ETV Bharat / state

ବଡ଼ଦିନରେ ନନ୍ଦନକାନନରେ ପ୍ରବଳ ଭିଡ଼, ମୁଖ୍ୟ ଆକର୍ଷଣ ରୋପ୍-ୱେ

author img

By ETV Bharat Odisha Team

Published : Dec 25, 2023, 5:10 PM IST

Heavy crowd witness at Nandankanan: ବଡ଼ଦିନରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ । ମୁଖ୍ୟ ଆକର୍ଷଣ ପାଲଟିଛି ରୋପ୍-ୱେ । ଅଧିକ ପଢନ୍ତୁ

Heavy crowd witness at Nandankanan
Heavy crowd witness at Nandankanan

ବଡ଼ଦିନରେ ନନ୍ଦନକାନନରେ ପ୍ରବଳ ଭିଡ଼, ମୁଖ୍ୟ ଆକର୍ଷଣ ରୋପ୍-ୱେ

ଭୁବନେଶ୍ବର: ଆଜି ବଡ଼ ଦିନ ବା ଖ୍ରୀଷ୍ଟମାସ । ବଡ଼ ଦିନରେ ନନ୍ଦନକାନନରେ ଜମିଛି ପର୍ଯ୍ୟଟକ ଭିଡ଼ । ସୋମବାର ନନ୍ଦନକାନନ ବନ୍ଦ ରହୁଥିଲେ ସୁଦ୍ଧା ବଡ଼ ଦିନକୁ ଦୃଷ୍ଟିରେ ରଖି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲାଯାଇଛି । ସକାଳୁ ନନ୍ଦନକାନନ ନିକଟରେ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ଗହଳି ଜମିଛି । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଉତ୍ସାହିତ ରହିଛନ୍ତି । ଚଳିତ ବର୍ଷ ମୁଖ୍ୟ ଆକର୍ଷଣ ପାଲଟିଛି ରୋପ୍-ୱେ ।

ବଡ଼ ଦିନ ହେଉ ବା ନୂଆ ବର୍ଷ, ଏହି ଦିନମାନଙ୍କରେ ନନ୍ଦନକାନନକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ସକାଳ ସମୟରୁ ସନ୍ଧ୍ୟା ପର୍ଯ୍ୟନ୍ତ ଅସମ୍ଭାଳ ଭିଡ ଦେଖିବାକୁ ମିଳେ । ଆଜି ନନ୍ଦନକାନନ ଛୁଟି ରହିଥିବା ବେଳେ ବଡ଼ ଦିନକୁ ଦୃଷ୍ଟିରେ ରଖି ନନ୍ଦନକାନନ ଖୋଲା ରହିଛି । ସବୁ ବର୍ଗର ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଉତ୍ସାହିତ ରହିଛନ୍ତି । ଏହାରି ଭିତରେ ପର୍ଯ୍ୟଟକଙ୍କ ମଧ୍ୟରେ ମୁଖ୍ୟ ଆକର୍ଷଣ ରୋପ-ୱେ ରହିଛି ।

ଏହା ବି ପଢନ୍ତୁ- ୧୨ ବର୍ଷ ଅପେକ୍ଷାର ଅନ୍ତ, ନନ୍ଦନକାନନ ରୋପୱ ସେବା ଆରମ୍ଭ

ଏ ନେଇ ଜଣେ ପର୍ଯ୍ୟଟକ କହିଛନ୍ତି, "ପୂର୍ବରୁ ଯାହା ନନ୍ଦନକାନନ ରହିଥିଲା ତାହା ବେଶ ଅଧିକ ବୃଦ୍ଧି ପାଇଛି । ଅନେକ ବନ୍ୟଜନ୍ତୁ ଦେଖିବାକୁ ମିଳୁଛି । ସଫାସୁତରା ମଧ୍ୟରେ ରହିଛି ନନ୍ଦନକାନନ। ଯେହେତୁ ବର୍ତ୍ତମାନ ପର୍ଯ୍ୟଟନ ଋତୁ ତେଣୁ ଅନେକ ସ୍ଥାନରୁ ସ୍କୁଲ ପିଲାମାନେ ଆସୁଛନ୍ତି । ସେମାନଙ୍କ ସୁରକ୍ଷା ଅତ୍ୟନ୍ତ ଆବଶ୍ୟକ । ସେମାନଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା ସୁରକ୍ଷା ଅତ୍ୟନ୍ତ ଜରୁରୀ ।" ଚଳିତ ପର୍ଯ୍ୟଟନ ଋତୁରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅନେକ ଜୀବଜନ୍ତୁ ରହିଥିବା ଦେଖିବାକୁ ମିଳୁଛି । ବିଶେଷ ଭାବରେ ବାଘ ଭାଲୁ ଓ ରାତ୍ରିଚର ପ୍ରାଣୀ ଦେଖିବାକୁ ଅଧିକ ପସନ୍ଦ କରୁଛନ୍ତି ଲୋକେ ।

