ETV Bharat / state

ବନ୍ଧାହେଲେ ଲେଡି ଲୁଟେରା: ଅଫିସର ଠାଣିରେ ଠକୁଥିଲେ, ଓଲା ଡ୍ରାଇଭରଙ୍କୁ ଭଡ଼ା ଦେଉନଥିଲେ

author img

By ETV Bharat Odisha Team

Published : Jan 10, 2024, 5:41 PM IST

fraud case in bhubaneswar
ଲେଡି ଲୁଟେରା ଗିରଫ

Fraud Case: ନିଜକୁ ଉଚ୍ଚପଦସ୍ଥ ଅଧିକାରୀ ପରିଚୟ ଦେଇ ଠକେଇ କରିଛନ୍ତି ମହିଳା । ଓଲା ଡ୍ରାଇଭରଙ୍କୁ ମଧ୍ୟ ଭଡ଼ା ନଦେଇ ଠକେଇ କରିବା ଘଟଣା ସାମନାକୁ ଆସିଛି । ଅଧିକ ପଢନ୍ତୁ

ଭୁବନେଶ୍ୱର: ନିଜକୁ ଉଚ୍ଚପଦସ୍ଥ ଅଧିକାରୀର ପରିଚୟ ଦେଇ ଠକି ଚାଲିଥିଲେ ମହିଳା । ଶେଷରେ ଜଣେ ଓଲା ଡ୍ରାଇଭରଙ୍କୁ ଠକେଇ କରି ଧରାପଡିଛନ୍ତି ଏହି ଲେଡି ଲୁଟେରା । ମହିଳା ଜଣଙ୍କ ଗୋଠପାଟଣା ଅଞ୍ଚଳର ଶୁଭଶ୍ରୀ ବାରିକ ବୋଲି ଜଣାପଡିଛି । ଟଙ୍କା ଦେବା ପାଇଁ ବିଭିନ୍ନ ଲୋକଙ୍କ ସହ ମିଛ ବୁଝମଣା କରି ପରେ ଖସିଯାଉଥିଲେ ଏହି ଲେଡି ଲୁଟେରା । ଏପରିକି କିଛି ଲୋକଙ୍କୁ ଇଭେଣ୍ଟ ଅର୍ଗାନାଇଜ କରାଇଦେବେ କହି ମଧ୍ୟ ଠକେଇ କରିଛନ୍ତି ଶୁଭଶ୍ରୀ ।

ଏପରି ଠକେଇର ଶିକାର‌ ହୋଇଥିଲେ ଏକ ପଞ୍ଚତାରକା ହୋଟେଲର କାର୍ଯ୍ୟରତ ଇଭେଣ୍ଟ ଅର୍ଗାନାଇଜର ସଂସ୍ଥା ଓ ମ୍ୟାନେଜର । ଗତ 18 ତାରିଖରେ ସେମାନେ ସତ ଜାଣିବାକୁ ପାଇଥିଲେ । ଯାହାପରେ ଶୁଭଶ୍ରୀ ପ୍ରଥମେ ଭରତପୁର ଥାନକୁ ଯାଇ ଟଙ୍କା ଫେରାଇଦେବା ନେଇ ଏକ ବୁଝାମଣା ପତ୍ର ଲେଖିଥିଲେ। ଏହାପରେ ପୋଲିସ ତାଙ୍କୁ ଯେଉଁ ଥାନା ଅଞ୍ଚଳର ସେହି ଥାନକୁ ଯିବାକୁ କହିଥିଲା। ପରେ ସେହି ଶୁଭଶ୍ରୀ ନୟାପଲ୍ଲୀ ଥାନାକୁ ଆସି 19 ଡିସେମ୍ବରରେ ପୋଲିସ ନିକଟରେ ବୁଝାମଣାପତ୍ର ଲେଖିଥିଲେ। ହେଲେ ପରେ ସେହି ଇଭେଣ୍ଟ ଅର୍ଗାନାଇଜରକୁ ଟଙ୍କା ଫେରସ୍ତ ଦେବା ବଦଳରେ ଭୁଆଁ ବୁଲାଇ ଚାଲିଥିଲେ।

