ETV Bharat / state

HM Odisha Visit: ନବୀନଙ୍କୁ ବଧେଇ ଦେବାକୁ ଓଡିଶା ଆସୁଛନ୍ତି ଶାହ: ବିଧାୟକ ତାରା

author img

By

Published : Aug 3, 2023, 9:30 PM IST

ଅମିତ ଶାହଙ୍କ ଓଡିଶା ଗସ୍ତକୁ ନେଇ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ‘‘ଓଡିଶାକୁ ଆସିବାକୁ କାହାକୁ ମନା ନାହିଁ। ଆମ ନେତା ବି ଓଡିଶା ଆସନ୍ତି। ଅମିତ ଶାହ ମଧ୍ୟ ଓଡିଶା ଗସ୍ତର ଆସିବେ। କିନ୍ତୁ ଏହାର ପ୍ରଭାବ କିଛି ପଡିବ ନାହିଁ।" ଅଧିକ ପଢନ୍ତୁ

HM Odisha Visit: ନବୀନଙ୍କୁ ଅମିତ ଶାହ ବଧେଇ ଦେବାକୁ ଓଡିଶା ଆସୁଛନ୍ତି: ବିଧାୟକ ତାରା
HM Odisha Visit: ନବୀନଙ୍କୁ ଅମିତ ଶାହ ବଧେଇ ଦେବାକୁ ଓଡିଶା ଆସୁଛନ୍ତି: ବିଧାୟକ ତାରା

ନବୀନଙ୍କୁ ଅମିତ ଶାହ ବଧେଇ ଦେବାକୁ ଓଡିଶା ଆସୁଛନ୍ତି: ବିଧାୟକ ତାରା

ଭୁବନେଶ୍ବର: ମଣିପୁର ପ୍ରସଙ୍ଗରେ ଅନାସ୍ଥା ପ୍ରସ୍ଥାବ ହେଉ ଅବା ଦିଲ୍ଲୀ ଅଧ୍ୟାଦେଶ ଏହି ଦୁଇଟି ପ୍ରସଙ୍ଗରେ ଏନଡିଏକୁ ବିଜେଡି ସିଧା ସଲଖ ସମର୍ଥନ ଦେଇଛି । ଯାହା ବିଜେଡି ଓ ବିଜେପି ଭିତିରି ସମ୍ପର୍କକୁ ପୁଣି ଥରେ ପଦାରେ ପକାଇଛି । ଏହି ସହଯୋଗ ସମର୍ଥନ ଚର୍ଚ୍ଚା ମଧ୍ୟରେ ଆସନ୍ତାକାଲି (ଶୁକ୍ରବାର) ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଯାହାକୁ ନେଇ ଏବେ ସରଗରମ ରାଜ୍ୟ ରାଜନୀତି ।

ଅମିତ ଶାହଙ୍କ ଓଡିଶା ଗସ୍ତକୁ ନେଇ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ‘‘ଓଡିଶାକୁ ଆସିବାକୁ କାହାକୁ ମନା ନାହିଁ। ଆମ ନେତା ବି ଓଡିଶା ଆସନ୍ତି। ଅମିତ ଶାହ ମଧ୍ୟ ଓଡିଶା ଗସ୍ତର ଆସିବେ। କିନ୍ତୁ ଏହାର ପ୍ରଭାବ କିଛି ପଡିବ ନାହିଁ। କାରଣ ବିଜେଡି ଯେଉଁଭଳି ଭାବରେ ବିଜେପିକୁ ସମର୍ଥନ ଦେଇଛି ତାହାର କୃତଜ୍ଞତା ଜଣାଇବାକୁ ଶାହ ଆସୁଛନ୍ତି ।" ତାରା କହିଛନ୍ତି ନବୀନ ବାବୁ ଜଣାଇଦେଲେ ବିଜେଡି ଏବଂ ବିଜେପି ଗୋଟିଏ ଦଳ। ଫଳରେ ବିଜେଡିରୁ ଅତିଷ୍ଠ ହୋଇ ଯେଉଁ ଭୋଟରମାନେ ବିଜେପିକୁ ଭୋଟ ଦେବାକୁ ମନସ୍ଥ କରିଥିଲେ ସେମାନେ ଆଉ ବିଜେପିକୁ ଭୋଟ ଦେବେନାହିଁ। କିଛି ଭୋଟ ବିଜେଡି ପାଇବ ଆଉ କିଛି କଂଗ୍ରେସ। ଅନାସ୍ଥା ପ୍ରସ୍ତାବ ପରେ ଓଡ଼ିଶାରେ ବିଜେପିର 20 ପ୍ରତିଶତ ଭୋଟ କମିଯିବ। ମିଶନ 120 ଫେଲ ମାରିବ । ଏଭଳି ସ୍ଥିତିରେ ଅମିତ ଶାହ ଓଡିଶା ଆସି କଣ କରିବେ ବୋଲି ପ୍ରଶ୍ନ କରିଛନ୍ତି ତାରା ।

ଏହାବି ପଢନ୍ତୁ- ଦିଲ୍ଲୀରେ ବିଜେଡି-ବିଜେପି ଡିଲ, ରାଜ୍ୟରେ ଚାଲିଛି ଖୁଚୁରା ଲଢେଇ: କଂଗ୍ରେସ ବିଧାୟକ ତାରା

ତାରା ଆହୁରି କହିଛନ୍ତି ଅମିତ ଶାହଙ୍କୁ ଓଡିଶା ଆସିବାକୁ ମନାନାହିଁ । କିନ୍ତୁ ସେ ନବୀନ ପଟ୍ଟନାୟକଙ୍କୁ ବଧେଇ ଦେବାକୁ ଆସୁଛନ୍ତି । ଯେଉଁଭଳି ଦିଲ୍ଲୀ ବିଲକୁ ବିଜେଡି ସମର୍ଥନ ଆଉ ଅନାସ୍ଥାକୁ ବିରୋଧ କଲା ସେଥିପାଇଁ ସେ ନବୀନଙ୍କୁ ଭେଟି ଶୁଭେଚ୍ଛା ଜଣାଇବାକୁ ଆସୁଛନ୍ତି । କିନ୍ତୁ ଏହା ଦ୍ବାରା ବିଜେପିର 20 ପ୍ରତିଶତ ଭୋଟ କମିଯିବ । ଯାହା କଂଗ୍ରେସ ଓ ବିଜେଡି କୁ ଯିବ । ମୋତେ ଲାଗୁଛି ନିର୍ବାଚନ ପାଇଁ ଅମିତ ଶାହ ସେଟିଂ କରିବାକୁ ଆସୁଛନ୍ତି । ବିଜେଡି-ବିଜେପି ଭିତରେ ମେଣ୍ଟ ହୋଇଯିବ । ଇଣ୍ଡିଆ ଗଠନ ପରେ ବିଜେପି ଓ ବିଜେଡି ଉଭୟ ଡରି ଯାଇଛନ୍ତି । ବିଶେଷ କରି ବିଜେପି ଅଧିକ ଭୟଭୀତ । ତେଣୁ ଅମିତ ଶାହ ଚାରିଆଡେ ବୁଲି କି ସେଟିଂ କରୁଛନ୍ତି । ଆଉ ଏପଟେ ସେମାନେ କହିବା ଆଗରୁ ନବୀନ ଇଡ଼ି ଆଉ ସିବିଆଇ ଭୟରେ ସମର୍ଥନ ଦେବାରେ ବ୍ୟସ୍ତ । ତେଣୁ ଲାଗୁଛି ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟ ହୋଇଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.