ଏହା ସହ ବୋଟିଂ, ରୋପ୍-ୱେ ଏବଂ ଶିଶୁ ରେଳଗାଡ଼ିର ମଜା ନେଉଛନ୍ତି ପର୍ଯ୍ୟଟକ । ତେବେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ ଦିନ ୧୨ଟା ମଧ୍ୟରେ ପ୍ରାୟ ୨୦ ହଜାର ପର୍ଯ୍ୟଟକ ଆସିଛନ୍ତି । ପର୍ଯ୍ୟଟକମାନଙ୍କ ପାଇଁ ସମସ୍ତ ସୁବିଧା କରାଯାଇଛି । ସୁରକ୍ଷା ସହିତ କିଭଳି ଭାବରେ ପର୍ଯ୍ୟଟକମାନେ ସବୁଠି ବୁଲିପାରିବେ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ସୂଚନା ଥାଉ କି, ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଗତ ବର୍ଷ ପାଖାପାଖି ୪୬ ହଜାର ପର୍ଯ୍ୟଟକ ଡିସେମ୍ବର ୨୫ ଦିନ ବୁଲିବାକୁ ଆସିଥିଲେ । ଅଫଲାଇନରେ ୪୨ ହଜାର ୫୭୧ ଓ ଅନଲାଇନରେ ୩ ହଜାର ୫୭୭ ପର୍ଯ୍ୟଟକ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବୁଲିଥିଲେ ।

ଏହା ବି ପଢନ୍ତୁ- ଆସୁଛି ପର୍ଯ୍ୟଟନ ଋତୁ; ପର୍ଯ୍ୟଟକଙ୍କ ପାଇଁ କେତେ ପ୍ରସ୍ତୁତ ନନ୍ଦନକାନନ; ବନ୍ଦ ବୋଟିଂ, ଚାଲୁନି ରୋପ ୱେ

ଏହାସହ ବଟାନିକାଲ ଗାର୍ଡେନରେ ୫ ହଜାର ୩୫୮ ଜଣ ପର୍ଯ୍ୟଟକ ବୁଲି ଦେଖିଛନ୍ତି । ଏହାସହ ଟଏ ଟ୍ରେନରେ ୮୧୧ ଜଣ ବୁଲିଥିଲେ ପର୍ଯ୍ୟଟକ । ଡିସେମ୍ବର ୨୫ ଦିନମାନଙ୍କରେ ଗତ ୭ ବର୍ଷର ତଥ୍ୟ ଦେଖିଲେ, ୨୦୧୬ ମସିହାରେ ୪୦,୦୭୮ ପର୍ଯ୍ୟଟକ ବୁଲିବାକୁ ଆସିଥିବା ବେଳେ ୨୦୧୭ ମସିହାରେ ୨୩ ହଜାର ୬୨୮, ୨୦୧୮ ମସିହାରେ ୩୪ ହଜାର ୯୧୪, ୨୦୧୯ ମସିହାରେ ୨୯,୦୭୦, ୨୦୨୦ ମସିହାରେ ୬ ହଜାର ୭୬୯, ୨୦୨୧ ମସିହାରେ ୨୦୦୧୩ ଏବଂ ୨୦୨୨ ମସିହାରେ ୪୬,୧୪୮ ଜଣ ପର୍ଯ୍ୟଟକ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବୁଲିବାକୁ ଆସିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.