ETV Bharat / state

Free Ration Politics: ମାଗଣା ରାସନକୁ ନେଇ ସରକାର ବିରୋଧୀ ମୁହାଁମୁହିଁ

author img

By

Published : Jan 4, 2023, 8:33 PM IST

ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି ଯେ ନ୍ୟାସନାଲ ଫୁଡ ସିକ୍ୟୁରିଟି ଏବଂ ଷ୍ଟେଟ ଫୁଡ ସିକ୍ୟୁରିଟି ଚାଲିଛି। ଷ୍ଟେଟ ଫୁଡ ସିକ୍ୟୁରିଟିରେ କେନ୍ଦ୍ର ବଞ୍ଚିତ ହୋଇଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏବେ ଗୋଟିଏ ବର୍ଷ ବଢିଲା ଖୁସିର କଥା । କେନ୍ଦ୍ର ଓ ରାଜ୍ୟ ବୋଲି ଅଲଗା ଦେଶ ନାହିଁ ଏହା କେବଳ ଗୋଟିଏ ସଂଘୀୟ ବ୍ୟବସ୍ଥା । କେନ୍ଦ୍ର ତା ରୋଲ କରିବ, ରାଜ୍ୟ ତା ରୋଲ କରିବ । କେହି କାହାକୁ ଫଲୋ କରୁନାହାନ୍ତି। ଅଧିକ ପଢନ୍ତୁ

Rasan Politics: ମାଗଣା ରାସନକୁ ନେଇ ସରକାର ବିରୋଧୀ ମୁହାଁମୁହିଁ
Rasan Politics: ମାଗଣା ରାସନକୁ ନେଇ ସରକାର ବିରୋଧୀ ମୁହାଁମୁହିଁ

Rasan Politics: ମାଗଣା ରାସନକୁ ନେଇ ସରକାର ବିରୋଧୀ ମୁହାଁମୁହିଁ

ଭୁବନେଶ୍ବର: ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (State Food Security Scheme) ହିତାଧିକାରୀଙ୍କୁ ଆଉ ବର୍ଷେ ମାଗଣା ଚାଉଳ ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ମାଗଣା ଚାଉଳ ପ୍ରଦାନକୁ ନେଇ ରାଜ୍ୟରେ ଆରମ୍ଭ ହୋଇଯାଇଛି ରାଜନୀତି । ପ୍ରସଙ୍ଗରେ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ରାଜ୍ୟ ସରକାରଙ୍କୁ ହିତାଧିକାରୀଙ୍କ ତାଲିକା ମାଗିଛନ୍ତି । ଏହା ନିୟମିତ ପ୍ରକ୍ରିୟା ବୋଲି କହି ଜବାବ ରଖିଛନ୍ତି ଯୋଗଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।

ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଜାନୁଆରୀ 23ରୁ ଡିସେମ୍ବର 23 ଯାଏଁ 5 କିଲୋ ଚାଉଳ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ପ୍ରାୟ 8 ଲକ୍ଷ ପରିବାର ଏଥିରେ ଉପକୃତ ହେବାକୁ ଥିବାବେଳେ ରାଜକୋଷରୁ 185 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ତେବେ ଏହାକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି ।

କେନ୍ଦ୍ର ସରକାର ଘୋଷଣା କରିବା ପରେ ବିଜେଡି ନେତୃତ୍ୱାଧୀନ ରାଜ୍ୟ ସରକାର ମାଗଣା ଚାଉଳ ଘୋଷଣା କରିଛନ୍ତି । କେବଳ ଶ୍ରେୟ ନେବା ପାଇଁ ବିଜେଡି ସରକାର ରାଜନୀତି କରୁଛି ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି । କିଛି ଦିନ ତଳେ 3 କୋଟି 26 ଲକ୍ଷ ଲୋକଙ୍କୁ ଚାଉଳ ଦେବେ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଯେଉଁ 9 ଲକ୍ଷ ଲୋକଙ୍କୁ ରାଜ୍ୟ ସରକାର ଚାଉଳ ଦେବେ ବୋଲି କହୁଛନ୍ତି, ସେମାନଙ୍କର ଲିଷ୍ଟ ଜାରି କରିବାକୁ ଜୟ ଦାବି କରିଛନ୍ତି । କେବଳ ଶ୍ରେୟ ନେବା ପାଇଁ ରାଜ୍ୟ ସରକାର ଏଭଳି ଘୋଷଣା କରିଛନ୍ତି ବୋଲି ସେ କହିଛନ୍ତି । ଜୟ ଆହୁରି କହିଛନ୍ତି,"ଏହା କେବଳ ଶ୍ରେୟ ନେବା ପାଇଁ ରାଜନୀତି କରୁଛି ବିଜେଡି ସରକାର । କେନ୍ଦ୍ର ସରକାର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ଚାଉଳ ଦେବେ । ହେଲେ ଓଡ଼ିଶାରେ ଯେଉଁ କାର୍ଡ ବ୍ୟବସ୍ଥା ରହିଛି ସେଥିରେ ବ୍ୟାପକ ଅନିୟମିତତା ହୋଇଛି । କେନ୍ଦ୍ର ସରକାର ଗରିବଙ୍କୁ ଚାଉଳ ଦେବା ପାଇଁ ଚାହୁଁଛନ୍ତି । ଏଥିରେ କୌଣସି ପ୍ରକାର ପାତରଅନ୍ତର ନ ହେବ ତାକୁ ନେଇ ପଦକ୍ଷେପ ନେବେ କେନ୍ଦ୍ର ସରକାର । ରାଜ୍ୟ ସରକାର ଯେଉଁ ମାଗଣା ଚାଉଳ ଦେବାକୁ ଚାହୁଁଛନ୍ତି, କେନ୍ଦ୍ର ସରକାର ଦେଲା ପରେ ଏହାର ଆବଶ୍ୟକତା ରହିଛି କି ଏବଂ ଓଡିଶାର ଜନସଂଖ୍ୟା କେତେ ? କେତେ ଜଣ ବିପିଏଲ କ୍ୟାଟେଗୋରୀରୁ ଉର୍ଦ୍ଧ୍ବରେ ଅଛନ୍ତି।"