ଗତ ମଙ୍ଗଳବାର ଶୁଭଶ୍ରୀ ଟ୍ୟାକ୍ସି ବୁକ୍ କରି ବୁଲା ବୁଲି କରିଥିଲେ । ଭଡ଼ା ବାବଦକୁ 3 ହଜାର‌ଟଙ୍କା ଦେବାକୁ ଥିବାବେଳେ ସେ ଏକ ହୋଟେଲ ସାମନାକୁ ଯାଇ ସେଠାରୁ ଭିତରୁ ଆଣି ଟଙ୍କା ଦେଉଛି କହି ଭୁଆଁ ବୁଲାଇଥିଲେ । ଏନେଇ ଟ୍ୟାକ୍ସି ଚାଳକ ହୋହଲ୍ଲା କରିବା ପରେ ଶେଷରେ ପୋଲିସ ଶୁଭଶ୍ରୀଙ୍କୁ ଗିରଫ କରିଛି । ଟ୍ୟାକ୍ସି ଡ୍ରାଇଭରଙ୍କଠାରୁ 3 ହଜାର ଟଙ୍କା ଠକେଇ ଅଭିଯୋଗରେ ମାମଲା ରୁଜୁ ହୋଇଛି । ପରେ ଅଭିଯୁକ୍ତ ଜଣକ ଜାମିନରେ ମୁକୁଳିଥିବା ନେଇ ସୂଚନା ଦେଇଛନ୍ତି ନୟାପଲ୍ଲୀ ଥାନା ଅଧିକାରୀ । ତେବେ ଏହି ମହିଳାଙ୍କ ଠକେଇର ଚେର ଅନେକ ବାଟ ଲମ୍ବିଥିବାବେଳେ ଅନେକ ବ୍ୟକ୍ତି ଠକାମୀର ଶିକାର ହୋଇଥିବା ପୋଲିସ ସନ୍ଦେହ କରୁଛି ।

ଏହା ମଧ୍ୟ ପଢନ୍ତୁ...ଲୁଟେରାଙ୍କ ଟାର୍ଗେଟରେ ତାଲା ବନ୍ଦ ଘର, ପୋଲିସ ପାଇଁ ବଡ ଚାଲେଞ୍ଜ


ପୋଲିସର କହିବା ଅନୁସାରେ, ଏହି ମହିଳା ଜଣକର ବେଶଭୂଷା ଓ ପୋଷାକ ପରିଧାନ କୌଣସି ଅଫିସରଠୁ କମ୍ ନୁହେଁ। ଅନେକ ପଞ୍ଚତାରକା ହୋଟେଲରେ ବୁଲିବା ଆଉ ଠକେଇ ପାଇଁ ମୋହରା କରିବା ଥିବା ତାଙ୍କର ମୁଖ୍ୟ କାମ । ନିଜ କହିବାର ଶୈଳୀରେ ବହୁତ ସହଜରେ ଅନେକ ବ୍ୟବସାୟୀ ଓ କଣ୍ଟ୍ରାକ୍ଟର ଓ ପ୍ରତିପତିଶାଳୀ ଲୋକଙ୍କୁ ବଶୀଭୁତ କରିବାରେ ମହିଳା ଜଣଙ୍କ ପାରଙ୍ଗମ ଥିଲେ। ଆଉ ନିଜକୁ କେତେବେଳେ ଅଫିସର ପରିଚୟ ଦେଇ ତ କେତେବେଳେ ଇଭେଣ୍ଟ ଅର୍ଗାନାଇଜର କହି ଠକେଇ କରିଛନ୍ତି । କର୍ପୋରେଟ ହାଉସର ବିଜନେସ ଟାଇକୋନ ଭାବେ ପରିଚୟ ଦେଇ ଅନେକ ହେବିଓ୍ବେଟଙ୍କ ସହ ମଧ୍ୟ ସଂସ୍ପର୍ଶରେ ଆସିଛନ୍ତି । ଏପରିକି କାହାଠୁ କ୍ୟାସ୍ ନେଇ କିଛି କ୍ଷଣ ମଧ୍ୟରେ ଫୋନ ପେରେ ଫେରାଇଦେବାର କହି ଆଉ ଫେରାଉନଥିବା ନେଇ ମଧ୍ୟ ଅଭିଯୋଗ ରହିଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.