ETV Bharat / state

କୃଷକ ମାନଙ୍କର ଆୟ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ

author img

By

Published : May 16, 2023, 7:05 AM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ କୃଷିରେ କ୍ରାନ୍ତିକାରୀ ପରିବର୍ତ୍ତନ କରିଛନ୍ତି । କୃଷି କାର୍ଯ୍ୟରେ ଖର୍ଚ୍ଚ କମ, ଉନ୍ନତମାନର ବିହନ, ବଜାର ବ୍ୟବସ୍ଥା, ଫୁଡ଼ ପ୍ରୋସେସିଙ୍ଗ ୟୁନିଟ ଉପରେ ଗୁରୁତ୍ବ ଦିଆଯାଉଛି । 7ଟି ପିଲାର ଉପରେ ଗୁରୁତ୍ବ ଦିଆଯାଉଛି । ଅଧିକ ପଢନ୍ତୁ

କୃଷକ ମାନଙ୍କର ଆୟ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ
କୃଷକ ମାନଙ୍କର ଆୟ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ

କୃଷକ ମାନଙ୍କର ଆୟ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ

ଭୁବନେଶ୍ବର: କୃଷକ ମାନଙ୍କ ଆୟ ବୃଦ୍ଧି କେମିତି ହେବ ତାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ କୃଷିରେ କ୍ରାନ୍ତିକାରୀ ପରିବର୍ତ୍ତନ କରିଛନ୍ତି । କୃଷି କାର୍ଯ୍ୟରେ ଖର୍ଚ୍ଚ କମ, ଉନ୍ନତମାନର ବିହନ, ବଜାର ବ୍ୟବସ୍ଥା, ଫୁଡ଼ ପ୍ରୋସେସିଂ ୟୁନିଟ୍‌ ଉପରେ ଗୁରୁତ୍ବ ଦିଆଯାଉଛି । 7ଟି ପିଲାର ଉପରେ ଗୁରୁତ୍ୱ ଦିଆଯାଉଛି । ଭୁବନେଶ୍ବର ଗସ୍ତରେ ଥିବା କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ କୈଳାସ ଚୌଧୁରୀ ଏହା କହିଛନ୍ତି ।

କୃଷି ରାଷ୍ଟ୍ରମନ୍ତ୍ରୀ କହିଛନ୍ତି, "କୃଷକମାନଙ୍କ ଆୟ ବୃଦ୍ଧି କେମିତି ହେବ ତାହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ କୃଷିରେ କ୍ରାନ୍ତିକାରୀ ପରିବର୍ତ୍ତନ କରିଛନ୍ତି । କୃଷି କାର୍ଯ୍ୟରେ ଖର୍ଚ୍ଚ କମ, ଉନ୍ନତମାନର ବିହନ, ବଜାର ବ୍ୟବସ୍ଥା, ଫୁଡ୍‌ ପ୍ରୋସେସିଂ ୟୁନିଟ୍‌ ଉପରେ ଗୁରୁତ୍ବ ଦିଆଯାଉଛି । 7ଟି ପିଲାର ଉପରେ ଗୁରୁତ୍ବ ଦିଆଯାଉଛି । ଯାହାଦ୍ବାରା କୃଷକମାନଙ୍କ ଆୟ ବୃଦ୍ଧିରେ ସହାୟକ ହେଉଛି । ଏବେ ଦେଶ ସାରା କୃଷକମାନଙ୍କର ଆୟ ବଢୁଛି । ଆଇସିଏଆରରେ 75 ହଜାର କୃଷକଙ୍କ ତଥ୍ୟ ପ୍ରସ୍ତୁତ କରାଯାଇଛି । ଯେଉଁଥିରୁ ଜଣାପଡିଛି ଯେ, ଚାଷୀଙ୍କ ଆୟ 2 ଗୁଣରୁ ଆରମ୍ଭ କରି 10 ଗୁଣ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । 10 ହଜାର ଏଫପିଓ ଗଠନ କରାଯାଇଛି । ଏଗ୍ରିକଲଚର ଇନଫ୍ରାଷ୍ଟ୍ରକଚର ଫଣ୍ଡ୍‌ ମାଧ୍ୟମରେ ଏଫପିଓ ଗୁଡିକୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ସେହିଭଳି ନାଚୁରାଲ ଫାର୍ମିଂକୁ ବୃଦ୍ଧି କରାଯାଇଛି ।"

ପ୍ରାକୃତିକ ଏବଂ ଗୋ ଆଧାରିତ କୃଷିକୁ ପ୍ରୋତ୍ସାହନ ଦିଆଯାଉଛି । ଯାହା ଦ୍ବାରା ଚାଷ କାମରେ ଖର୍ଚ୍ଚ କମିବ । ମିଲେଟର ବ୍ୟବହାରକୁ ବିଶ୍ବ ସାରା ପହଞ୍ଚାଇବା ପାଇଁ ଲକ୍ଷ୍ୟ ନେଇ କାର୍ଯ୍ୟ କରାଯାଉଛି । ମିଲେଟ ବା ଶ୍ରୀଅନ୍ନ ରପ୍ତାନୀ ବଢ଼ିଛି । କାରଣ ଭାରତରେ ହିଁ ସର୍ବାଧିକ ମିଲେଟ ଉତ୍ପାଦନ ହେଉଛି । ଆଗାମୀ ଦିନରେ ଚାଷୀ ମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ପ୍ରଧାନମନ୍ତ୍ରୀ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । କେନ୍ଦ୍ର ସରକାର କୃଷି ବଜେଟ ବଢ଼ାଇଛନ୍ତି । 2013 ପୂର୍ବରୁ କୃଷି ବଜେଟ 22ରୁ 23 ହଜାର କୋଟିରେ ସୀମିତ ରହିଥିବା ବେଳେ ଏବେ କୃଷି ବଜେଟ 1 ଲକ୍ଷ 25 ହଜାର କୋଟିରୁ ଅଧିକ ହେଲାଣି । ତେଣୁ 5 ଗୁଣରୁ ଅଧିକ ବଢ଼ିଲାଣି କୃଷି ବଜେଟ । ଯାହାକି କୃଷକଙ୍କ ଆୟ ଵୃଦ୍ଧି କ୍ଷେତ୍ରରେ ବହୁତ ସହାୟକ ହେବ ।