ଏହାବି ପଢନ୍ତୁ- Achievements of OSSC: ୨୦୨୨ ବର୍ଷରେ ଓଡିଶା କର୍ମଚାରୀ ଚୟନ ଆୟୋଗର ସଫଳତା

ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି, "ନ୍ୟାସନାଲ ଫୁଡ ସିକ୍ୟୁରିଟି ଏବଂ ଷ୍ଟେଟ ଫୁଡ ସିକ୍ୟୁରିଟି ଚାଲିଛି । ଷ୍ଟେଟ ଫୁଡ ସିକ୍ୟୁରିଟିରେ କେନ୍ଦ୍ର ବଞ୍ଚିତ ହୋଇଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏବେ ଗୋଟିଏ ବର୍ଷ ବଢିଲା ଖୁସିର କଥା । କେନ୍ଦ୍ର ଓ ରାଜ୍ୟ ବୋଲି ଅଲଗା ଦେଶ ନାହିଁ ଏହା କେବଳ ଗୋଟିଏ ସଂଘୀୟ ବ୍ୟବସ୍ଥା । କେନ୍ଦ୍ର ତା ରୋଲ କରିବ, ରାଜ୍ୟ ତା ରୋଲ କରିବ। କେହି କାହାକୁ ଫଲୋ କରୁନାହାନ୍ତି ।"

ସେହିପରି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ‘‘କଂଗ୍ରେସ ଶାସନ ସମୟରେ ଗରିବ ହିତାଧିକାରୀଙ୍କ ପାଇଁ ଆରମ୍ଭ ହୋଇଥିଲା ଖାଦ୍ୟ ସୁରକ୍ଷା ଯୋଜନା । ନା ବିଜେଡି ନା ବିଜେପି ଏହାକୁ ଆରମ୍ଭ କରିଥିଲେ। ଖାଲି ଶସ୍ତା ରାଜନୀତି କରୁଛନ୍ତି ଉଭୟ ଦଳ । ନବୀନ ଏବଂ ମୋଦିଙ୍କ ମିଛ ଧରା ପଡିଯାଇଛି । ପୂର୍ବରୁ କଂଗ୍ରେସ ସମୟରେ ଅନେକ କାର୍ଯ୍ୟକ୍ରମ କରାଯାଇଛି ।’’

ଏହାବି ପଢନ୍ତୁ- ହୋଟେଲରେ ମହିଳାଙ୍କୁ 10ଦିନ ଧରି ଗଣଦୁଷ୍କର୍ମ ! ବିକିଦେଲେ ପୀଡିତାଙ୍କ ଛୁଆ

ଅନ୍ୟପଟେ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ଯୋଗଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ (Supply Minister Atanu Sabyasachi Nayak) । ମନ୍ତ୍ରୀ କହିଛନ୍ତି ଯେ, କୋଭିଡ ସମୟରେ ମାଗଣା ଚାଉଳ ଦିଆଯାଉଥିଲା । ବର୍ତ୍ତମାନ ସମୟର ଆବଶ୍ୟକତା ଦେଖି ମୁଖ୍ୟମନ୍ତ୍ରୀ ପୁଣି ଥରେ ମାଗଣା ଚାଉଳ ଘୋଷଣା କରିଛନ୍ତି । ବର୍ଷ ତମାମ ସେଥିପାଇଁ 185 କୋଟି ଟଙ୍କା ମଧ୍ୟ ବ୍ୟୟ ହେବ । ନବୀନ ସରକାର କେବେ ନିର୍ବାଚନକୁ ଦେଖି କିଛି କରନ୍ତି ନାହିଁ ବୋଲି ସେ କହିଛନ୍ତି । ଲୋକଙ୍କ ବିକାଶ ପାଇଁ କାର୍ଯ୍ୟ କରାଯାଇଛି । ରାଜ୍ୟରେ ପ୍ରତ୍ୟେକ ଦିନ ବିକାଶ କାର୍ଯ୍ୟ ହେଉଛି । ପଦ୍ମପୁର ଉପନିର୍ବାଚନକୁ ନେଇ ଆଲୋଚନା ହେଉଥିଲା । ସେଠି ନିର୍ବାଚନ ସରିଲା ପରେ ମଧ୍ୟ କାମ ଚାଲିଛି । ନବୀନ ସରକାରରେ ବିକାଶର ଧାରା ଏକ ନିୟମିତ ପ୍ରକ୍ରିୟା । ଏ ହେଉଛି ସେବାର କଥା । ମାଇଲେଜ ପାଇଁ ରାଜ୍ୟ ସରକାର କେବେ କାମ କରନ୍ତି ନାହିଁ ବୋଲି ଅତନୁ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.