ETV Bharat / state

ଉଗ୍ରରୂପ ନେଉଛି ପଦ୍ମକେଶରପୁର ଗଣ୍ଡଗୋଳ, ରାତି ୩ଟାରେ ପୋଲିସ ଉପରକୁ ପଥରମାଡ

author img

By ETV Bharat Odisha Team

Published : Oct 27, 2023, 7:41 PM IST

ଉଗ୍ରରୂପ ନେଉଛି ପଦ୍ମକେଶରପୁର ଗଣ୍ଡଗୋଳ । ଅଧରାତିରେ ପୋଲିସ ଉପରକୁ ପଥର ମାଡ । ପୋଲିସ ସହ 20ରୁ ଉର୍ଦ୍ଧ୍ବ ଲୋକେ ଆହତ । ଅଧିକ ପଢନ୍ତୁ

ଉଗ୍ରରୂପ ନେଉଛି ପଦ୍ମକେଶରପୁର ଗଣ୍ଡଗୋଳ
ଉଗ୍ରରୂପ ନେଉଛି ପଦ୍ମକେଶରପୁର ଗଣ୍ଡଗୋଳ

ଉଗ୍ରରୂପ ନେଉଛି ପଦ୍ମକେଶରପୁର ଗଣ୍ଡଗୋଳ

ଭୁବନେଶ୍ବର: ଅଶାନ୍ତ ହେଉଛି ରାଜଧାନୀର ପଦ୍ମକେଶରପୁର ଗାଁ । ମଞ୍ଚେଶ୍ବର ଥାନା ଅଞ୍ଚଳର ପଦ୍ମକେଶରପୁର ଗାଁରେ ଗଣ୍ଡଗୋଳ ହୋଇଥିବା ଖବର ପାଇ ପୋଲିସ ପହଁଞ୍ଚିବା ପରେ ପୋଲିସକୁ ଆକ୍ରମଣ । ପୋଲିସ ଓ ଲୋକଙ୍କ ମଧ୍ୟରେ ପଥରମାଡ ସହ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା । ତେବେ ଏହି ଘଟଣାରେ ପୋଲିସ କର୍ମଚାରୀଙ୍କ ସହ 20 ଜଣ ଲୋକେ ଆହତ ହୋଇଛନ୍ତି । ସ୍ଥିତି ନିୟନ୍ତ୍ରଣ ପାଇଁ ଫୋର୍ସ ମୂତୟନ କରିଥିଲା କମିଶନରେଟ ପୋଲିସ । ତେବେ ଗାଁରେ ଶାନ୍ତି ବଜାୟ ରଖିବା ପାଇଁ ପୋଲିସର ବରିଷ୍ଠ ଅଧିକାରୀ କରିଛନ୍ତି ବୌଠକ । ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତ୍ରିରେ ଗ୍ରାମରେ ଗଣ୍ଡଗୋଳ ଖବର ପାଇ ପହଁଞ୍ଚି ଥିଲା ପୋଲିସ । ଏନେଇ ପିସିଆର ଓ ପୋଲିସ ଭ୍ୟାନ ପହଁଞ୍ଚିବା ପରେ‌ ପୋଲିସ ଉପରକୁ ହୋଇଥିଲା ପଥରମାଡ । ଗାଁ ଲୋକେ ଓ ପୋଲିସ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗାଁରେ ଏକ ପ୍ରକାର ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିଲା । ଏନେଇ ପୋଲିସ ରାତି ଅଧିଆ ଫୋର୍ସ ମଗାଇ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଚେଷ୍ଟା କରିଥିଲା ପୋଲିସ ।

ଡିସିପି ପ୍ରତୀକ ସିଂ କହିଛନ୍ତି, ‘‘ପଦ୍ମକେଶରପୁର ଗାଁରେ ଗତକାଲି(ଗୁରୁବାର) ବିଳମ୍ବିତ ରାତିରେ ଗୋଷ୍ଠୀ କନ୍ଦଳ ହୋଇଥିଲା । ଏହି କନ୍ଦଳର ପ୍ରକୃତ କରାଣ କ’ଣ ଜଣାପଡି ନାହିଁ । ସ୍ଥାନୀୟ ଏସିପି ଘଟଣାସ୍ଥଳରେ ପହଞ୍ଚି ସ୍ଥିତ ନିୟନ୍ତ୍ରଣ କରିଥିଲେ । ଏବେ ବି ଗାଁରେ ପୋଲିସ ଫୋର୍ସ ମୂତୟନ ଅଛି । ପୋଲିସ ଉପରକୁ ଆକ୍ରମଣ ଘଟଣାକୁ ନେଇ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । ଆକ୍ରମଣରେ ସମ୍ପୃକ୍ତଥିବା ବ୍ୟକ୍ତିଙ୍କୁ ଗିରଫ କରାଯିବ । ଏନେଇ ଆଗକୁ ପୋଲିସ କ’ଣ ପଦକ୍ଷେପ ନେବେ ସେନେଇ ବିଚାର ବିମର୍ଶ ଚାଲିଛି ।’’

ଏହା ମଧ୍ୟ ପଢନ୍ତୁ...ରାଜଧାନୀର ଏମିତି ଜଣେ ଅପରାଧି, ୧୭ ତାରିଖ ଆସିଲେ ହୋଇଯାଏ ସକ୍ରିୟ

ସ୍ଥନୀୟବାସୀଙ୍କ ସୂଚନା ଅନୁଯାୟୀ, ଗାଁ ପୁରୁଷଶୂନ୍ୟ ହୋଇଯାଇଛି । ଗଣ୍ତଗୋଳ ପାଇଁ ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି । ଗତକାଲି (ଗୁରୁବାର) ଅଧରାତିରେ ଗାଁରେ ବୋମାମାଡ ସହ କିଛି ଲୋକେ ଖଣ୍ତାଧରି ଅଚାନ ଆକ୍ରମଣ କରିଥିଲେ । ପଞ୍ଚାୟତ ନିର୍ବାଚନ ପରଠାରୁ ଗାଁରେ ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳୁଛି । ପରାଜୟ ସରପଞ୍ଚ ଓ ନିର୍ବାଚିତ ସରପଞ୍ଚଙ୍କ ମଧ୍ୟରେ ଏକ ପ୍ରକାର ରାଜନୈତିକ ଛକାପଞ୍ଝା ଦେଖାଦେଉଛି। ଯାହାକୁ ନେଇ ବିଜୟୀ ସରପଞ୍ଚ ଗୋଷ୍ଠୀ ଓ ପରାଜୟ ଗୋଷ୍ଠୀ ମଧ୍ୟରେ ତିକ୍ତତା ଲୋକଙ୍କ ମଧ୍ୟରେ ଗଣ୍ଡଗୋଳର ରୂପ ନେଉଛି । ଏବେ ପୁଣି ସେହି ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନାକୁ ନେଇ ପୋଲିସ ପଥରମାଡ ଓ ଆକ୍ରମଣର ଶିକାର ହୋଇଛି । ତେବେ ଗତ ସେପ୍ଟେମ୍ୱର ୧ ତାରିଖରେ ସମାନ ଢଙ୍ଗରେ ଗୋଷ୍ଠୀ କନ୍ଦଳ ପରିସ୍ଥିତି ଉପୁଜିଥିଲା । ଏହାକୁ ନେଇ ପୋଲିସ 12 ଜଣଙ୍କୁ ଗିରଫ କରିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.