ଓଡିଶାରେ କାହିଁକି ବଢୁନି ଚାଷୀଙ୍କ ଆୟ ଚାଷ ପ୍ରସଙ୍ଗରେ କହିଛନ୍ତି, ଏହା ସମ୍ପୂର୍ଣ୍ଣ ଭାବେ ରାଜ୍ୟର ବିଷୟ । ତେଣୁ ଯେଉଁ ରାଜ୍ୟ ଅଧିକ ପ୍ରଚେଷ୍ଟା ନେଇ କାମ କରେ ଏବଂ ଯେଉଁ ରାଜ୍ୟ କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକୁ ନେଇ କାମ କରନ୍ତି ଅଧିକ ଲାଭବାନ ହୋଇଥାନ୍ତି । ଯେଉଁ ରାଜ୍ୟ କେନ୍ଦ୍ରୀୟ ଯୋଜନା ପ୍ରଣୟନ ଦିଗରେ ମନ୍ଥର ଗତିରେ କାମ କରନ୍ତି, ସେଠାର ଲୋକଙ୍କ ପାଖକୁ ତଳ ସ୍ତର ପର୍ଯ୍ୟନ୍ତ ଯୋଜନାର ଲାଭ ପହଞ୍ଚି ପାରେ ନାହିଁ । ଯାହାର ସିଧା ପ୍ରଭାବ କୃଷକଙ୍କ ବିକାଶ ଉପରେ ପଡ଼ିଥାଏ । ତେଣୁ ଏହା ସମ୍ପୂର୍ଣ୍ଣ ରୂପେ ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରେ । ସମ୍ପୂର୍ଣ୍ଣ ଦେଶର ଆୟ ବୃଦ୍ଧି ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ତେଣୁ ଓଡିଶାରେ ମଧ୍ୟ ରାଜ୍ୟ ସରକାର ଉଦ୍ୟମ କରିବାର ଆବଶ୍ୟକତା ଅଛି । ଯେମିତି କି କୃଷକମାନଙ୍କ ପାଖରେ କେନ୍ଦ୍ର ସରକାରଙ୍କ ଯୋଜନାର ଲାଭ ପହଞ୍ଚିପାରିବ ।

ସେହିପରି ଏମଏସପି ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ଦାବି ପ୍ରସଙ୍ଗରେ କହିଛନ୍ତି, "ଚାଷୀଙ୍କୁ ଖର୍ଚ୍ଚଠାରୁ ଦେଢ଼ ଗୁଣ ଅଧିକ ଏମଏସପି ଦିଆଯାଉଛି । ଯେତେବେଳେ କି ସ୍ବାମୀନାଥନ ଆୟୋଗ କମିଟିର ସୁପାରିଶକୁ 2007ରେ ୟୁପିଏ ସରକାର ଖାରଜ କରି ଦେଇଥିଲେ । କିନ୍ତୁ ଏହା ସୌଭାଗ୍ୟର ବିଷୟ ଯେ ମୋଦି ସରକାର ସ୍ବାମୀନାଥନ କମିଟିର ସୁପାରିଶକୁ ଲାଗୁ କରିଛନ୍ତି । ତେଣୁ ଖର୍ଚ୍ଚ ହିସାବରେ ପ୍ରତି ବର୍ଷ ଫସଲ ଗୁଡ଼ିକର ଏମଏସପି ଦର ଧାର୍ଯ୍ୟ କରାଯାଉଛି ।"

କୃଷି ବୀମାକୁ ନେଇ କହିଛନ୍ତି, "ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଲାଗୁ ହେଉଥିବା ରାଜ୍ୟ ଗୁଡ଼ିକର ରିପୋର୍ଟ ଆଧାରରେ ଚାଷୀଙ୍କୁ ବୀମା ସହାୟତା ମିଳିଥାଏ । ଏହାଛଡା କୌଣସି ବିପର୍ଯ୍ୟୟ ଦ୍ବାରା ଫସଲ ନଷ୍ଟ ହେଲେ, ପ୍ରତି ରାଜ୍ୟକୁ ଏସଡିଆରଏଫ ଫଣ୍ଡ ମାଧ୍ୟମରେ ସବୁ ବର୍ଷ ଏପ୍ରିଲ ମାସ ଭିତରର କେନ୍ଦ୍ର ସରକାର ପାଣ୍ଠି ଦେଇଥାନ୍ତି । ଯଦି ଏହା କମ ହୁଏ, ତେବେ ଏନଡିଆରଏଫ ଫଣ୍ଡ ମାଧ୍ୟମରେ ବି ଚାଷୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଏ । କୃଷକମାନଙ୍କର ଆୟ ବୃଦ୍ଧି କରିବା ପାଇଁ କେନ୍ଦ୍ରସରକାର ସବୁବେଳେ ପ୍ରସ୍ତୁତ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.