁ 5ଟା ପର୍ଯ୍ୟନ୍ତ ଦଳୀୟ କର୍ମକର୍ତ୍ତା ଓ ବରିଷ୍ଠ ନେତୃବୃନ୍ଦଙ୍କ ସହ ରୁଦ୍ଧ ଦ୍ବାର ବୈଠକ କରିବେ। 6ଟା ରେ ଭୁବନେଶ୍ବର ଛାଡିବା ପୂର୍ବରୁ ବିମାନବନ୍ଦର ଲାଉଞ୍ଜରେ ବୈଠକ ହେବ ବୋଲି ଜଣାପଡିଛି। ପରେ ନୂଆଦିଲ୍ଲୀ ଫେରିଯିବେ ।

ଏହାବି ପଢନ୍ତୁ- BJD to Support NDA: ଦିଲ୍ଲୀରେ ସମର୍ଥନ, ପଲ୍ଲୀରେ ମନ୍ଥନ

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଓଡିଶା ଗସ୍ତକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ପୂର୍ବତନ ରାଷ୍ଟ୍ରୀୟ ସଭାପତି ତଥା କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗସ୍ତ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଦଳର କର୍ମକର୍ତ୍ତାଙ୍କୁ ସେ ମାର୍ଗଦର୍ଶନ ଦେବେ। ସାଙ୍ଗଠନିକ ଏବଂ ରାଜନୈତିକ ଦୃଷ୍ଟିରୁ ଦଳର ଆଗାମୀ କାର୍ଯ୍ୟପନ୍ଥା ସ୍ଥିର ହେବ । ଦଳୀୟ ବୈଠକରେ ବରିଷ୍ଠ ନେତୃତ୍ବ ମାନେ ଉପସ୍ଥିତ ରହିବେ ।

ମନମୋହନ ସାମଲ ଆହୁରି ମଧ୍ୟ କହିଛନ୍ତି ଯେ , ଅମିତ ଶାହଙ୍କ ରାଷ୍ଟ୍ରୀୟ ସଭାପତିତ୍ବ ସମୟରେ ବିଜେପି ତିନି ନମ୍ବର ଦଳରୁ ଦୁଇ ନମ୍ବର ତଥା ମୁଖ୍ୟ ବିରୋଧୀ ଦଳ ହୋଇପାରିଛି । ଅମିତ ଶାହଙ୍କ ରଣନୀତି ଦଳକୁ ଅନେକ ସଫଳତା ଦେଇଛି । ବିଜେପି ଶାସକ ଦଳ ବିଜେଡ଼ିର ପାଖାପାଖି ଭୋଟ ପର୍ଯ୍ୟନ୍ତ ପହଞ୍ଚପାରିଛି । 9 ବର୍ଷ ଧରି ନିରନ୍ତର ଓଡ଼ିଶା ଗସ୍ତରେ ଆସୁଛନ୍ତି ଅମିତ ଶାହ । ତେଣୁ ତାଙ୍କ ନଖ ଦର୍ପଣରେ ସବୁ କିଛି ଅଛି ଓଡିଶାର । ରାଷ୍ଟ୍ରୀୟ ସଭାପତି ଥିବା ସମୟରେ ଶାହଙ୍କ ନିରନ୍ତର ଓଡ଼ିଶା ଗସ୍ତ ଏବଂ କାର୍ଯ୍ୟକ୍ରମ, କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିବା ତଥା ଟାସ୍କ ଦେବା ଦ୍ଵାରା ବିଜେପି ଆଗକୁ ବଢ଼ିଛି । ବିଶେଷ କରି ଅମିତ ଶାହଙ୍କ ମାଇକ୍ରୋ ମ୍ୟାନେଜମେଣ୍ଟ ଏବଂ ମାଇକ୍ରୋ ପ୍ଲାନିଂକୁ ଓଡିଶା ସବୁବେଳେ ମନେରଖିଛି। ତେଣୁ ଶାହଙ୍କ ପ୍ରତ୍ୟେକ ବାର୍ତ୍ତାକୁ ନେଇ ଦଳ କାମ କରିବ । ଜାତୀୟ ରାଜନୀତିରେ ଅମିତ ଶାହଙ୍କର ଥିବା ଲମ୍ବା ଅଭିଜ୍ଞତା ଏବଂ ବିଶେଷ ଭାବେ ଉତ୍ତରପ୍ରଦେଶ, ଗୁଜୁରାଟ ଏବଂ ଅନ୍ୟ ରାଜ୍ୟର ରାଜନୀତିରେ ତାଙ୍କର ଅନୁଭବକୁ ନେଇ କାମ କଲେ ଓଡ଼ିଶାରେ ମଧ୍ୟ ନିଶ୍ଚିତ ଭାବେ ଫଳପ୍ରଦ ହେବ । ତୃଣମୂଳ ସ୍ତରରେ ସଂଗଠନକୁ ଆହୁରି ସୁଦୃଢ କରାଯିବ ।

ଏହାବି ପଢନ୍ତୁ- Early Assembly Elections: କେବେ ହେବ ଓଡିଶାରେ ବିଧାନସଭା ନିର୍ବାଚନ ?

କଂଗ୍ରେସକୁ ସମାଲୋଚନା କରି ଶାହ କହିଛନ୍ତି କଂଗ୍ରେସ ତାର ଷ୍ଟ୍ରାଟେଜିରେ ଥାଉ । କଂଗ୍ରେସ ଓଡ଼ିଶା ପରିପ୍ରେକ୍ଷୀରେ କମ ଆଲୋଚନା କଲେ ଭଲ ହେବ । ନିଜ ଅସ୍ତିତ୍ଵ ରକ୍ଷା କରିବା ପାଇଁ କଂଗ୍ରେସ ଉଦ୍ୟମ କରୁଛି । କିନ୍ତୁ ସେଥିରେ ତାଙ୍କୁ କିଛି ଫଳ ମିଳିବନି । କାରଣ ବିଜେପି ତାରା ନୀତି, ଆଦର୍ଶ ଓ ବିଚାର ଧାରା ଅନୁସାରେ କାର୍ଯ୍ୟ କରୁଛି । ବିଜେପି ବିଜୟ ହେବା ପାଇଁ ସବୁ ପ୍ରକାର ଉଦ୍ୟମ କରି ଲଢେଇ କରିବ । 147 ବିଧାନସଭା ଏବଂ 21 ଲୋକସଭା ପାଇଁ ଲଢେଇ କରିବା ବିଜେପି । ଦୁଇ ଦଳ ଭିତରେ ଲଢେଇ ହେବ । ବିଜେଡ଼ିର ଅସନ୍ତୁଷ୍ଟ ଲୋକ ମାନେ ହିଁ ଆଗାମୀ ଦିନରେ ନିର୍ଣ୍ଣାୟକ ଭୂମିକା ନେବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.