ETV Bharat / state

ରାଜଧାନୀର ଏମିତି ଜଣେ ଅପରାଧି, ୧୭ ତାରିଖ ଆସିଲେ ହୋଇଯାଏ ସକ୍ରିୟ

author img

By ETV Bharat Odisha Team

Published : Oct 27, 2023, 2:25 PM IST

Updated : Oct 27, 2023, 3:16 PM IST

ରାଜଧାନୀର କୁଖ୍ୟାତ କ୍ରିମିନାଲ ପ୍ରଶାନ୍ତ ଘଡୋଇ, ଯେ ୧୭ ତାରିଖ ଆସିଲେ ହୋଇଯାଏ ଆକ୍ଟିଭ । ପୋଲିସ ହାତରୁ ଖସିଯିବାରେ ସଫଳ ହୁଏ। ଅଧିକ ପଢନ୍ତୁ

Crimine in bhubaneswar
Crimine in bhubaneswar

ଅପରାଧିର ଲକି ନମ୍ବର 17

ଭୁବନେଶ୍ବର: ରାଜଧାନୀର ଦୁର୍ଦ୍ଦାନ୍ତ ଅପରାଧି ପ୍ରଶାନ୍ତ ଘଡେଇ । ଏ ଏମିତି ଜଣେ ଅପରାଧି ଯାହାଙ୍କ ଲକି ନମ୍ବର 17। 2017ରେ ଅପରାଧ ଦୁନିଆରେ ପାଦ ଦେଇଥିଲେ, ଆଉ ଅପରାଧ ଘଟାଇ ଧରାପଡିବା ପରେ 17 ତାରିଖରେ ହିଁ ପୋଲିସ କବଳରୁ ଖସି ପଳାଉଥିଲେ । ଗତ 17 ତରିଖରେ କୋର୍ଟର ହାଜତରୁ ଖସି ଚର୍ଚ୍ଚାକୁ ଆସିଛି ପ୍ରଶାନ୍ତ ଘଡେଇ । ଗୁରୁବାର ତାକୁ ଗିରଫ କରିଛି କମିଶନରେଟ ପୋଲିସ ।

ପ୍ରଶାନ୍ତ ଘଡେଇ...ବୟସ ମାତ୍ର 21 ବର୍ଷ । ଘର ନୟାଗଡ଼ ଜିଲ୍ଲା ଇଟାମାଟି । ଦୀର୍ଘଦିନ ଧରି ସେ ଭୁବନେଶ୍ୱର ମଞ୍ଚେଶ୍ବର ଥାନା ଧିରିକୁଟ ବସ୍ତିରେ ସେ ରହି ଆସୁଛି । ନାବାଳକ ଥିବା ସମୟରେ ଅପରାଧ ଦୁନିଆରେ ପାଦ ଦେଇଥିଲା ପ୍ରଶାନ୍ତ । କିନ୍ତୁ ଆଶ୍ଚର୍ଯ୍ୟର କଥା ତା ନାମରେ 14ଟି କେସ ରହିଛି । ଚୋରି, ଛିନତାଇ, ରାହାଜାନି, ଡକାୟତି ଆଦି କେସର ସେ ହେଉଛି କାର୍ପଟଦାର । ତାର ଅପରାଧ କରିବାର ତରିକା ସମସ୍ତଙ୍କୁ ଚକିତ କରିଛି ।

ପ୍ରଶାନ୍ତ ବାଇକ ଷ୍ଟଣ୍ଟ କରିବାରେ ମାଷ୍ଟର । ଭିଡ଼ ଭିତରେ ରକେଟ ପରି ବାଇକରେ ଆସି ପର୍ସ ହେଉ କି ଚେନ ଝାମ୍ପି ନେଇ ଛୁ ମାରିଥାଏ । ପ୍ରଥମେ ପ୍ରଥମେ ମୋବାଇଲ ଓ ପର୍ସ ଝାମ୍ପୁଥିଲା, ଏବେ ସେ ସୁନାଚେନ ଲୁଟ କରି ଚମ୍ପଟ ମାରୁଛି । ଗତ 17 ତାରିଖରେ ଝାରପଡ଼ା ଜେଲରୁ କୋର୍ଟକୁ ହାଜର ପାଇଁ ଆସିଥିବା ବେଳେ କୋର୍ଟ ହାଜତରୁ କୌଶଳ କ୍ରମେ ଖସିଯାଇଥିଲା। ଯାହାକୁ ନେଇ ଧରପଗଡ ପରେ ପୋଲିସ ତାକୁ ଗିରଫ କରିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ସେ କଷ୍ଟଡିରୁ ଫେରାର ହେବା ତାର ଏହା ପ୍ରଥମ ଘଟଣା ନୁହେଁ, ପୁର୍ବରୁ ସେ ମଧ୍ୟ ଦୁଇ ଥର ସେ ଏପରି କରିଛି ।

ଏହା ମଧ୍ୟ ପଢନ୍ତୁ-ହୋଟେଲ ମାଲିକଙ୍କୁ ଲହୁଲୁହାଣ କଲେ ଦୁବୃର୍ତ୍ତ, ପୂର୍ବ ଶତ୍ରୁତାରୁ କେନ୍ଦ୍ର କରି ଆକ୍ରମଣ!

ସବୁଠୁ ବଡ଼ କଥା ସେ ଯେଉଁ ଅପରାଧ କରିଥାଏ ତାହା 17 ନମ୍ବର ସହ ସମ୍ପର୍କ ଥାଏ । ପୋଲିସ ହାତରେ ଧରାପଡ଼ିବା ପରେ ତାର ଏହି ଗୁମର ସାମ୍ନାକୁ ଆସିଛି । ପ୍ରଥମେ ୨୦୧୭ ମସିହାରେ ଅପରାଧ ଦୁନିଆରେ ପାଦ ଦେଇଥିଲା ପ୍ରଶାନ୍ତ । ବିଡ଼ିଏ ନିକୋ ପାର୍କ ପାଖରେ ବଲାଙ୍ଗୀରର ଜଣେ ଯୁବତୀର ପର୍ସକୁ ଝାମ୍ପି ନେଇଥିଲା । ଯେଉଁଥିରେ ଦୁଇଟି ମୁଦି ମୋବାଇଲ ଓ କିଛି ଟଙ୍କା ରହିଥିଲା। ସେତେବେଳେ ପ୍ରଶାନ୍ତ ନାବାଳକ ଥିବା ବେଳେ ତାକୁ ଯେବେ ପୋଲିସ କଷ୍ଟଡିକୁ ନିଆଯାଇଥିଲା ସେ ଥାନାର ଝରକାକୁ ବଙ୍କା କରି ଖସିଯାଇଥିଲା । ସେବେଠୁ 17ତାରିଖ ତାର ଥିଲା ଯେପରି ଶୁଭ ନମ୍ବର ।

ପୁଣି ଚୋରି ଓ ଛିନତାଇ କେସରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ତାକୁ ଗିରଫ କରି ଆଣିଥିବା ବେଳେ 2020 ମେ 17 ରେ ସେ ଥାନାରୁ ଚମ୍ପଟ ମାରିଥିଲା । 17.10.2020ସହିଦନଗରରେ ମଧ୍ୟ ଏକ ଗାଡି ଚୋରି ଓ ଛିନତାଇ କେସ ରେ ମଧ୍ୟ ନିଜର ସହଯୋଗୀ ପୁନିଆ ସହ ଧରାପଡ଼ିଥିଲା। 17.10.2021 ମସିହାରେ ସେ ମଞ୍ଚେଶ୍ବର ଥାନା ଅଞ୍ଚଳର ଏକ ଗାଡି ଚୋରି କେସରେ ସମ୍ପୃକ୍ତ ହୋଇ ଧରାପଡ଼ିଥିଲା। ଏକ ଚୋରି କେସରେ 17.10.2022ରେ ସେ ଜେଲ ଭିତରେ ଥିବା ବେଳେ 17.10.2023ରେ କୋର୍ଟରୁ ପୁଣି ଥରେ ଖସିଯାଇଛି। 17 ନମ୍ବର କେସ କରିବାରେ ସଫଳତା ମିଳିବା ଭାବି ଖସିଯାଇଥିବା ବେଳେ ପୁଣି ପୋଲିସ ତାକୁ ଗିରଫ କରି ଜେଲ ପଠାଇଛି।

ନୟାପଲ୍ଲୀ , କ୍ୟାପିଟାଲ, ଖାରବେଳନଗର ,ସହିଦନଗର ,ମଞ୍ଚେଶ୍ବର ,ଏୟାରଫିଲ୍ଡ ଭଳି 14ଟି ଥାନାରେ ତା ନାରେ‌ କେସ ରହିଛି । ଅପରାଧ ଦୁନିଆରେ ଏହି ଅପରାଧର 17 ତାରିଖର କ୍ରାଇମ୍ ରେକର୍ଡ ବା 17ନମ୍ବର ପ୍ରତି ଦୁର୍ବଳତା ପୋଲିସ ପାଇଁ ଚିନ୍ତା ବଢ଼ାଇଛି । ତେଣୁ ପୋଲିସ ସ୍ବତନ୍ତ୍ର‌ ଭାବେ ଏହି ଅପରାଧି ଉପରେ ନଜର ରଖିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 27, 2023, 3:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.